ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ

June 01, 2019, ଦେଶ, , Anupambharat News Bureau


ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ
Anupambharat News Bureau
June 01, 2019

ନୂଆଦିଲ୍ଲୀ, ୩୧ା୫: ଦେଶର ଚାଷୀକୁଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ କେବେ ପହଞ୍ଚିବ, ତାକୁ ନେଇ ସନ୍ଦେହ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ମୌସୁମୀ ଆସନ୍ତା ୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା ଥିବା କହୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କହିଛି । ଏଥିରେ ଗୋଟିଏ ବା ଦୁଇଦିନ ଆଗ ପଛ ମଧ୍ୟ ହୋଇପାରେ ବୋଲି ସଂସ୍ଥା ଅନୁମାନ କରିଛି ।
ପୂର୍ବରୁ ସ୍କାଏମେଟ୍‌ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି କହିଥିଲା । କି;ୁ ମେ’ ୧୮ରେ ଆଣ୍ଡାମାନ ଛୁଇଁଥିବା ମୌସୁମୀ ପ୍ରତିକୂଳ ପରିସ୍ଥିତି ଯୋଗୁ ଆଗକୁ ବଢ଼ିପାରି ନଥିଲା । କି;ୁ ଏବେ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୁଳ ପାଗ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତା ୭ ତାରିଖ ସୁଦ୍ଧା କେରଳରେ ନିଜର ଉପସ୍ଥିତି ଜାହିର କରିବ ବୋଲି ସ୍କାଏମେଟ୍ର ବରିଷ୍ଠ ପାଣିଗାଗ ବିଶେଷଜ୍ଞ ଏଭିଏମ ଜିପି ଶର୍ମା କହିଛନ୍ତି ।
ସେ କହିଛନ୍ତି, ଆମେ ଆକଳନ କରିଥିଲୁ ଯେ ମୌସୁମୀ ମେ’ ୨୦ରେ ଆଣ୍ଡାମାନ ପହଞ୍ଚିବ । କି;ୁ ଏହା ଦୁଇ ଦିନ ଆଗରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚି ଯାଇଥିଲା । ଏହାପରେ ମୌସୁମୀ ଧିମା ହୋଇ ଯାଇଥିଲା । ମେ’ ୨୭ ପରେ ମୌସୁମୀ ପୁଣି ସକ୍ରିୟ ହୋଇଛି ଏବଂ ଏହା ଆଣ୍ଡାମାନର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରିଛି । ୩୦ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗର ଓ ପୋର୍ଟ ବ୍ଲେୟାର ଅଞ୍ଚଳକୁ ଛୁଇଁଛି । ତେଣୁ ଜୁନ୍‌ ୭ ସୁଦ୍ଧା ଏହା କେରଳରେ ପ୍ରବେଶ କରିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥାଏ । ଯଦି କେରଳରେ ଏହା ୭ରେ ପ୍ରବେଶ କରିବ, ତା’ହେଲେ ରଜ ପରେ ଯାଇ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମେ’ ୧୮ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା । ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁ ଏହା ଆଗକୁ ବଢ଼ି ପାରି ନଥିଲା । ତେବେ ଆସନ୍ତା ୨ରୁ ୩ ଦିନ ହେଲା ମୌସୁମୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏବେ ମୌସୁମୀ ଆଣ୍ଡାମାନରେ ରହିଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିଲେ ଏଥର ସ୍ୱାଭାବିକ ବୃଷ୍ଟି ପାତ ହେବ । ଜୁନ୍‌ରୁ ସେପେଫମ୍ବର ଯାଏ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

Read More...

  ଆଜି ବାଚସ୍ପତି ନିର୍ବାଚନ

ଆଜି ବାଚସ୍ପତି ନିର୍ବାଚନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page