ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

June 13, 2019, କ୍ରୀଡ଼ା, , Anupambharat News Bureau


ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ
Anupambharat News Bureau
June 13, 2019

ଟଣ୍ଟନ୍‌,୧୨ ।୬: ଭାରତ ଠାରୁ ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଏଠାରେ ବୁଧବାର ଅନୁଷ୍ଠିତ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ବିଜୟଧାରାକୁ ଫେରିଛି । ଡେଭିଡ୍‌ ୱାର୍ଣ୍ଣରଙ୍କ ଶତକ ସାଙ୍ଗକୁ ବୋଲର୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ସହାୟତାରେ ଅଷ୍ଟ୍ରେଲିଆ ୪୧ ରନ୍‌ରେ ପାକିସ୍ତାନକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ତୃତୀୟ ବିଜୟ ହାସଲ କରିଛି । ଅନ୍ୟପକ୍ଷେ ୪ଟି ମ୍ୟାଚ୍‌ରୁ ପାକିିସ୍ତାନର ଏହା ଦ୍ୱିତୀୟ ପରାଜୟ ।
ବାସନ୍ଦରୁ ଫେରିବା ପରେ ୱାର୍ଣ୍ଣର ପ୍ରଥମ ଶତକ ହାସଲ କରିଥିବାବେଳେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ୪୯ ଓଭରରେ ୩୦୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଏହାର ଜବାବରେ ପାକିସ୍ତାନ ୪୫.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଇମାମ୍‌ ଉଲ୍‌ ହକ୍‌ ୫୩, ମହମ୍ମଦ ହାଫିଜ୍‌ ୪୬, ୱାହାବ୍‌ ରିୟାଜ୍‌ ୪୫ ଓ ଅଧିନାୟକ ସରଫ୍ରାଜ୍‌ ଅହମ୍ମଦ ୪୦ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍ସ ସର୍ବାଧିକ ୩ଟି ୱ୍‌ିକେଟ୍‌ ନେଇଥିବାବେଳେ ମିଚେଲ ଷ୍ଟାର୍କ ଓ କେନ୍‌ ରିଚାର୍ଡସନ୍‌ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ୱାର୍ଣ୍ଣର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।
୩୦୮ ରନ୍‌ର ବିଜୟଲକ୍ଷ୍ୟ ପାକିସ୍ତାନକୁ ତୃତୀୟ ଓଭରରେ ଝଟ୍‌କା ଲାଗିଥିଲା ଯେତେବେଳେ କମିନ୍ସଙ୍କ ବଲ୍‌ରେ ଓପନର ଫଖର ଜମାନ(୦) ଆଉଟ୍‌ ହୋଇଥିଲେ । ଏହାପରେ ଇମାମ୍‌ ଓ ବାବର ଆଜମ(୩୦) ପାଳି ସମ୍ଭାଳିବାକୁ ଉଦ୍ୟମ କରିଥିଲେ । କିନ୍ତୁ ୧୦ମ ଓଭରରେ ଆଜମଙ୍କୁ ଆଉଟ୍‌ କରି କୁଲଫର ନାଇଲ୍‌ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ସଫଳତା ଦେଇଥିଲେ । ତେବେ ଇମାମ୍‌ ଓ ହାଫିଜ୍‌ ତୃତୀୟ ୱ୍‌ିକେଟ୍‌ରେ ଦ୍ରୁତ ୮୦ ରନ୍‌ ଯୋଗକରି ପାକିସ୍ତାନ ଇନିଂସ୍‌କୁ ଟ୍ରାକ୍‌କୁ ଆଣିଥିଲେ । ତେବେ ୨୫ତମ ଓଭରରେ ଇମାମ୍‌ ଓ ୨୭ତମ ଓଭରରେ ହାଫିଜ୍‌ ଆଉଟ୍‌ ହେବା ପରେ ପାକିସ୍ତାନ ପୁଣି ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା । ଅଭିଜ୍ଞ ସୋଏବ୍‌ ମଲିକ ଖାତା ଖୋଲିନପାରି ଆଉଟ୍‌ ହୋଇଥିଲେ । ପାକିସ୍ତାନ ୩୪ତମ ଓଭର ବେଳକୁ ୨୦୦ ରନ୍‌ରେ ୭ ୱିକେଟ୍‌ ହରାଇଥିଲା । ତେବେ ନିମ୍ନଭାଗ ବ୍ୟାଟ୍‌ସମ୍ୟାନ୍‌ ରିୟାଜ୍‌ ଆକ୍ରମଣାତ୍ମକ ଶେଷ ଆଡକୁ ଏକ ଆକ୍ରମଣାତ୍ମକ ପାଳି ଖେଳି କିଛି ସମୟ ପାଇଁ ଅଷ୍ଟ୍ରେଲିଆ ଶିବିରରେ ଛନକା ସୃଷ୍ଟି କରିଥିଲେ । ହେଲେ ଅଷ୍ଟ୍ରେଲିଆ ଶେଷରେ ପାକିସ୍ତାନକୁ ୪୫.୪ ଓଭରରେ ୨୬୬ରେ ଆଉଟ୍‌ କରିଥିଲା ।
ଟସ୍‌ ହାରିପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଡେଭିଡ୍‌ ୱାର୍ଣ୍ଣରଙ୍କ ଶତକ ଓ କ୍ୟାପଟେନ୍‌ ଆରୋନ୍‌ ଫିଞ୍ଚଙ୍କ ଅର୍ଦ୍ଧଶତକ ସେ‰ ର୍ନିଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୦୭ ରନ୍‌ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ (୧୧୧ ବଲ୍‌, ୧୧ ଚୌକା, ୧ ଛକା) ଓ ଫିଞ୍ଚ୍‌ ୮୨ (୮୪ ବଲ, ୬ ଚୌକା, ୪ ଛକା) ରନ୍‌ କରିଥିଲେ । ଏକଦା ଅଷ୍ଟ୍ରେଲିଆ ୩୫୦ ଟପିଯିବ ବୋଲି ମନେ କରାଯାଉଥିଲା । ତେବେ ବୋଲର୍‌ଙ୍କ ଶୃଙ୍ଖଳିତ ପ୍ରଦର୍ଶନ, ବିଶେଷକରି ମହମ୍ମଦ ଆମିରଙ୍କ ଶାଣିତ ବୋଲିଂ ବଳରେ ପାକିସ୍ତାନ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆର ନିୟମିତ ୱ୍‌ିକେଟ୍‌ ଖସାଇଥିଲା ।
କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ ୱାର୍ଣ୍ଣର ଓ ଫିଞ୍ଚ୍‌ । ଦୁହେଁ ୧୬.୪ ଓଭରରେ ଟିମ୍‌ ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ ।ଏହା ପରେ ଫିଞ୍ଚ୍‌ ୬୩ ବଲରେ ଏବଂ ୱାର୍ଣ୍ଣର ୫୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଫିଞ୍ଚ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ରନ୍‌ ଗତିକୁ ବଢ଼ାଇଥିଲେ । ଟିମ୍‌ ସ୍କୋର ୧୪୬ ଥିବା ବେଳେ ଫିଞ୍ଚଙ୍କୁ ମହମ୍ମଦ ଆମିର ଆଉଟ୍‌ କରିଥିଲେ । ଫିଞ୍ଚଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଷ୍ଟିଭ୍‌ ସ୍ମିଥ୍‌ ନିରାଶ କରିଥିଲେ । ସ୍ମିଥ୍‌ ମାତ୍ର ୧୦ ରନ୍‌ କରି ମହମ୍ମଦ ହଫିଜଙ୍କ ଶିକାର ହୋଇଥିଲେ ।
ଗ୍ଲେନ୍‌ ମ୍ୟାକ୍ସେୱଲ୍‌ ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୧୦ ବଲରେ ୨ ଚୌକା ଓ ୧ ଛକା ସହ ୨୦ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ଏହା ପରେ ୱାଣ୍ଣର୍ର୍‌ ୧୦୨ ବଲରେ ନିଜର ୧୫ତମ ଦିନିକିଆ ଶତକ ପୂରଣ କରିଥିଲେ । ତେବେ ଶତକ ମାରିବା ପରେ ୱାଣ୍ଣର୍ର୍‌ ଖରାପ ଶଟ୍‌ ଖେଳି ଆଉଟ୍‌ ହୋଇଥିଲେ । ତାଙ୍କର ବହୁମୂଲ୍ୟ ୱିକେଟ୍‌ ନେଇଥିଲେ ଶାହିନ୍‌ ଆଫ୍ରିଦି ନେଇଥିଲେ ।
ଏହା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା । ମଧ୍ୟକ୍ରମରେ ଅଷ୍ଟ୍ରେଲିଆ ରନରେ ଅଙ୍କୁଶ ଲଗାଇଥିଲେ ଆମିର । ଆମିର ଶନ୍‌ ମାର୍ଶ (୨୩), ଉସମାନ୍‌ ଖ୍ୱାଜା (୧୮) ଓ ଆଲେକ୍ସ କାରେ(୨୦)ଙ୍କ ମୂଲ୍ୟବାନ୍‌ ୱିକେଟ୍‌ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଥନ କୁଲଫର-ନାଇଲ୍‌ (୨), ପ୍ୟାଟ୍‌ କମିନ୍ସ (୨) ଓ ମିଚେଲ୍‌ ଷ୍ଟାର୍କ (୩) ବି ଶସ୍ତାରେ ଆଉଟ୍‌ ହୋଇଥିଲେ । କେନ୍‌ ରିଚାର୍ଡସନ୍‌ ୧ ରନ୍‌ କରି ଅପରାଜିତ ଥିଲେ । ପାକିସ୍ତାନ ପକ୍ଷରୁ ଆମିର ୩୦ ରନ୍‌ ଦେଇ ସର୍ବାଧିକ ୫ଟି ୱିକେଟ୍‌ ନେଇଥଲେ, ଯାହା ପାକିସ୍ତାନ ତରଫରୁ ବିଶ୍ୱକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ । ଆଫ୍ରିଦି ୨ଟି, ହାସନ୍‌ ଅଲୀ, ୱହାବ ରିଆଜ ଓ ହାଫିଜ୍‌ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ: ୪୯ ଓଭରରେ ୩୦୭/୧୦ (ୱାର୍ଣ୍ଣର ୧୦୭, ଫିଞ୍ଚ୍‌ ୮୨, ମାର୍ଶ ୨୩, ଆମିର ୩୦/୫, ଆଫ୍ରିଦି ୭୦/୨) ।
ପାକିସ୍ତାନ: ୪୫.୪ ଓଭରରେ ୨୬୬/୧୦ (ଇମାମ୍‌ ୫୩, ହାଫିଜ୍‌ ୪୬, ରିୟାଜ୍‌ ୪୫, କମିନ୍ସ ୩୩/୩, ଷ୍ଟାର୍କ ୪୩/୨, ରିଚାର୍ଡସନ୍‌ ୬୨/୨)





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ଯବାନ ସହିଦ

ପାଞ୍ଚ ଯବାନ ସହିଦ

Read More...

୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page