ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

June 03, 2019, ଓଡ଼ିଶା, , Anupambharat News Bureau


ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ
Anupambharat News Bureau
June 03, 2019

କେନ୍ଦୁଝର, ୩ା୬ (ଅନୁପମ ମିଡିଆ): ପ୍ରାତଃଭ୍ରମଣରୁ କରୁଥିବା ସମୟରେ ଦୁଇଭଉଣୀଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତୁ୍ୟ ହୋଇଥିବାବେଳେ ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ସଦର ଥାନା ଗୋପିନାଥପୁର ନିକଟରେ ସୋମବାର ସକାଳୁ ଗୋପିନାଥପୁର ଗ୍ରାମର ଦୁଇଭଉଣୀ ପଙ୍କଜିନି ଦାସ ଓ ନିବେଦିତା ଦାସ ପ୍ରାତଃଭ୍ରମଣ କରୁଥିବା ସମୟରେ ଏକ ଟ୍ରକ୍‌ ମାଡିଯିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତୁ୍ୟ ହୋଇଥିଲା । ପ୍ରକାଶଯୋଗ୍ୟ ଯେ, ସବୁଦିନ ପରି ଦୁଇ ଭଉଣୀ ପ୍ରାତଃ ଭ୍ରମଣରେ ସୋମବାର ସକାଳୁ ବାହାରିଥିଲେ । ରାସ୍ତାକଡରେ ଦୁଇ ଭଉଣୀ ଚାଲୁଥିବାବେଳେ ପଛପଟୁ ଦ୍ରୁତଗତିରେ ଏକ ଟ୍ରକ୍‌ ତାଙ୍କ ଉପରେ ମାଡି ଯାଇଥିଲା । ଟ୍ରକ୍‌ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଥିଲା । ଖବରପାଇ ସଦର ପୁଲିସ ଦୂର୍ଘଟଣା ଘଟାଇଥିବା ଟ୍ରକକୁ ପିଛା କରି ବନାଯୋଡି ଟୋଲଗେଟ ନିକଟରେ ଧରିବାକୁ ସଫଳ ହୋଇଥିଲା । ଏସଂପର୍କରେ ସଦର ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି କେନ୍ଦୁଝର ମୁଖ୍ୟ ଚିକିସିାଳୟରେ ଉଭୟଙ୍କ ଶବ ବ୍ୟବଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

Read More...

ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page