ନୂଆଦିଲ୍ଲୀ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କ୍ୟାବିନେଟ୍ ରାଙ୍କ୍ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ୫ ବର୍ଷ ପାଇଁ ଡୋଭାଲଙ୍କୁ ନିଯୁକ୍ତି ମିଳିଛି । ଅଜିତ ଡୋଭାଲ ଭାରତର ଜଣେ ଦକ୍ଷ ସୁରକ୍ଷା ପରାମର୍ଶଦାତା ଭାବେ ପରିଚିତ । ଉରି ଏବଂ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏପରିକି ଦେଶ ବାହାରେ ଆତଙ୍କବାଦୀଙ୍କ କବଜାରେ ଥିବା ଭାରତୀୟଙ୍କୁ ମୁକୁଳାଇବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆଜି କେନ୍ଦ୍ର ସରକାର ଡୋଭାଲଙ୍କୁ କ୍ୟାବିନେଟ୍ ରାଙ୍କ୍ ପ୍ରଦାନ କରିଛନ୍ତି । ଏହାସହ ତାଙ୍କୁ ଆଗାମୀ ୫ ବର୍ଷ ପାଇଁ ସରକାର ନିଯୁକ୍ତି ଦେଇଛନ୍ତି । ଉଲ୍ଲେଖଇାଉକି ସର୍ଜିକାଲ ଷ୍ଟ୍ରାଇକରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଇଛି ।