ଆଜି ଶିବ ପାର୍ବତୀଙ୍କ ବିବାହ

June 06, 2019, ଓଡ଼ିଶା, , Anupambharat News Bureau


ଆଜି ଶିବ ପାର୍ବତୀଙ୍କ ବିବାହ
Anupambharat News Bureau
June 06, 2019

ସମ୍ବଲପୁର, ୬ା୬(ଅନୁପମ ମିଡ଼ିଆ): ରାତି ପାହିଲେ ଶିବ-ପାର୍ବତୀଙ୍କ ବିବାହ । ଶିବ ପାର୍ବତୀଙ୍କ ବିବାହ ଆଉ ଶୀତଲ୍‌ଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ପୁରା ଚଞ୍ଚଳ ହୋଇପଡ଼ିଛି । ଆସନ୍ତାକାଲି ବିଭିନ୍ନ ଶିବାଳୟରୁ ମହାଦେବ ବିବାହ ଶୋଭାଯାତ୍ରାରେ ବାହାରି ପାର୍ବତୀଙ୍କ କନ୍ୟା ପକ୍ଷ ଭୂମିକାରେ ଥିବା ପରିବାର୍‌ର ବିବାହ ସ୍ଥଳରେ ପହଞ୍ଚିବେ । ଶନିବାର ଅପରାହ୍ନ ସୁଦ୍ଧା ଦେବ ଦମ୍ପତି ସ୍ୱ ସ୍ୱ ମନ୍ଦିର ବେଢ଼ାକୁ ପ୍ରତ୍ୟାବର୍ତନ କରିବେ । ଶନିବାର ରାତି ଦେବଦମ୍ପତି ପାଶ୍ୱର୍ଦେବାଦେବୀଙ୍କ ସହିତ ପାରମ୍ପରିକ ଆଧୁନିକ, ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଶୀତଳଷଷ୍ଠୀ ଯାତ୍ରାରେ ବାହାରିବେ । ରବିବାର ସନ୍ଧ୍ୟା ସୁଦ୍ଧା ରଥାରୁଢ଼ ଦେବଦମ୍ପତି ମନ୍ଦିରରେ ପହଁଚି ମଙ୍ଗଳ ଆଳତୀ ଉତାରୁ ଗମ୍ଭୀରା ବିଜେ କରିବାର କାର୍ଯ୍ୟକ୍ରମ ରହିଛି । ଯାତ୍ରାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ବିଭାଗ ପକ୍ଷରୁ ଯାନବାହନ ଉପରେ କଟକଣା ଜାରି କରାଯାଇଥିବା ପ୍ରକାଶ । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ମୀନାବଜାର, ପ୍ରଦର୍ଶନୀ, ଶିଳ୍ପ ବିଭାଗ ପକ୍ଷରୁ ପିଏଚ୍‌ଡ଼ି ପଡ଼ିଆରେ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯାଇଥିବା ବେଳେ ଦୂରଦୂରାନ୍ତରେ ଥିବା ଲୋକେ ସପରିବାର ଯାତ୍ରା ଦେଖିବା ସକାଶେ ନିଜ ନିଜ ଘରେ ପହଁଚିବାରେ ଲାଗିଛନ୍ତିି । ବିଭିନ୍ନ ଶିବାଳୟ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିବାରୁ ସହର ଝଲସି ଉଠିବା ସହିତ ଉତ୍ସବର ପରିବେଶ ଧାରଣ କରିଛି । ଅନ୍ୟପକ୍ଷରେ ମହାଦେବଙ୍କ ବିବାହରେ ସାକ୍ଷୀ ହେବା ପାଇଁ ପରମ୍ପରା ଅନୁସାରେ ସାକ୍ଷୀପଡ଼ାରୁ ସାକ୍ଷୀଗୋପୀନାଥଙ୍କ ବିଗ୍ରହକୁ ଏକ ଶୋଭାଯାତ୍ରାରେ ଆଜି ନନ୍ଦପଡ଼ାର ବାଲୁଙ୍କେଶ୍ୱର ମନ୍ଦିରକୁ ଅଣାଯାଇଛି । ଶୀତଳଷଷ୍ଠୀ ଯାତ୍ରାରେ ଶିବ ପାର୍ବତୀ, ପାଶ୍ୱର୍ଦେବାଦେବୀଙ୍କ ରଥ ଓ ବିମାନ ସାଜସଜ୍ଜାରେ ଶେଷ ସ୍ପର୍ଶ ଦିଆ ସରିଛି । କାରିଗର ଓ ସେ୍ୱଚ୍ଛାସେବୀମାନେ ଦିନରାତି ଏକ କରି ଏହି କାମ ଚଲାଇଥିଲେ । ସେହିଭଳି ପ୍ରଜ୍ଞାପନ ମେଢ଼ ଓ ମୂର୍ତି ନିର୍ମାଣ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪ ଜଣ ଅତିରିକ୍ତ ଏସ୍‌ପି, ୧୪ ଜଣ ଡିଏସ୍‌ପି, ୪୦ ଜଣ ଇନ୍ସପେକଫର୍‌ ଓ ସୁବେଦାର୍‌, ୧୬୫ ଜଣ ସବ୍‌-ଇନ୍ସପେକଫର୍‌ ଏବଂ ସହକାରୀ ସବ୍‌ - ଇନ୍ସପେକଫର୍‌, ୩୨ ପ୍ଲାଟୁନ୍‌ ଓଏସ୍‌ଏପି, ଏପିଆର୍‌ ବାହିନୀ, ୨୮ ଝନ୍‌ ହାବିଲଦାର୍‌, ୧୮୫ ଜଣ କନବେଳ ଏବଂ ୩୫୦ ଜଣ ଗୃହରକ୍ଷୀ ଯାତ୍ରା ସମୟରେ ମୁତୟନ ରହିବେ । ଜିଲ୍ଲା ପୋଲିସ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ୍‌ ରୁମ୍‌ର ସାହାଯ୍ୟ ନିଆଯିବ । ସହରର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ ପୋଲିସ୍‌ ପକ୍ଷରୁ କେମ୍ପ ଖୋଲାଯାଇ ପୋଲିସ୍‌ ବାହିନୀକୁ ମୁତୟନ୍‌ କରାଯାଇଛି । ଏହାସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛେ । ସୂଚନାଯୋଗ୍ୟ ଯେ, ସହରର ବିଭିନ୍ନ ଶିବାଳୟରେ ପତରପେଣ୍ଡି ଏବଂ ଦେବବିବାହ ପାଇଁ ଗୁଆଗୁଁଡ଼ା ବା ନିମନ୍ତ୍ରଣ ଯାତ୍ରା ଗତ ୩ ତାରିଖଠାରୁ ଆରମ୍ଭ ହୋଇ ଆଜି ସମ୍ପୂର୍ଣ୍ଣ ହୋଇଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆୟୁଷ୍ମାନ ଯୋଜନା ଲାଗୁ,   କେନ୍ଦ୍ରର ପ୍ରସ୍ତାବ ପରେ  ଅନୁଧ୍ୟାନ କରିବ ରାଜ୍ୟ

ଆୟୁଷ୍ମାନ ଯୋଜନା ଲାଗୁ, କେନ୍ଦ୍ରର ପ୍ରସ୍ତାବ ପରେ ଅନୁଧ୍ୟାନ କରିବ ରାଜ୍ୟ

Read More...

ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page