ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

June 03, 2019, ଓଡ଼ିଶା, , Anupambharat News Bureau


ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ
Anupambharat News Bureau
June 03, 2019

ନିମାପଡା, ୩ା୬ (ଅନୁପମ ମିଡିଆ): ମନରେ ଅସୁମାରି ସ୍ୱପ୍ନ, ରାତି ପାହିଥିଲେ ସାବିତ୍ରୀ ବ୍ରତ କରି ସ୍ୱାମୀର ମଙ୍ଗଳ ମନାସୀଥାନ୍ତା । ମାତ୍ର ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ସ୍ୱାମୀ ସାଜିଲା ସଇତାନ୍‌ । କେତେଟା ଟଙ୍କା ପାଇଁ ସ୍ୱାମୀ, ଶ୍ୱଶୁର ଓ ଦିଅର ମିଶି ପୋଡି ମାରିଦେଲେ ଘରର ଲକ୍ଷ୍ମୀକୁ ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନିମାପଡା ଥାନା ଉପକଣwରେ ଥିବା ଗଡଅନ୍ତୁଆର ପଞ୍ଚାୟତ ତରଡାପଡା ଜେନାସାହିରେ । ଘଟଣାରୁ ପ୍ରକାଶ ଯେ, ତରଡାପଡା ଜେନାସାହିର ରବିନ୍ଦ୍ର ଜେନାଙ୍କ ପୁଅ କୃଷ୍ଣଚନ୍ଦ୍ର ୨୦୧୫ମସିହାରେ କୋଣାର୍କ ଥାନା ଅନ୍ତର୍ଗତ ବୋଲରାଗଡ ଗ୍ରାମର ଗୋପୀନାଥ ରାୟଙ୍କ ଝିଅ ଦିପ୍ତିକୁ ବିବାହ କରିଥିଲା । ବିବାହ ସମୟରେ ବରପକ୍ଷର ଦାବୀ ମୁତାବକ ସମସ୍ତ ଯୌତୁକ ସାମଗ୍ରୀ କନ୍ୟାପକ୍ଷ ପ୍ରଦାନ କରିଥିଲେ । ବିବାହ ପରେ କୃଷ୍ଣଚନ୍ଦ୍ର ଓ ଦିପ୍ତିଙ୍କ ଔରଷରୁ ଝିଅଟିଏ ମଧ୍ୟ ଜନ୍ମ ହୋଇଥିଲା । ମାତ୍ର ଶାଶୁଘର ପକ୍ଷରୁ ଅଧିକ ଯୌତୁକ ଆଣିବାକୁ ଦିପ୍ତିକୁ ବାଧ୍ୟ କରାଯିବା ସହ ନିର୍ଯାତନା ଦିଆଯାଉଥିଲା । ଗତ କିଛି ଦିନ ତଳେ ଦିପ୍ତି ତାର ସାନ ଭଉଣୀର ବିବାହ ଉସିବରେ ଯୋଗଦେବା ପାଇଁ ବାପଘରକୁ ଯାଇଥିଲା । ବାପଘରକୁ ଯିବା ସମୟରେ ୫୦ହଜାର ଟଙ୍କା ଆଣିବାକୁ ଦିପ୍ତିକୁ କୁହାଯାଇଥିଲା । ୫୦ହଜାର ଟଙ୍କା ଆଣିଲେ ଦିପ୍ତି ଝିଅ ନାମରେ ଫିକ୍ସ ଡିପୋଜିଟ୍‌ ହେବ । ଦିପ୍ତି ଘରୁ ୨୫ହଜାର ଟଙ୍କା ଆଣି ଶାଶୁଘରକୁ ଫେରିଥିଲା । ଆଉ ୨୫ ହଜାର ଟଙ୍କା କାହିଁକି ଆଣିନାହୁଁ ବୋଲି ଶାଶୁଘର ଲୋକ ତା ଉପରେ ଅତ୍ୟାଚାର କରିଥିଲେ ।
ରବିବାର ରାତିରେ ଏହି ନିର୍ଯାତନାର ଚରମ ପରିଣତି ଘଟିଥିଲା । ଶାଶୁ, ଶ୍ୱଶୁର, ଜ୍ୱାଇଁ ଓ ଦିଅର ମିଶି ଦିପ୍ତିକୁ ନିସ୍ତୁକ ମାଡମାରି କିରୋସିନି ଢାଳି ପୋଡି ମାରିଦେଇଥିବା ଦିପ୍ତିର ଦାଦା ନିମାପଡା ଥାନାରେ ଅଭିଯୋଗ କରିଛନ୍ତି ।
ପୋଲିସ ଅଭିଯୋଗ ଗ୍ରହଣ କରି ଶବ ଜବତ କରି ପୋଷ୍ଟମଟମ୍‌ ପାଇଁ ପଠାଇ ଏକ ମାମଲା ରୁଜୁ କରିଛନ୍ତି । ଆଜି ପୁରୀରୁ ଫୋରେନ୍‌ସିକ୍‌ ଟିମ୍‌ ଆସି ଅଧିକ ତଦନ୍ତ ଚଳାଇଛି । ନିମାପଡା ପୋଲିସ ଦିପ୍ତିର ସ୍ୱାମୀ ଓ ଶ୍ୱଶୁରକୁ ଅଟକ ରଖିଛନ୍ତି । ଅସମର୍ଥିତ ସୁତ୍ରରୁ ପ୍ରକାଶ ଦିପ୍ତି ଦେହରେ ନିଆଁ ଲାଗିଥିବା ବେଳେ ସେ ଚିକିାର କରିଥିଲା ।
ଚିକିାର ଶୁଣି କିଛି ଗ୍ରାମବାସୀ ଉଦ୍ଧାର କରିବାକୁ ତାଙ୍କ ଘରକୁ ଯାଇଥିଲେ । ମାତ୍ର ଦିପ୍ତିର ଶାଶୁଘର ଲୋକ ଗ୍ରାମବାସୀଙ୍କୁ ଆଖିଦେଖାଇ ଫେରାଇ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

Read More...

ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page