ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

June 03, 2019, ଦେଶ, , Anupambharat News Bureau


ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି
Anupambharat News Bureau
June 03, 2019

ନୂଆଦିଲ୍ଲୀ : ସିବିଆଇର ବିଶେଷ ଅଦାଲତରୁ ରର୍ବଟ ଭଦ୍ରାଙ୍କୁ ଆଶ୍ୱସ୍ତୀ ମିଳିଛି । ତାଙ୍କୁ ନିଜର ଚିକିତ୍ସା କରାଇବାକୁ ୬ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ମିଳିଛି । ଭଦ୍ରା ଦିଲ୍ଲୀର ହାଉସ୍‌ ଅଭେନ୍ୟୁ ଅଦାଲତରେ ଏକ ମେଡିକାଲ ସାର୍ଟିଫିକେଟ ଜମା କରିଥିଲେ । ଭଦ୍ରାଙ୍କ କହିବା ଅନୁଯାୟୀ, ତାଙ୍କ ଅନ୍ତନଳୀରେ ଟ୍ୟୁମର ହୋଇଛି, ଏଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ପଡିବ । ଏହା ପୂର୍ବରୁ ସେ ଇଡି ସାମ୍ନାରେ ବିଦେଶ ଯିବାକୁ ଅନୁମତି ମାଗିଥିଲେ କି;ୁ ଅସପଳ ହୋଇଥିଲେ । ଭଦ୍ରାଙ୍କ ଉକିଲ କେଟିଏସ୍‌ ତୁଳସୀ ଅଦାଲତରେ ଦଲିଲ ଦେଇଥିଲେ କି, ଭଦ୍ରା ଯାଞ୍ଚ ସମୟରେ ପୂର୍ଣ୍ଣ ସହେଯାଗ କରିବେ ଏବଂ ତାଙ୍କୁ ଯାଞ୍ଚ୍‌ ପାଇଁ ଡକାଗଲେ ସେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ । ତେଣୁ ତାଙ୍କୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ଦିଆଯାଉ । ଏହି ସମୟରେ ଭଦ୍ରାଙ୍କ ଅପିଲକୁ ଇଡି ଖାରଜ କରିଥିଲା ଏବଂ କହିଥିଲା କି, ଭଦ୍ରାଙ୍କ ମେଡିକାଲ ସାର୍ଟିଫିକେଟରେ ମଇ ୧୩ର ତାରିଖ ରହିଛି । ତେଣୁ ସେ ପୂର୍ବରୁ ଏହାକୁ ଜମା କରି ନଥିଲେ କଣ ପାଇଁ । ଚିକିତ୍ସା ପାଇଁ ସେଠାରେ କବଳ ଲଣ୍ଡନ ଲେଖା ଯାଇଛି କଣ ପାଇଁ ସେ ଅନ୍ୟ କୌଣସୀ ସ୍ଥାନରୁ ଚିକିତ୍ସା କରେଇ ପାରିଥାନ୍ତେ । ତାଙ୍କର ଭାରତରେ ମଧ୍ୟ ଚିକିତ୍ସା କରାଯାଇ ପାରିବ । ଉଲ୍ଲେଖଯୋଗ୍ୟ, ବହୁ ଚର୍ଚ୍ଚିତ ମନି ଲଣ୍ଡରିଙ୍ଗ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରର୍ବଟ ଭଦ୍ରାଙ୍କୁ ଇଡି ଯାଂଚ୍‌ କରୁଛି । ତେଣୁ ଯାଞ୍ଚ ସମୟରେ ତାଙ୍କୁ ବିଦେଶ ଯିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । କି;ୁ ସେ ସ୍‌ୱାସ୍ତ୍ୟବସ୍ଥା ଖରାପ ଦର୍ଶାଇ ବିଦେଶ ଯିବାକୁ ସିବିଆଇ ଅଦାଲତରେ ଅନୁମତି ମଗାଯାଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

Read More...

ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page