ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

May 31, 2019, ଦେଶ, , Anupambharat News Bureau


ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ
Anupambharat News Bureau
May 31, 2019

ନୂଆଦିଲ୍ଲୀ, ୩୦ା୫: ବିପୁଳ ଜନାଦେଶ ସହ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଫେରିବା ସହ ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ମୋଦି ସମେତ ତାଙ୍କ ମନ୍ତ୍ରିପରିଷଦକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଶପଥ ପାଠ କରିଥିବା ମନ୍ତ୍ରୀଙ୍କ ମଧ୍ୟରେ ୨୪ ଜଣଙ୍କୁ କ୍ୟାବିନେଟ୍‌, ନ’ ଜଣଙ୍କୁ ରାଷ୍ଟ୍ର(ସ୍ୱାଧୀନ ଦାୟିତ୍ୱ) ଏବଂ ୨୪ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ତେବେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇ ନଥିବା ଜଣାପଡ଼ିଛି ।
ଚଳିତ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନ୍‌ଡିଏକୁ ବିପୁଳ ଜନାଦେଶ ମିଳିଥିଲା । ଫଳରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୁଣିଥରେ ଶାସନ କ୍ଷମତାକୁ ଫେରିଛି । ଆଜିର ଶପଥ ଗ୍ରହଣ ଉତ୍ସବକୁ ବହୁ ଆକର୍ଷଣୀୟ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପ୍ରଦାନ କରାଯାଉଛି । ମୋଦି ଶପଥ ନେବା ପରେ କ୍ରମରେ ରାଜନାଥ ସିଂ , ଅମିତ୍‌ଶାହା, ନୀତିନଗଡ଼କରୀ ,ଡିଭି ସଦାନନ୍ଦ ଗୌଡ଼ା, ନିର୍ମଳା ସୀତାରମଣ, ଏଲ୍‌ଜେପିର ନେତା ରାମ ବିଳାସ ପାଶୱାନ୍‌ , ନରେନ୍ଦ୍ର ସିଂ ତୋମାର, ରବି ଶଙ୍କର ପ୍ରସାଦ, ହର୍ଷସମରତ୍‌ କୌର ବାଦଲ, ତାହାୱାର ଚାନ୍ଦ ଗେହଲଟ୍‌, ଡ. ସୁବ୍ରମଣ୍ୟମ୍‌ ଜୟ ଶଙ୍କର, ରମେଶ ପୋଖରୱାଲ୍‌, ନିଶାଙ୍କ୍‌, ଅର୍ଜୁନ ମୁଣ୍ଡା ଓ ସ୍ମୃତି ଜୁବିନ୍‌ ଇରାନୀ, ପ୍ରକାଶ ଜାଭେଡ୍‌କର, ପିୟୁଷ ଗୋଏଲ, ମୁଖ୍‌ତାର ଆବାସ ନାକିଭ୍‌ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶପଥ ଗ୍ରହଣ କରିଥିଲେ । ଇତି ମଧ୍ୟରେ ମୋଦି ସରକାରରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବେ ନାହିଁ ବୋଲି ଜେଡୟୁର ନେତା ନୀତିଶ କୁମାର ଆଜି ସ୍ପଷ୍ଟ କରି ଦେଇଛନ୍ତି । ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ସମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି । ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତି ଦୃଷ୍ଟିରୁ ଭାରତ ବିମେ୍‌ଷଫକ୍‌ ରାଷ୍ଟ୍ରସମୂହର ମୁଖ୍ୟମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିଛନ୍ତି । ବାଂଲାଦେଶ, ଶ୍ରୀଲଙ୍କା, କିରଗିଜ୍‌ ସାଧାରଣତନ୍ତ୍ର ଓ ମ୍ୟାଁମାର ରାଷ୍ଟ୍ରପତି ଏବଂ ମରିସସ୍‌, ନେପାଳ, ଭୁଟାନର ପ୍ରଧାନମନ୍ତ୍ରୀ ତଥା ଥାଇଲାଣ୍ଡର ସ୍ୱତନ୍ତ୍ର ଦୂତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି । ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କଫର ମନମୋହନ ସିଂହ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ,କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ସକାଳେ ନରେନ୍ଦ୍ର ମୋଦି ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ
ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଟୁୱିଟ୍‌ କରି ମୋଦି କହିଛନ୍ତି ଯେ, ଚଳିତ ବର୍ଷ ଦେଶ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛି । ଏହି ଅବସରରେ ବାପୁଙ୍କର ମହନ ଚିନ୍ତାଧାରା ଆହୁରି ଲୋକପ୍ରିୟ ହେବ ଏବଂ ଗରିବ, ଅବହେଳିତ ଓ ଦଳିତମାନଙ୍କୁ କ୍ଷମତାପନ୍ନ କରିବାପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ ମୋଦୀ ସଦୈବ ଅଟଳ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସେ କହିଛନ୍ତି, ଅଟଳଜୀଙ୍କ ଜୀବନୀ ଓ କାର୍ଯ୍ୟରୁ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଉତ୍ତମ ପ୍ରଶାସନ ପ୍ରଦାନ ଦିଗରେ ପ୍ରୟାସୀ ହେବ ଏବଂ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ସେହିପରି ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଇଣ୍ଡିଆ ଗେଟ୍‌ ଯାଇ ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ସହିଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ । ଦେଶରେ ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାପାଇଁ ତାଙ୍କ ସରକାର କଦାପି ଅବହେଳା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଜାତୀୟ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବ । କର୍ତ୍ତବ୍ୟ ସଂମ୍ପାଦନ ସମୟରେ ଦେଶପାଇଁ ବଳିଦାନ ଦେଇଥିବା ସାହସୀ ପୁରୁଷ ଓ ମହିଳା ସହିଦ ଯବାନମାନଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ସେ କହିଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ,  ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ , ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

Read More...

ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page