ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ

June 03, 2019, ଦେଶ, , Anupambharat News Bureau


ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ
Anupambharat News Bureau
June 03, 2019

ଏହାକୁ ପୁଣି ଥରେ ଫେରେଇ ନେଇଛନ୍ତି । ସରକାର ଏବେ ଏଥିରେ ପରିବର୍ତନ ଆଣିଛନ୍ତି । ନୂତନ ଡ୍ରାପଫରେ ହିନ୍ଦୀକୁ ଅନିବାର୍ଯ୍ୟ କରିବା ସର୍ତକୁ ହଟେଇ ଦେଇଛନ୍ତି । ଆଜି ସରକାର ନୂତନ ଶିକ୍ଷା ନୀତି ଡ୍ରାପଫର ପରିବର୍ତନ ବିଷୟରେ ଘୋଷଣା କରିଛନ୍ତି । ପ୍ରଥମ ପ୍ରସ୍ତାବରେ ତ୍ରିଭାଷୀର ଫର୍ମୁଲା ଦିଆଯାଇ ଥିଲା । ଯେଉଁଥିରେ ରାଜ୍ୟର ମୂଳ ଭାଷା ସହ ସ୍କୁଲ ପାଠ୍ୟକ୍ରମରେ ତୃତୀୟ ଭାଷା ଭାବରେ ହିନ୍ଦୀକୁ ବାଧ୍ୟତାମୂଳକ କରିବା ବିଷୟରେ ପ୍ରସ୍ତାବ ରଖା ଯାଇଥିଲା । ତେବେ ଏହି ସଂଶୋଧନ ଡାପଫରେ ବାଧ୍ୟତାମୂଳକ ସ୍ଥାନରେ ଫ୍ଲେକ୍ସିବୁଲ ଶବ୍ଦ ବ୍ୟବହାର କରାଯାଇଥିଲା । କାରଣ ଏବେ ମାତୃଭାଷା ଏବଂ ସ୍କୁଲ ଭାଷା ବ୍ୟତୀତ ତୃତୀୟ ଭାଷାକୁ ଛାତ୍ର ନିଜର ଇଚ୍ଛା ମୁତାବକ କରିଥାଏ । ଏଥିପାଇଁ ଛାତ୍ର ନିଜର ବିଦ୍ୟାଳୟରେ ଶିକ୍ଷକ କିମ୍ବା ଅନ୍ୟ ମାନଙ୍କ ସହ ଆଲୋଚନା କରି ପାରିବ । ଦକ୍ଷିଣ ଭାରତରେ ଏନେଇ ବିବାଦ ସୃଷ୍ଟି ହେବା ପରେ କେନ୍ଦ୍ରୀୟ ମାନବ ସଂସାଧନ ମନ୍ତ୍ରୀ ରମେଶ ଫୋଖରିୟାଲ ସ୍ପଷ୍ଟ କରିଥିଲେ କି, ସରକାର ନିଜ ନୀତି ଆଧାରରେ ସମସ୍ତ ଭାରତୀୟ ଭାଷାର ବିକାଶକୁ ନେଇ ପ୍ରତିବଦ୍ଧ ଅଛନ୍ତି । କୌଣସୀ ପ୍ରଦେଶ ଉପରେ କିଛି ବି ଭାଷା ଥୋପାଯିବ ନାହିଁ । ନୂତନ ଶିକ୍ଷା ନୀତି କେବଳ ଏକ ରିପୋର୍ଟ । ଏହା ଉପରେ ଲୋକମାନେ ଏବଂ ବିଭିନ୍ନ ପକ୍ଷକାରଙ୍କ ରାୟ ନିଆଯିବ । ଏହାପରେ ଯାଇ କୋଣସୀ ପରିବର୍ତନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାର୍‌ବୋମା ବିସ୍ପୋରଣରେ ୧୪ ମୃତ

କାର୍‌ବୋମା ବିସ୍ପୋରଣରେ ୧୪ ମୃତ

Read More...

ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ

ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page