ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

June 04, 2019, ଓଡ଼ିଶା, , Anupambharat News Bureau


ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା
Anupambharat News Bureau
June 04, 2019

ନିଶ୍ଚିନ୍ତକୋଇଲି ୪ା୬ (ଅନୁପମ ମିଡିଆ) : ଆଜି ପବିତ୍ର ସାବିତ୍ରୀ ବ୍ରତ ହୋଇଥିଲା ବେଳେ ହିନ୍ଦୁମହିଳାମାନେ ବ୍ରତ ରଖି ପୂଜାର୍ଚ୍ଚନା କରୁଥିଲା ବେଳେ ଅଭିରାମ ମଲ୍ଲିକଙ୍କ ସ୍ତ୍ରୀ ପାର୍ବତ ପୂଜାସାରି ସ୍ୱାମୀଙ୍କୁ ନମସ୍କାର ହେବା ପାଇଁ ଆସିଥିଲା ବେଳେ ସେ ଆଉ ଶେଯରୁ ଉଠିନଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କର ମୃତୁ୍ୟ ହୋଇଥିଲା । ନିଶ୍ଚିନ୍ତକୋଇଲି ପଂଚାୟତ ୧୦ ନଂ ୱାର୍ଡର ଉଦୀୟମାନ ଯୁବକ ଅଭିରାମ ମଲ୍ଲିକ (୫୯) ଆଜି ସକାଳେ ବଜାରରୁ ସାବିତ୍ରୀ ବ୍ରତ ପାଇଁ ସମସ୍ତ ସାମଗ୍ରୀ କିଣି ନେଇ ଘରେ ଦେବା ପରେ ନିଜକୁ ଅସୁସ୍ଥ ମନେ କରିଥିଲେ । ସଙ୍ଗେ ସଙ୍ଗେ ନିଜ ଘର ଶେଯରେ ବିଶ୍ରାମ ନେଇଥିଲେ । ଘରର ସମସ୍ତ ଲୋକ ନିଜର କାମରେ ବ୍ୟସ୍ତ ଥିଲା ବେଳେ ସ୍ତ୍ରୀ ପାର୍ବତୀ ସାବିତ୍ରୀ ପୂଜାର୍ଚ୍ଚନା କରିଥିଲେ । ଶେଷରେ ସ୍ୱାମୀଙ୍କୁ ନମସ୍କାର ପାଇଁ ଯାଇଥିବା ବେଳେ ଅଭିରାମ ଶେଯରୁ ଉଠିନଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଅଧିକ ଚିକିତ୍ସା ପାଇଁ କଟକ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଥିଲା । ହେଲେ କଟକ ଯିବା ବାଟରେ ସେ ମୃତୁ୍ୟ ବରଣ କରିଥିଲେ । ଅଭିରାମ ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟରେ ମୋହରିଆର ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀରାମ ସାଂସ୍କୃତିକ ପରିଷଦ ସଂକୀର୍ତ୍ତନ ମଣ୍ଡଳୀର ମୁଖ୍ୟ ପୁରୋଧା ଥିଲେ । ସେ ଜଣେ ଆଧ୍ୟାତ୍ମିକବାଦୀ ଲୋକ ହୋଇଥିବାରୁ ତାଙ୍କର ବିୟୋଗରେ ଉକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, ସରପଂଚ ରବିନ୍ଦ୍ରନାଥ ସେଠୀ, ସମିତି ସଭ୍ୟ ଭରତ ଚନ୍ଦ୍ର ଦାସ , ୱାର୍ଡ ସଭ୍ୟା ଚିନ୍ମୟୀ ମଲ୍ଲିକଙ୍କ ସମେତ ତହସିଲ ମୋହରିଆ ସଂଘର ସମସ୍ତକର୍ମକର୍ତା ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ମୃତକଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ହରିଶ୍ଚନ୍ଦ୍ର ଯୋଜନାରେ ସରପଂଚ ଶ୍ରୀ ସେଠୀ ଶବ ଦାହ ନିମନ୍ତେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲା ବେଳେ ତୁରନ୍ତ ତାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଅଧିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ମୃତ ଅବିରାମ ପରିବାର ପାଇଁ ଏକମାତ୍ର ରୋଜଗାରକ୍ଷମ ଥିବା ବେଳେ ତାଙ୍କର ମୃତୁ୍ୟରେ ବିଧବା ପନ୍‌ିୀ ପାର୍ବତୀ ମଲ୍ଲିକ ,ପୁତ୍ର ତୁଷାରକାନ୍ତ ଓ ରଜନୀକାନ୍ତ ଏବେ ଅସହାୟ ହୋଇପଡିଛନ୍ତି । ଗ୍ରାମ ଶ୍ମଶାନରେ ଶବ ଦାହରେ ଜ୍ୟେଷ୍ଠପୁତ୍ର ତୁଷାରକାନ୍ତ ମୁଖାଗ୍ନି ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

Read More...

ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page