ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ

June 03, 2019, ଦେଶ, , Anupambharat News Bureau


 ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ
Anupambharat News Bureau
June 03, 2019

ନୂଆଦିଲ୍ଲୀ, ୩ା୬: ଅରୁଣାଚଳ ପ୍ରଦେଶରୁ ସୋମବାର ଅପରାହ୍ନ ୧ଘଣ୍ଟା ସମୟରେ ଭାରତୀୟ ବାୟୁସେନାର ଏକ ବିମାନ ୩୨-ଟ୍ରାନ୍ସପୋର୍ଟ ଏୟାରକ୍ରାଫଫ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଜଣାଯାଇଛି । ଉକ୍ତ ବିମାନରେ ପାଞ୍ଚଜଣ ଯାତ୍ର
ୀଙ୍କ ସମେତ ୮ଜଣ କର୍ମଚାରୀ ରହିଥିଲେ । ସମସ୍ତେ ବିମାନରେ ନିଖୋଜ ଥିବା ଜଣାଯାଇଛି । ଭାରତୀୟ ବାୟୁସେନାର ଏହି ବିମାନ ଆସାମର ଜୋରହାଟ୍‌ ଠାରୁ ୧୨ଟା ୨୫ମିନିଟ୍‌ ସମୟରେ ଉଡ଼ାଣ ଆରମ୍ଭ କରିଥିଲା । ତେବେ ଅପରାହ୍ନ ୧ଘଣ୍ଟା ବେଳେ ଉକ୍ତ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସମସ୍ତ ଅନୁସନ୍ଧାନ କରିବା ସତ୍ତେ୍ୱ ବିମାନର କୌଣସି ସନ୍ଧାନ ମିଳିପାରି ନାହିଁ । ବିମାନଟିକୁ ଖୋଜି ବାହାର କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସୁ-୩୦ ଯୁଦ୍ଧ ବିମାନ ଓ ସି-୧୩୦ ପରିବହନ ବିମାନକୁ ଖୋଜା ଅଭିଯାନରେ ମୁତୟନ କରାଯାଇଛି । ଏହି ନିଖୋଜ ବିମାନ ସମ୍ପର୍କରେ ଭାରତୀୟ ବାୟୁସେନାର ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ ଆର୍‌ଏସ୍‌ ଭାଦୋରିଆଙ୍କ ସହିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଥାବାର୍ତ୍ତା କରିଛନ୍ତି । ସନ୍ଧ୍ୟା ସୁଦ୍ଧା ଉକ୍ତ ବିମାନର କୌଣସି ସନ୍ଧାନ ମିଳି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ,  କମିଲା ପାସ୍‌ ହାର

ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ, କମିଲା ପାସ୍‌ ହାର

Read More...

୨୦ରୁ ରାଜ୍ୟସଭା ଅଧିବେଶନ

୨୦ରୁ ରାଜ୍ୟସଭା ଅଧିବେଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page