ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ, କମିଲା ପାସ୍‌ ହାର

June 03, 2019, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ,  କମିଲା ପାସ୍‌ ହାର
Anupambharat News Bureau
June 03, 2019

ଭୁବନେଶ୍ୱର,୩ ।୬(ଅନୁପମ ମିଡିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେଜଲଫ ସୋମବାର ପ୍ରକାଶ ପାଇଛି । ଚଳିତ ବର୍ଷ ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଚଳିତ ଥର ପାସ୍‌ ହାର ୭୨.୩୩ ପ୍ରତିଶତ ରହିଛି ଯାହାକି ଗତବର୍ଷ ଠାରୁ ୪ ପ୍ରତିଶତ କମ୍‌ । ଗତବର୍ଷ ୭୬.୯୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିଲେ । ୪୦,୦୫୮ ଛାତ୍ର ପାସ୍‌ କରିଥିବା ବେଳେ ଛାତ୍ରୀ ୩୦, ୬୪୮ ଛାତ୍ରୀ ପାସ୍‌ କରିଛନ୍ତି । ଛାତ୍ରଙ୍କ ପାସ୍‌ ହାର ୭୦.୪ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍‌ ହାର ୭୫.୦୨ ରହିଛି । ଫଳରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଆଗୁଆ ରହିଛନ୍ତି । ୨୯ ଟି କଲେଜ୍‌ର ପାସ୍‌ ହାର ଶତ ପ୍ରତିଶତ ରହିଥିବା ବେଳେ ୯ଟି କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍‌ କରି ନାହାନ୍ତି ।
ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପ୍ରକାଶ କରି କହିଛନ୍ତି ଯେ ପ୍ରଥମ ଶ୍ରେଣୀରେ ୨୦,୮୦୬ ଜଣ (୨୯.୪୨ପ୍ରତିଶତ) ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଦ୍ୱିିତୀୟ ଶ୍ରେଣୀରେ ୨୩,୯୦୪ (୩୩.୮୧ପ୍ରତିଶତ), ତୃତୀୟ ଶ୍ରେଣୀରେ ୨୫,୩୬୦ (୩୫.୮୭ପ୍ରତିଶତ)ଏବଂ କମ୍ପାଟମେଣ୍ଟାଲରେ ୬୩୬ ଜଣ (୦.୯) ପାସ୍‌ କରିଛନ୍ତି । ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୬.୫୬ ପ୍ରତିଶତ ଥିବା ବେଳେ ଗଜପତି ଜିଲ୍ଲାରେ ପାସ୍‌ ହାର ସର୍ବନିମ୍ନ ୩୬.୨୦ ପ୍ରତିଶତ ରହିଛି । ଗତଥର ମଧ୍ୟ ଗଜପତି ଜିଲ୍ଲା ପାସ୍‌ ହାର ରହିଥିଲା ଯାହାକି ୪୩.୪୩ ପ୍ରତିଶତ ଥିଲା । ଚଳିତ ବର୍ଷ ୧୨,୩୯୦ ଜଣ ଅନୁସୂଚିତ ଜାତି ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୩,୧୭୯ ଜଣ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮,୦୯୦ ଜଣ ପାସ୍‌ କରିଥିବା ବେଳେ ସେମାନଙ୍କ ପାସ୍‌ ହାର ୬୫.୨୧୯ପ୍ରତିଶତ ରହିଛି । ସେହିପରି ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬,୮୪୧ ଜଣ ପାସ୍‌ କରିଥିବା ବେଳେ ସେମାନଙ୍କ ପାସ୍‌ ହାର ୫୧.୯୦ ପ୍ରତିଶତ ରହିଛି ।୬୦ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୧,୮୭୨ ଜଣ ୮୦ ପ୍ରତିଶତ ବା ଏହା ଠାରୁ ଅଧିକ ଏବଂ ୫,୮୮୫ ଜଣ ୭୦ ପ୍ରତିଶତ ଓ ଏହା ଠାରୁ ଅଧିକ ମାର୍କ ରଖିଛନ୍ତି । ଆସନ୍ତା ୧୭ ତାରିଖ ସୁଦ୍ଧା ମାର୍କ ସିଟ୍‌ , ପ୍ରେଭିଜନାଲ ଓ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ମିଳିବ । ରି -ଆଡିସନ୍‌ ଓ ରିଚେକିଂ ପାଇଁ ଛାତ୍ରଛାତ୍ରୀ ମାନେ ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ । ଯୁକ୍ତ ୨ କଳା ଓ ବାଣିଜ୍ୟ ଖାତା ଦେଖା ଚାଲୁ ରହିଛି । ୨ ରୁ ୩ ଦିନ ମଧ୍ୟରେ ଏହା ଶେଷ ହେବ । ଏହା ପରେ ରେଜଲଫ ବାହାରିବ ବୋଲି ପରିଷଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଯାଞ୍ଚ କଡା ହେବାରୁ ପାସ୍‌ ହାର କମ୍‌ ରହିଛି । କପି କରି ଉଭୟ ରେଗୁଲାର ଓ ଏକ୍ସ ରେଗୁଲାରରେ ୪୦୬ ଜଣ ଛାତ୍ରଛାତ୍ରୀ
ଧରା ପଡିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦାସଙ୍କ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଲୋପାମୁଦ୍ରା ମହାନ୍ତି ଓ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଉପସ୍ଥିତ ଥିବାବେଳେ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ

ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ

Read More...

 ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ

ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page