ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

June 11, 2019, ଦେଶ, , Anupambharat News Bureau


ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ
Anupambharat News Bureau
June 11, 2019

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ବାତ୍ୟାର ନାଁ ‘ବାୟୁ’ ରହିଛି । ଆସନ୍ତା ୭୨ ଘଣ୍ଟାରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ । ଆସନ୍ତା ୧୩ ତାରିଖ ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୨୦ କିଲୋମିଟର, ଏପରିକି ୧୩୫ କିଲୋମିଟର ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଲାକ୍ଷାଦ୍ୱୀପ, କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ଏହା ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆରବ ସାଗରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁମ୍ବାଇ, କେରଳ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ସହିତ ଗୋଆ ଓ ସୌରାଷ୍ଟ ଏବଂ କଚ୍ଛ ପାଇଁ ସତର୍କ ସୂଚନା ଜାରି କରିଛି । ଏଭଳି ସାମୁଦ୍ରିକ ଝଡ଼ ମୁମ୍ବାଇ ଓ କୋଙ୍କଣକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ ପାଇଁ ପଥ ପରିଷ୍କାର କରିବ । ଏହି ବାୟୁ ବାତ୍ୟା କୋଙ୍କଣ ଏବଂ ଗୋଆ ଉପକୂଳ ଦେଇ ଅତିକ୍ରମ କରିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ମହାରାଷ୍ଟ୍ରକୁ ହିଟ୍‌ କରିବ ନାହିଁ । ସେହିପରି ଭାରତର ଅନ୍ୟ ପ୍ରାନ୍ତରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ରହିବ ନାହିଁ । କି;ୁ ଏହାର ପ୍ରଭାବରେ ଦକ୍ଷିଣ ପ୍ରାନ୍ତରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ଅଧିକ ରହିବଛ ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ‘ବାୟୁ’ ଓ ବର୍ଷାକୁ ଦୃଷ୍ଟିରେ ରଖି ଆଜି କେରଳ, ଦକ୍ଷିଣ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ଅର୍ଥ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛିଛ ସେହିପରି ଜୁନ୍‌ ୧୧ରେ କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ପାଇଁ େୱଲ୍‌ ୱାର୍ଣ୍ଣିଂ, ୧୨ ଜୁନ୍‌ରେ କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କୋଙ୍କଣ, ଗୋଆ, ସୌରାଷ୍ଟ୍ର ଏବଂ କଚ୍ଛ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜୁନ୍‌ ୧୩ରେ ମଧ୍ୟ କେରଳ, ଉପକୂଳ କର୍ଣ୍ଣାଟକ, କୋଙ୍କଣ, ଗୋଆ, ସୌରାଷ୍ଟ୍ର ଏବଂ କଚ୍ଛ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଅନ୍ୟପକ୍ଷରେ, ବାତ୍ୟା ବାୟୁର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବାକୁ ନଥିଲେ ହେଁ ଗୁଜରାଟ, ମୁମ୍ବାଇ, ପୁଣେ, କୋଙ୍କଣ ଏବଂ ଗୋଆ ସମେତ ପଶ୍ଚିମ-ପୂର୍ବ ଉପକୂଳରେ ଥିବା ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି । ଏହି ବାତ୍ୟା ପୂର୍ବରୁ ବଙ୍ଗୋପସାଗରରେ ବାତ୍ୟା ‘ଫୋନି’ ସୃଷ୍ଟି ହୋଇଥିଲା । ଏହାଦ୍ୱାରା ଓଡ଼ିଶାର ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟାରେ ପ୍ରାୟ ୯ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

Read More...

ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page