ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

May 31, 2019, ଓଡ଼ିଶା, , Anupambharat News Bureau


 ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ
Anupambharat News Bureau
May 31, 2019

ମୁନିଗୁଡା, ୩୦ା୫ (ଅନୁପମ ମିଡିଆ): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମୃତ ଶିକ୍ଷକ ଗୁଣପୁରର ରାଜେନ୍ଦ୍ର ମହାନନ୍ଦିଆ(୩୮)ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି ।
ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ରାଜେନ୍ଦ୍ର ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସମଦଳା ଗ୍ରାମରେ ଶିକ୍ଷକତା କରୁଥିଲେ । ସେ ଗୁଣପୁରର ସୁନିତାଙ୍କୁ ବିବାହ କରି ପରିବାର ସହ ଗୋବର୍ଦ୍ଧନ ସାହିରେ ଭଡ଼ା କରି ରହୁଥିଲେଛ ତେବେ ସୁନିତାଙ୍କ ସହ ଆମ୍ବେଦକର ନଗର ନିବାସୀ ରମେଶ ପାତ୍ରିକା(୪୨)ଙ୍କ ବିବାହ ପୂର୍ବରୁ ଓ ପରେ ପ୍ରେମ ସମ୍ପର୍କ ଥିଲାଛ ଦୀର୍ଘ ୨୨ ବର୍ଷ ଧରି ଉଭୟ ଉଭୟଙ୍କୁ ପ୍ରେମ କରି ଆସୁଥିଲେଛ ରମେଶ ସୁନିତାଙ୍କୁ ପାଖରେ ରଖିବାକୁ ଚାହୁଁଥିବା ବେଳେ ରାଜେନ୍ଦ୍ରଙ୍କୁ ଦୂରେଇ ଦେବା ପରେ ଏଭଳି ସମ୍ଭବ ବୋଲି ସୁନିତା କହୁଥିଲେଛ ପ୍ରଥମେ ରମେଶ ରାଜେନ୍ଦ୍ରଙ୍କୁ ବିଷାକ୍ତ ଔଷଧ ଦେଇ ମାରିବାର ଯୋଜନା କରିଥିଲେଛ ମାତ୍ର ଏଥିରେ ବିଫଳ ହେବା ପରେ ଗତ ୧୯ ତାରିଖ ରାତିରେ ଯୋଜନା କରି ଭଡ଼ାସୁତ୍ରରେ ଏକ କାର ଆଣି ଗାନ୍ଧୀନଗରରେ ରହୁଥିବା ବନ୍ଧୁ କାଳିଆ ଶ୍ରୀରାମଙ୍କ ନିକଟରେ ପହଞ୍ଚିଥିଲେଛ ସେଠାରୁ ସନ୍ଧ୍ର୍ୟାରେ ବିଦେଶୀ ମଦ କିଣି ସେଥିରେ କିଛି ନିଦ ବଟିକା ଗୁଣ୍ଡ କରି ପକାଇଥିଲେଛ କାଳିଆ ରାଜେନ୍ଦ୍ରଙ୍କୁ ଘରୁ ଡ଼ାକି ଆଣିବା ପରେ ୩ ଜଣ ବଂଶଧରା ନଦୀ କୂଳରେ ମଦ ପିଇଥିଲେଛ ରାଜେନ୍ଦ୍ର ବାଇକ୍‌ ଯୋଗେ ଯାଇଥିବା ବେଳେ କାଳିଆ ଓ ରମେଶ କାରରେ ଯାଇଥିଲେଛ ତେବେ ମଦ ପିଇବା ପରେ ରମେଶ ରାଜେନ୍ଦ୍ରଙ୍କ ମୁଣ୍ଡକୁ ଇଟାରେ ଛେଚିବା ସହ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱିକାର କରିଛନ୍ତି । ହତ୍ୟା ପରେ ମୃତଦେହକୁ ସେଠାରେ ଛାଡ଼ି ଚାଲିଯାଇଥିଲେ ।
ରମେଶ ଆନ୍ଧ୍ରପ୍ରଦେଶ ପଳାଇବାକୁ ଉଦ୍ୟମ କରୁଥିବା ଖବର ପାଇ ମୁନିଗୁଡ଼ା ପୋଲିସ ଗୁଣପୁର ପୋଲିସର ସହାୟତା ନେଇ ତାଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ ପଚରାଉଚରା କରିବା ପରେ ସମସ୍ତ ଘଟଣା ଉପରୁ ପର୍ଦ୍ଦା ଉଠିଛି । ପୋଲିସ ମାମଲା ନଂ(୬୬/୧୯) ରୁଜୁ କରି ସୁନିତା ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ହତ୍ୟା ମାମଲାର ତଦନ୍ତରେ ସନ୍ତୋଷ ପାଢ଼ୀ, ମନୋଜ ସାହୁ, ନିରଞ୍ଜନ ଦାସ, ସୁପ୍ରଭା ସାହୁ ପ୍ରମୁଖ ସହାୟତା କରିଥିବା ଥାନା ସୁତ୍ରରୁ ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା ,  ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା , ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

Read More...

ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page