ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

June 12, 2019, ଓଡ଼ିଶା, , Anupambharat News Bureau


ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ
Anupambharat News Bureau
June 12, 2019

ଖଣ୍ଡପଡ଼ା,୧୨ା୬ (ଅନୁପମ ମିଡିଆ): ଖଣ୍ଡପଡ଼ା ସବ୍‌ଜେଲ୍‌ରୁ ପାଚେରୀ ଡ଼େଇଁ ଫେରାର ଥିବା ଜନୈିକ କଏଦୀଙ୍କୁ ପୋଲିସ୍‌ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡ଼ୁଆସାହିର ଯୁବକ ତପନ୍‌ କୁମାର ରାଉତ (୨୭) ବଳାତ୍କାର ଉଦ୍ୟମ ଅଭିଯୋଗ କ୍ରମେ ଫତେଗଡ଼ ଥାନା କେସ୍‌ ନଂ ୧୪୪/୧୯ ତଫା ୪୫୦, ୩୭୬, ୫୧୧ ରେ ପୋଲିସ୍‌ ଗିରଫ କରି ଗତ ୯ ତାରିଖରେ ଖଣ୍ଡପଡ଼ା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ୍‌ ନାମାଞ୍ଜୁର ହେବାରୁ ତାକୁ ଖଣ୍ଡପଡ଼ା ସବ୍‌ଜେଲ୍‌କୁ ପଠାଇ ଦିଆଯାଇଥିଲା । ୧୦ ତାରିଖ ସକାଳେ ସେ ଜଳଖିଆ ଖାଇଥିବା ବେଳେ ଦିବା ୧୧.୪୫ ମିନିଟ୍‌ରେ ମଧ୍ୟାହ୍ନ ଭୋଜନ ନିମନ୍ତେ ସମସ୍ତ କଏଦୀଙ୍କୁ ଡ଼କାଯାଇଥିଲା । ସମସ୍ତେ ଖାଇବାକୁ ଆସିବାର ସୁଯୋଗରେ ନିଜ ଗାମୁଛା ଓ ଏକ ଇଟାର ସାହାରା ନେଇ ୯ ଫୁଟ୍‌ର ପାଚେରୀ ଡ଼େଇଁ ସେ ଫେରାର ହୋଇଯାଇଥିଲା । ଜେଲ୍‌ କର୍ତ୍ତୁପକ୍ଷଙ୍କ ଅଭିଯୋଗ କ୍ରମେ ଖଣ୍ଡପଡ଼ା ଥାନାଧିକାରୀ ବିମଳ କୁମାର ମଲ୍ଲିକ ସଦଳବଳେ ୧୧ ତାରିଖ ରାତିରେ ତପନଘରେ ଚଢାଉ କରି ତାକୁ ଗିରଫ କରିବା ପାଇଁ ସକ୍ଷମ ହୋଇଥିଲେ । ଗିରଫ ତପନଙ୍କୁ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସମୟରେ ତାକୁ ପୁର୍ନବାର ଖଣ୍ଡପଡ଼ା ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି । ଏଠାରେ ସୁଚନା ଯୋଗ୍ୟ ଖଣ୍ଡପଡ଼ା ସବ୍‌ଜେଲ୍‌ ସୁପରିନ୍‌ ଟେଣ୍ଡେଣ୍ଟ ଦାୟିତ୍ୱରେ ରଣପୁର ସବ୍‌ଜେଲ୍‌ର ଆସିଷ୍ଟାଣ୍ଟ ଜେଲର ସାରଦାପ୍ରଶନ୍ନ ରାଉତ ଥିବା ବେଳେ ସମ୍ପୃକ୍ତ କଏଦୀ ଫେରାର ହେବା ସମୟରେ ଜମାଦାର ମାର୍ଶାଲ ପ୍ରଧାନ, ୱାଡ଼ର ଅଜୟ କୁମାର ମଲ୍ଲିକ ଜେଲ୍‌ ଭିତର ଡ଼ୁ୍ୟଟିରେ ଥିବାବେଳେ ଗେଟ୍‌ ଡ଼ୁ୍ୟଟିରେ ପ୍ରଶାନ୍ତ କୁମାର ମଲ୍ଲିକ ଥିଲେ । ଏମାନଙ୍କର ଦାୟିତ୍ୱ ହିନତା ଓ କାର୍ଯ୍ୟରେ ଅବହେଳା ସୁଯୋଗରେ ଏଭଳି ଅଘଟଣ ହେଲା ବୋଲି ସୁପରିନ୍‌ ଟେଣ୍ଡଣ୍ଟଙ୍କ ସୁତ୍ରରୁ ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

Read More...

ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page