ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

June 13, 2019, ଦେଶ, , Anupambharat News Bureau


ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ
Anupambharat News Bureau
June 13, 2019

ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି । କର୍ଣ୍ଣାଟକା ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇଥିଲେ । ହେଲେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ପ୍ରାୟ ୧୪ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କୁ ମିଳିଥିବା ଟଙ୍କା ଗାଏବ ହୋଇଯାଇଛି । ୟାଦଗିର ଜିଲ୍ଲା ଅନ୍ତର୍ଗତ ସାଗର ଗାଁର ଚାଷୀ ଶିବªାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗତ ଏପ୍ରିଲ ମାସରେ ୪୩,୫୫୩ ଟଙ୍କା ଜମା ହୋଇଥିଲା । ମୁଖ୍ୟମନ୍ତ୍ରୀ କୁମାରସ୍‌ୱାମୀ ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତଦ୍‌ ମୁତାବକ ଏହି ଅର୍ଥ ଶିବªାଙ୍କ ଆକାଉଣ୍ଟରେ ଜମା ହୋଇଥିଲା । ତେବେ ଜୁନ୍‌ ୩ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଅର୍ଥ ଗାଏବ ହୋଇଯାଇଥିଲା । କେବଳ ଶିବªା ନୁହନ୍ତି, ରାଜ୍ୟର ପ୍ରାୟ ୧୩୯୮୮ ଜଣ ଚାଷୀଙ୍କ ସହ ଏଭଳି ଘଟଣା ଘଟିଛି । ଚାଷୀମାନେ କହିଛନ୍ତି, ସରକାର ଭୋଟ୍‌ ପାଇବା ପାଇଁ ଏଭଳି ଟଙ୍କା ଜମା କରିଥିଲେ । ହେଲେ ଏବେ ଏହାକୁ ନେଇଯାଇଛନ୍ତି । ସରକାର ଆମ ଭାବନା ସହ ଖେଳ ଖେଳିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚାଷୀଙ୍କ ଏଭଳି ଅଭିଯୋଗକୁ ସରକାର ଅସ୍‌ୱୀକାର କରିଛନ୍ତି । ସେମାନେ ଏହାକୁ ବିରୋଧୀ ଦଳର ଚକ୍ରାନ୍ତ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କୁମାରସ୍‌ୱାମୀ କହିଛନ୍ତି, ଏଭଳି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେବା ନ୍ୟାଶନାଲାଇଜଡ୍‌ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ହୋଇଛିଛ ଏହି ବ୍ୟାଙ୍କ ଗୁଡ଼ିକ ସିଧାସଳଖ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛନ୍ତି । ଅଡିଟ୍‌ ବେଳେ ରାଜ୍ୟ ସରକାରଙ୍କ ନଜରକୁ ବ୍ୟାଙ୍କ ଗୁଡ଼ିକର ଅବହେଳା ସାମ୍ନାକୁ ଆସିଛି । ଫଳରେ ରାଜ୍ୟର କୋଟିକୋଟି ଟଙ୍କା କ୍ଷତିକୁ ରୋକାଯାଇ ପାରିଛି । ଜୁନ୍‌ ୧୪ରେ ମୁଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଏ ସମ୍ପର୍କରେ ଆଲୋଚନା କରିବି । ରାଜ୍ୟ ସରକାର ୭.୫ ଲକ୍ଷ ଚାଷୀଙ୍କୁ ୩,୯୩୦ କୋଟି ଟଙ୍କା ଦେବାକୁ ସ୍ଥିର କରିଥିଲେ । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଭୁଲବଶତଃ ୧୩,୯୮୮ ଚାଷୀଙ୍କ ଖାତାକୁ ୫୯.୮ କୋଟି ଟଙ୍କା ଚାଲି ଯାଇଥିଲା । ବର୍ତ୍ତମାନ ଏହାକୁ ସେମାନଙ୍କ ଆକାଉଣ୍ଟରୁ ପ୍ରତ୍ୟାହାର କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

Read More...

ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page