କାର୍‌ବୋମା ବିସ୍ପୋରଣରେ ୧୪ ମୃତ

June 03, 2019, ବିଦେଶ, , Anupambharat News Bureau


କାର୍‌ବୋମା ବିସ୍ପୋରଣରେ ୧୪ ମୃତ
Anupambharat News Bureau
June 03, 2019

ଡାମାସ୍କସ୍‌: ସିରିଆର ଉତ୍ତରପଶ୍ଚିମରେ ଥିବା ଅଜାଜ୍‌ ସହରରେ ଗତକାଲି ଏକ କାର୍‌ ବୋମା ବିସ୍ପୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସହରର ଏକ ମସଜିଦ ନିକଟରେ ଏହି ବିସ୍ପୋରଣ ହୋଇଥିଲା । ଲୋକମାନେ ମସଜିଦରେ ପ୍ରାର୍ଥନା ସାରି ଫେରୁଥିବା ବେଳେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ମସଜିଦ ପାଖ ବଜାରରେ ଥିବା ୬ଟି ଦୋକାନ ପୂରା ଜଳି ଯାଇଛି । ଏହା ସହିତ ଆହୁରି ଅନେକ ଦୋକାନର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି । ଏହି ବିସ୍ପୋରଣ ପଛରେ କାହାର ହାତ ଅଛି, ତାହା ସ୍ପଷ୍ଟ ହୋଇନାହିଁ । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସହରର ଏକ ମସଜିଦ ନିକଟରେ ଏହି ବିସ୍ପୋରଣ ହୋଇଥିଲା । ଲୋକମାନେ ମସଜିଦରେ ପ୍ରାର୍ଥନା ସାରି ଫେରୁଥିବା ବେଳେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ମସଜିଦ ପାଖ ବଜାରରେ ଥିବା ୬ଟି ଦୋକାନ ପୂରା ଜଳି ଯାଇଛି ।ସୂଚନାଯୋଗ୍ୟ, ସିରିଆର ଉତ୍ତରପୂର୍ବରେ ଅବସ୍ଥିତ ରାMା ସହରରେ ଶନିବାର ଦିନ ଏଭଳି ଏକ ବିସ୍ପୋରଣ ହୋଇଥିଲା । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

Read More...

ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ

ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page