ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

June 03, 2019, ଓଡ଼ିଶା, , Anupambharat News Bureau


ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ
Anupambharat News Bureau
June 03, 2019

ପାତ୍ରପୁର,୩ ।୬ (ଅନୁପମ ମିଡ଼ିଆ): ଜରଡ଼ା ଥାନା ସୁରଙ୍ଗି ଠାରେ ପୂର୍ବର୍ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼ ହୋଇଥିବା ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳଛି ।
ଏଥିରେ ସୁରଙ୍ଗି ଗ୍ରାମର ପିଙ୍କୁ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି । ମିଳିଥିିବା ସୂଚନା ମୁତାବକ ସୁରଙ୍ଗି ନିକଟସ୍ଥ କନିରିଡ଼ା ଗାଁର ପିଙ୍କୁ ସେଠୀଙ୍କ ଛୁରା ମାଡ଼ରେ ସୁରଙ୍ଗି ଗାଁର କାଶୀନାଥ ନାୟକଙ୍କ ପୁଅ ପିଙ୍କୁ ନାୟକ ଗୁରୁତର ହୋଇଥିିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପିଙ୍କୁ ନାୟକଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ପିଠି ଓ ବେକ ନିକଟରେ ଗଭୀର ଆଘାତ ହୋଇଥିବା ଦେଖିବାକୁ ମିିଳିଛି । ଥଣ୍ଡାପାନୀୟ କାଚ ଗ୍ଳାସ ଓ ଛୁରି ସାହାର୍ଯ୍ୟରେ ଆକ୍ରମଣ ହୋଇଥିବା ସେ କହିଥିବା ବେଳେ ପାତ୍ରପୁର ମେଡ଼ିକାଲରେ ସେ ଚିକିସିିତ ଅଛନ୍ତି । ପିଙ୍କୁ ପେସାରେ ଜଣେ ଡ଼୍ରାଇଭର ହୋଇଥିିବା ବେଳେ ପିଙ୍କୁ ସେଠୀ ବ୍ରହ୍ମପୁର ସଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଟାନରେ ଡ଼ିପ୍ଳୋମା ଚତୁର୍ଥ ସେମିଷ୍ଟାରେ ଅଧ୍ୟୟନ କରୁଛନ୍ତି । ଉଭୟଙ୍କ ମଧ୍ୟରେ ପୁର୍ବରୁ ଗଣ୍ଡୋଗଳ ମଧ୍ୟ ହୋଇଥିବା ଜଣାପଡ଼ିଛି । ପୁର୍ବ ଶତୃ୍ରତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ଆହାତ ପିଙ୍କୁ ପ୍ରକାଶ କରିିଥିବା ବଳେ ପ୍ରେମ ବ୍ୟାପାରକୁ ନେଇ ଏଭଳି ହୋଇଥିବା ସନ୍ଦେହ କରାଯାଉଛି ।
ଘଟଣାସ୍ଥଳରେ ଜରଡ଼ା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ବ କରିଛି । ସ୍ଥାନୀୟ ଲୋକ ପିଙ୍କୁ ସେଠୀକୁ କାବୁ କରି ପଞ୍ଚାୟତ ଅଫିସରେ ରଖିଥିବା ଜଣାପଡ଼ିଛି । ତେବେ ଏନେଇ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଉଭୟ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ପଞ୍ଚାୟତ କାର୍ଯ୍ୟାଳୟରେ ସମାଧାନ ହୋଇଥିବା ଖାରିଆଗୁଡ଼ା ପାଣ୍ଡି ଅଧିକାରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଳମ୍ବରେ ପହଞ୍ଚିବ ମୌସୁମୀ

ବିଳମ୍ବରେ ପହଞ୍ଚିବ ମୌସୁମୀ

Read More...

କାର୍‌ବୋମା ବିସ୍ପୋରଣରେ ୧୪ ମୃତ

କାର୍‌ବୋମା ବିସ୍ପୋରଣରେ ୧୪ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page