ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

May 31, 2019, ଦେଶ, , Anupambharat News Bureau


ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ
Anupambharat News Bureau
May 31, 2019

ଲକ୍ଷ୍ମୀପୁର: ବର୍ଷ ବର୍ଷ ଧରି ସ୍ୱାମୀ ଦେଉଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ପ୍ରତିଶୋଧ ନେଇଛି ପତ୍ନୀ । ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ମହିଳା ସ୍ୱ୍ୱାମୀଙ୍କ ନିର୍ଯାତନା ସହି ନ ପାରି, ତାଙ୍କୁ ହତ୍ୟା କରିଛି । ଏହାପରେ ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି । ମଙ୍ଗଳବାର ରାତିରେ ମାଜଗାଓଁରେ ରହୁଥିବା ଗୁଣେଶ୍ୱରୀ ବରକାଟାକୟ ଧାଲପୁର ପୋଲିସ୍‌ ଆଉଟ୍‌ପୋଷ୍ଟକୁ ଏକ ବ୍ୟାଗ୍‌ ଧରି ଆସିଥିଲେ । ପୋଲିସ୍‌ ବ୍ୟାଗଟିକୁ ଖୋଲିବା କ୍ଷଣି ଏଥିରେ ଗୋଟିଏ କଟାମୁଣ୍ଡ ରହିଥିବା ଦେଖିବାକୁ ମିଳିଥିଲା । ଏହାପରେ ଗୁଣେଶ୍ୱରୀ ପୂରା ଘଟଣା ପୋଲିସ୍‌କୁ କହିଥିଲେ । ଗୁଣେଶ୍ୱରୀଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱ୍ୱାମୀ ମୁଧିରାମ ଦୀର୍ଘ ବର୍ଷ ହେଲାଣି ତାଙ୍କୁ ମାଡ଼ ମାରୁଥିଲେ । ଏପରି କି ବେଳେବେଳେ ମୁଧିରାମ ତାଙ୍କୁ କଟୁରୀରେ ମଧ୍ୟ ଆକ୍ରମଣ କରି କ୍ଷତାକ୍ତ କରୁଥିଲା । ଏପରି ସ୍ଥିତିରେ ସେ ମୁଧିରାମଙ୍କୁ ଛାଡ଼ିଦେବେ ବୋଲି ଭାବିଥିଲେ । କି;ୁ ପିଲାମାନଙ୍କ ମୁହଁକୁ ଚାହିଁ ସବୁ କିଛି ସହି ଯାଉଥିଲେ । ତେବେ ନିର୍ଯାତନା ସୀମା ପାର କରିବାରୁ ସେ ମଙ୍ଗଳବାର ତାଙ୍କୁ ହତ୍ୟା କରିବାକୁ ବାଧ୍ୟ ହୋଇଥିବା ଗୁଣେଶ୍ୱରୀ ପୋଲିସ୍‌ ଆଗରେ କହିଛନ୍ତି । ଗୁଣେଶ୍ୱରୀଙ୍କ ୨ଟି ପୁଅ ଓ ୩ଟି ଝିଅ ଅଛନ୍ତି । ମଙ୍ଗଳବାର ମୁଧିରାମ ଘରେ ପହଞ୍ଚି ଗୁଣେଶ୍ୱରୀଙ୍କୁ ଆକ୍ରମଣ କରିଥିଲେ । ତେବେ ଗୁଣେଶ୍ୱରୀ ଆତ୍ମରକ୍ଷା ପାଇଁ ମୁଧିରାମଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ମୁଧିରାମଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଯାଇଥିଲାଛ ଏହାପରେ ସେ ଏକ ବ୍ୟାଗ୍ରେ କଟାମୁଣ୍ଡ ଧରି ଦୀର୍ଘ ୫ କିମି ବାଟ ଚାଲିଚାଲି ଯାଇ ପୁଲିସ୍‌ ନିକଟରେ ପହଞ୍ଚିଥିଲେ । ସ୍ଥାନୀୟ କୋର୍ଟ ଗୁଣେଶ୍ୱରୀଙ୍କୁ ଜୁଡିସିଆଲ କଷ୍ଟଡିକୁ ପଠାଇ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

Read More...

ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା ,  ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା , ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page