ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

June 12, 2019, ଓଡ଼ିଶା, , Anupambharat News Bureau


ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା
Anupambharat News Bureau
June 12, 2019

ଭଦ୍ରକ,୧୨ା୬ (ଅନୁପମ ମିଡିଆ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡା ଫାଣ୍ଡି ଦୁର୍ଗାପୁର ଗ୍ରାମର ଜଣେ ସଂଖ୍ୟାଲଘୁ ମହିଳା ସ୍ୱାମୀ ପରିତ୍ୟକ୍ତା ହୋଇ ପୁଲିସ ଠାରୁ ନ୍ୟାୟ ନ ପାଇ ଆଜି ନିଜ ଶିଶୁକନ୍ୟା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଦୁର୍ଗାପୁର ମସ୍ତିିସାହି ଗ୍ରାମର ସାଜିଆ ଖାତୁନ ଭଲ ପାଇ ଗୁଜିଦରଡା ଫାଣ୍ଡି ଅନ୍ତର୍ଗତ ପଠାଣମହଲା ଗ୍ରାମର ହବିବୁର ରହେମାନଙ୍କୁ ବାଲେଶ୍ୱରରେ ୨୦୧୨ ମସିହାରେ କୋର୍ଟ ମ୍ୟାରେଜ କରିଥିଲେ । ରମେହମାନ ସାଜିଆଙ୍କୁ ଭଲ ପାଇ ତାଙ୍କୁ ଭୁଲାଇ ନେଇ ବାଲେଶ୍ୱର ଜିଲ୍ଳା ବାଲିପାଳ ଗ୍ରାମର ସାଙ୍ଗ ଘରେ ରଖିଥିଲେ । ପରେ ସାଜିଆକୁ ନେଇ ସେ ବମ୍ବେ ପଳାଇ ଯାଇଥିଲା । ସେଠାରୁ ଫେରିବା ପରେ ସାଜିଆଙ୍କୁ ତାଙ୍କ ଶାଶୁଘର ଲୋକେ ଗ୍ରହଣ ନ କରିବାରୁ ରହେମାନ ତାଙ୍କୁ ବାପ ଘରେ ରଖିଥିଲା । ସେତେବେଳକୁ ସାଜିଆଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇ ସାରିଥିଲା । ସାଜିଆ ୨ ବର୍ଷ ବାପ ଘରେ ରହିବା ପରେ ରହେମାନଙ୍କ ପରିବାର ଲୋକ ଉଭୟ ଗ୍ରାମବାସୀଙ୍କ ସହଯୋଗରେ ରହେମାନଙ୍କ ପରିବାର ଲୋକଙ୍କ ଦାବୀ ମୁତାବକ ଯୌତୁକ ସହ ସାଜିଆ ଶାଶଉ ଘରକୁ ଯାଇଥିଲେ । ସେଠାରେ ମାତ୍ର କେଇଦିନ ରହିବା ପରେ ତାଙ୍କ ସ୍ୱାମୀ, ଶାଶୁ ଲୌଲନ ବିବି, ନଣନ୍ଦ ଦୁଲନ ବିବି, ମନା ବିବି, ଶଶୁର ଗଫାର ଖାଁ ମିଳିତ ଯୋଜନା କରି ତାଙ୍କୁ ଓ ତାଙ୍କ ଝିଅକୁ ମାରିଦେବାକୁ ଚେଷ୍ଟା କରିଥିଲେ । ମାତ୍ର କୌଶଳ କ୍ରମେ ଗା୍ରମବାସୀଙ୍କ ସହଯୋଗରେ ସାଜିଆ ଝିଅକୁ ନେଇ ବାପ ଘରକୁ ପଳାଇ ଆସି ଆଶ୍ରୟ ନେଇଛନ୍ତି । ପରେ ବାରମ୍ବାର ଏହାର ସମାଧାନ ଏବଂ ନ୍ୟାୟ ପାଇଁ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ଧାଇଁ ଧାଇଁ ନିରାଶ ହୋଇଛନ୍ତି । ଗୁଜିଦରଡା ଫାଣ୍ଡି, ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସାଜିଆଙ୍କୁ ନ୍ୟାୟ ନ ଦେବାରୁ ସେ ଆଜି ସକାଳେ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଏସପିଙ୍କ ନିର୍ଦ୍ଦେଶରେ ଗୁଜିଦରଡା ଫାଣ୍ଡି ଅଧିକାରୀ ରବି ନାରାୟଣ ଭୁୟାଁ ସାଜିଆଙ୍କ ସହିତ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

Read More...

ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page