ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ

June 03, 2019, ଦେଶ, , Anupambharat News Bureau


ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ
Anupambharat News Bureau
June 03, 2019

ପାଟନା: କେନ୍ଦ୍ରରେ ମୋଦିଙ୍କ ଦ୍ୱିତୀୟ ସରକାର ଗଢ଼ା ହେବାର ଠିକ ପରେ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହାକୁ ନେଇ ଏବେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଉଭୟ ଦଳ ସବୁ ଠିକଠାକ୍‌ ଚାଲିଥିବା କହୁଥିବା ବେଳେ ବାସ୍ତବରେ କି;ୁ ମତଭେଦ ଥିବା ଦେଖିବାକୁ ମିଳିଛି । ଗତକାଲି ଜେଡିୟୁ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା । ଏଥିରେ କି;ୁ ବିଜେପି ବିଧାୟକ ଓ ନେତା ଯୋଗ ଦେଇନଥିବା ଜଣାପଡ଼ିଛି । ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ଜେଡିୟୁ ବିଧାୟକ ଯୋଗ ଦେଇନଥିବା ଜଣାପଡ଼ିଛି । ଅନ୍ୟପଟେ ଆରଜେଡି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ମହାମେଣ୍ଟର ସମସ୍ତ ଦଳର ନେତା ଯୋଗ ଦେଇଥିଲେ । ୩୦ରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ଉଲ୍ଲେକଥାଉକି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୮ ଜଣ ଦଳୀୟ ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତିଛ ରାଜ୍ୟପାଳ ଲାଲଜୀ ଟଣ୍ଡନ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହେଲେ ଏହାକୁ ଅଗ୍ରାହ୍ୟ କରିଥିଲେ ଜେଡିୟୁ ସଭାପତି ନୀତୀଶ କୁମାର । ଏହାପରେ ରାଜ୍ୟରେ ତାଙ୍କ ନେତୃତ୍ୱାଧୀନ ସରକାରର ମନ୍ତ୍ରିମଣ୍ଡଳର କାୟା ବିସ୍ତାର କରିଛନ୍ତି । ଜେଡିୟୁ ବିଧାୟକଙ୍କୁ ଛାଡ଼ିଦେଲେ ମେଣ୍ଟ ସରକାରରେ ସାମିଲ ଥିବା ବିଜେପି ଓ ଲୋକ ଜନଶକ୍ତି ପାର୍ଟିର ବିଧାୟକ ଏହି ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣରେ ସାମିଲ ହୋଇ ନାହାନ୍ତି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି । ଏହି ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ଗୋଟିଏ ମନ୍ତ୍ରିପଦ ମିଳିଥିଲା । ତେଣୁ ଏବେ ବିଜେପି ଓ ଜେଡିୟୁରେ କିଛି ଠିକଠାକ୍‌ ଚାଲିନଥିବା ଚର୍ଚ୍ଚା ହେଉଛି । ତେବେ ଶପଥ ଗ୍ରହଣ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି । ସେ କହିଛନ୍ତି ଦୁଇ ଦଳ ମଧ୍ୟରେ ୨୦୦ ପ୍ରତିଶତ ବୁଝାମଣା ଠିକ୍‌ ରହିଛି । ଏଥିରେ ଜେଡିୟୁକୁ ମାତ୍ର ଗୋଟିଏ କ୍ୟାବିନେଟ ପାହ୍ୟା ମନ୍ତ୍ରିପଦ ମିଳିବାରୁ ନୀତୀଶ କୁମାର ଅସନ୍ତୋଷ ପ୍ରକାଶ କରି ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇନଥିଲେ । ଏହାପରେ ଗତକାଲି ଯେସାକୁ ତେସା ନୀତିରେ ନୀତୀଶ କୁମାର ନଜ ଦଳର ୮ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । ଏବଂ କହିଥିଲେ ଆଗାମୀ ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ

ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ

Read More...

ରଙ୍ଗମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ

ରଙ୍ଗମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page