ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

June 04, 2019, ଓଡ଼ିଶା, , Anupambharat News Bureau


ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ
Anupambharat News Bureau
June 04, 2019

ସମ୍ବଲପୁର,୪ା୬(ଅନୁପମ ମିଡିଆ): ସମ୍ବଲପୁର ସନ୍ତରଣାଗାର ପରିସର ପାଖ ଉନ୍ନୟନ କର୍ତୃପକ୍ଷ ମାର୍କେଟ କମ୍ପ୍ଲେକ୍ସ ଠାରେ ନିର୍ମାଣାଧୀନ ପ୍ରେକ୍ଷାଳୟ ଆଗାମୀ ବର୍ଷ ଶେଷ ସୁଦ୍ଦା କାର୍ଯ୍ୟକ୍ଷମ ହେବ ।
ବହୁତଳ ବିଶିଷ୍ଟ ଏହି ପ୍ରକଳ୍ପରେ ପ୍ରେକ୍ଷାଳୟ ଓ ବ୍ୟବସାୟୀକ କମ୍ପ୍ଲେକ୍ସ ରହିବ । ଏବେ ଏହାର ବେଶ ମେଂଟ ର ନିର୍ମାଣ କାମ ଗତ ମାର୍ଚ୍ଚ ମାସରୁ ଆରମ୍ବ ହୋଇଛି । ପ୍ରଥମ ମହଲାରେ ଏକ ହଜାର ଆସନ ବିଶିଷ୍ଟ ପ୍ରେକ୍ଷାଳୟ ରହିବ । ପ୍ରକଳ୍ପ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ନଅ କୋଟି ଟଙ୍କା ମnୁର କରାଯାଇଛି । ୧.୧୪ ଏକଡ଼ ଜମିରେ ପୂର୍ତ ବିଭାଗ ଏହି ପ୍ରକଳ୍ପ ନିର୍ମାଣ କରୁଛି । ନିର୍ମାଣ ପରେ ବିଭାଗ ଏହାକୁ ସମ୍ବଲପୁର ଉନ୍ନୟନ କର୍ତୃପକ୍ଷ-ଏସଡ଼ିଏ କୁ ହସ୍ତାନ୍ତର କରିବ । ଏସଡ଼ିଏ ଏହାର ପରିଚାଲନା କରିବ । ଦ୍ୱିତୀୟ ଓ ଅନ୍ୟାନ୍ୟ ସମ୍ପ୍ରସାରଣ କାର୍ଯ୍ୟ ଏସଡ଼ିଏ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ କରିବ ।
ସବାତଳ ମହଲା ବା ବେଶମେଂଟକୁ ପାର୍କିଂ ପାଇଁ ବ୍ୟବହାର କରାଯିବ । ଦ୍ୱିତୀୟ ମହଲାରେ ମାର୍କେଟ କମ୍ପ୍ଲେକ୍ସ ରହିବ । ପ୍ର୍‌କଳ୍ପ ନିର୍ମାଣ ଚାଲିଥିବା ଜମିରେ ଏସଡ଼ିଏର ୮୭ଟି ଦୋକାନ ରହିଛି । ଉକ୍ତ ତିନି ମହଲା ବିଶିଷ୍ଟ ପ୍ରକଳ୍ପ ନିର୍ମାଣ ପରେ ଅସୁରକ୍ଷିତ ଥିବା ଏହି ଦୋକାନ ଗୁଡ଼ିକୁ ଭାଂଗି ଦିଆଯିବ । ପରେ ଏହି ଦୋକାନୀ ମାନଙ୍କୁ ନୂଆ କୋଠାର ତଳ ଓ ଦ୍ୱିତୀୟ ମହଲାରେ ପ୍ରସ୍ତାବତ ଦୋକାନ ଗୁଡ଼ିକୁ ଦିଆଯିବ । ଏଠାରେ ସୂଚନା ଯୋଗ୍ୟ, ଏସଡ଼ିଏ ପକ୍ଷରୁ ଏଠାରେ ତିରିଶ ବର୍ଷ ଆଗରୁ ଏହି ଦୋକାନ ଗୁଡ଼ିକୁ ନିର୍ମାଣ କରାଯାଇଥିଲା ପରେ ଦୀର୍ଘ ବର୍ଷ ଧରି ଏହାର ମଝିରେ ଥିବା ପଡ଼ିଆରେ ଘରୋଇ ବସଷ୍ଟାଂଡ଼ ଚାଲିଥିଲା । ୧୯୯୯ ରେ ଏହା ଅଇଁଠାପାଲି ଠାରେ ଥିବା ନୂଆ ବସ ଟର୍ମିନସ କୁ ଉଠିଯାଇଛି । ଏହା ବାଦ ଜାଗାଟି ଅବ୍ୟବହୃତ ହୋଇରହିଥିଲା । ଏସଡ଼ିଏ ପକ୍ଷରୁ ଏଠାରେ ବହୁ ବାର ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ ହୋଇଛି । ହେଲେ ଏବେ ତାହା ଫଳପ୍ରସୂ ହୋଇଛି । ପ୍ରେକ୍ଷାଳୟ ନିର୍ମାଣ ହେଲେ ସହରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଂଚ ଓ ହଲ ଉପଲବ୍ଦ ହୋଇପାରିବ । ବଡ଼ ହଲ ନଥିବାରୁ ଏବେ ଖୋଲା ମଂଚରେ କାର୍ଯ୍ୟକ୍ରମ କରାଯାଉଛି । ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଅଠର ମାସ ମଧ୍ୟରେ ସମ୍ପୂର୍ନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଏସଡ଼ିଏ ର ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

Read More...

 ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହାତୀ ଆକ୍ରମଣରେ ବୃଦ୍ଧା ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page