ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

June 01, 2019, ଓଡ଼ିଶା, , Anupambharat News Bureau


ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା
Anupambharat News Bureau
June 01, 2019

ଭୁବନେଶ୍ୱର, ୩୧ ।୫ । (ଅନୁପମ ମିଡିଆ): କର୍କଟ ରୋଗର ଆରମ୍ଭ ସମୟରେ ତାହାକୁ ଚିହ୍ନଟ କରିପାରୁଥିବା ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା ପରୀକ୍ଷାଗାର କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବାୟୋକେମେଷ୍ଟ୍ରି ବିଭାଗରେ ସ୍ଥାପନ କରାଯାଇଛି । ଦେଶରେ ପ୍ରଥମ ଥର ପାଇଁ କୌଣସ ରାଜ୍ୟ ସରକାରୀ ମେଡିକାଲ କଲେଜରେ ପ୍ରତିଷ୍ଠା ହୋଇଥିବା ଏଭଳି ଅତ୍ୟାଧୁନିକ ପରୀକ୍ଷାଗାରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଉଦଘାଟନ କରିଛନ୍ତି । ଏହି ପରୀକ୍ଷାଗାର ମାଧ୍ୟମରେ ପ୍ରାଥମିକ ସ୍ତରରେ ଥିବା ସ୍ତନ କର୍କଟ, ଫୁସଫୁସ କର୍କଟ, ଅନ୍ତ୍ରାଶୟ କର୍କଟ ଓ ଗର୍ଭାଶୟ କର୍କଟ ଆଦିକୁ ଚିହ୍ନଟ କରାଯାଇ ପାରିବ । ମଣିଷଙ୍କ ଠାରେ ଦେଖା ଦେଉଥିବା ପାପିଲୋମା ଭାଇରସ୍‌ ସଂକ୍ରମଣ ଯାହାକି ମହିଳାମାନଙ୍କୁ କର୍କଟ ରୋଗ ହେବା ପୂର୍ବରୁ ସାଧାରଣ ଭାବେ ଦେଖାଯାଇଥଏ ତାହାକୁ ଠାବ କରାଯାଇ ପାରିବ । ଏହାଦ୍ୱାରା ୨୦ ରୁ ୬୫ ବର୍ଷ ବୟସର ମହିଳାଙ୍କ ପରୀକ୍ଷା କରାଯାଇ ସେମାନଙ୍କୁ କର୍କଟ ଭଳି ମାରାତ୍ମକ ରୋଗ କବଳରୁ ରକ୍ଷା କରାଯାଇ ପାରିବ । ଆଇସିୟୁରେ ଥିବା ରୋଗୀମାନଙ୍କ ଠାରେ ଦେଖା ଦେଉଥିବା ପ୍ରାଣଘାତୀ ଏମଆରଏସ୍‌ଏ ସଂକ୍ରମଣକୁ ମଧ୍ୟ ପରୀକ୍ଷାଗାର ମାଧ୍ୟମରେ ପରୀକ୍ଷା କରାଯାଇ ସେମାନଙ୍କୁ ପ୍ରାଥମିକ ସ୍ତରରେ ଚିକିସିା କରାଯାଇ ପାରିବ । ଏହି ପରୀକ୍ଷାଗାର ମାଧ୍ୟମରେ ମ୍ୟାଲେରିଆର ଉପସ୍ଥିତିକୁ ବି ଠାବ କରାଯାଇ ପାରିବ । ଏହା ମାଧ୍ୟମରେ କେଉଁ ସଂକ୍ରମଣରୁ ମସ୍ତିସ୍କ ମ୍ୟାଲେରିଆ ହେଉଛି ତାହାକୁ ସହଜରେ ଠାବ କରାଯାଇ ରୋଗୀଙ୍କୁ ଆବଶ୍ୟକ ଚିକିସିା ଯୋଗାଯାଇ ପାରିବ । ଏଥି ସହିତ ଏହି ପରୀକ୍ଷାଗାରରେ ଯକ୍ଷ୍ମାର ଭୂତାଣୁ ସହିତ ଏହାର ରୋଗ ପ୍ରତିରୋଧ ଶକ୍ତିକୁ ଠାବ କରାଯାଇ ରୋଗୀଙ୍କୁ ଆବଶ୍ୟକ ଔଷଧ ଜରିଆରେ ଚିକିସିା କରାଯାଇ ପାରିବ । ଏହି ଅତ୍ୟାଧୁନିକ ପରୀକ୍ଷାଗାର ଜରିଆରେ ସ୍ପଣ୍ଡିଲାଇସିସ୍‌ ଓ ଅନ୍ୟାନ୍ୟ ଗଣwି ଜନିତ ସମସ୍ୟାକୁ ଚିହ୍ନଟ କରାଯାଇ ପାରିବ ।
ଏଥି ସହିତ ଏଠାରେ ସିକିଲିସେଲ. ଥାଲାସିମିଆ, କର୍କଟ, ମଧୁମେହ, ଉଚ୍ଚ ରପ୍ତଚାପ, ହୃଦଜନିତ ରୋଗ, ଆଲଝମେର ଓ ଉଦାସନୀତା ଆଦି ରୋଗର ଜେନେଟିକ୍‌ ପରୀକ୍ଷା କରାଯାଇ ତାହାର ପ୍ରକୃତ କାରଣ ଜାଣିବା ସହିତ ଆବଶ୍ୟକ ଚିକିସିା ହୋଇପାରିବ । ଏଥି ସହିତ ପରିବେଶଗତ ଓ ମଣିଷର ଜୀବନଶୈଳୀରେ ପରିବର୍ତନ ଯୋଗୁଁ କି ପ୍ରକାର ରୋଗ ବ୍ୟାପକୁ ତାହାର ମଧ୍ୟ ଏହି ପରୀକ୍ଷାଗାରରେ ଅନୁଧ୍ୟାନ ହେବ ।
ପ୍ରଥମେ ଏଭଳି ପରୀକ୍ଷା ଭାରତ ବାହାରେ ଉପଲବ୍ଧ ହେଉଥିଲା । ଆର୍ନ୍ତଜାତୀୟ ଘରୋଇ ପରୀକ୍ଷାଗାର ଗୁଡିକରେ ଏଥିପାଇଁ ରୋଗୀଙ୍କୁ ୨୫ହଜାରରୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାବେଳେ ରିପୋର୍ଟ ପାଇବାକୁ ୧୫ଦିନରୁ ଏକମାସ ସମୟ ଲାଗିଯାଉଥିଲା । ବର୍ତମାନ କଟକରେ ସ୍ଥାପିତ ପରୀକ୍ଷାଗାରରେ ସମ୍ପୂର୍ଣ୍ଣ ମାଗଣାରେ ମାତ୍ର କେଇ ଘଂଟାରେ ପରୀକ୍ଷା ରିପୋର୍ଟ ମିଳିପାରିବ । ଏହି ପରୀକ୍ଷାଗାର ଜରିଆରେ ଆର୍ନ୍ତଜାତୀୟ ସ୍ତରର ପରୀକ୍ଷା ସୁବିଧା ସହିତ ବିଭିନ୍ନ ବିଜ୍ଞାନ ଭିତିକ ଗବେଷଣା ନିବନ୍ଧ ପ୍ରକାଶ ପାଇପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

Read More...

ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ

ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page