ମହିଳାଙ୍କୁ ଦୁର୍ବ୍ୟବହାର, ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

June 14, 2019, ଓଡ଼ିଶା, , Anupambharat News Bureau


ମହିଳାଙ୍କୁ ଦୁର୍ବ୍ୟବହାର,  ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା
Anupambharat News Bureau
June 14, 2019

କଟକ, ୧୪ା୬ (ଅନୁପମ ମିଡିଆ): କଟକ ଝାିରୀମଙ୍ଗଳା ଅଂଚଳର ଜଣେ ମହିଳା ସାମ୍ବାଦିକଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାଶ ମହାନ୍ତି ହଇରାଣ ହରକତ କରିବା ଓ ଖୋଦ୍‌ ସାଂସଦ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିବା ସଂପର୍କରେ ଆଜି ପୁରୀଘାଟ ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି । ପୁରୀଘାଟ ଥାନା ପୋଲିସ କେସ ନଂ ୧୧୩/୦୧୯ରେ ଏକ ମାମଲା ରୁଜୁ କରି ମହିଳାଙ୍କ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଆଇପିସି ଧାରା ୨୯୪, ୩୫୪(କ), ୩୨୩ ଓ ୩୪ରେ ତଦନ୍ତ ଚଳାଇଛି । ଅଭିଯୋଗରୁ ପ୍ରକାଶ ଯେ, ଝାିରୀମଙ୍ଗଳା ଅଂଚଳର ସାରଦା ସ୍ୱାଇଁଙ୍କ ପତ୍ନୀ ସସ୍ମିତା ଆଚାର୍ଯ୍ୟ ଜର୍ଣ୍ଣାଲିଜିମ୍‌ ପାସ୍‌ କରି ଏକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ର କାର୍ଯ୍ୟାଳୟକୁ ଇଣ୍ଟର୍ଣ୍ଣସିପ୍‌ ପାଇଁ ଯାଉଥିଲେ । ଯିବା ଆସିବା ସମୟରେ ଅନୁଭବଙ୍କ ବଡ ଭାଇ ଅନୁପ୍ରାଶ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ମିଶି ତାଙ୍କୁ କମେଣଫ ମାରିବା ସହିତ ହଇରାଣ ହରକତ କରୁଥିଲେ । ପ୍ରାୟ ୨ ବର୍ଷ ଧରି ଅନୁପ୍ରାଶଙ୍କ ଶରବ୍ୟର ଶିକାର ହୋଇ ମହିଳା ଜଣକ ଚୁପ ହୋଇ ରହିବା ପରେ ତାଙ୍କ ସ୍ୱାମୀଙ୍କ ସହିତ ପରାମର୍ଶ କରି ସେ ଏସଂପର୍କରେ ଥାନାର ଦ୍ୱାରସ୍ଥ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଶେଷ ମୁହୂର୍ତ୍ତରେ ସେ ସାଂସଦ ଅନୁଭବଙ୍କୁ ସବୁ କଥା ଖୋଲି କହିବା ପାଇଁ ତାଙ୍କ ଘରକୁ ଯିବା ପରେ ଅନୁଭବ ଆଶ୍ୱାସନା ଦେବା ପରିବର୍ତ୍ତେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସସ୍ମିତା ତାଙ୍କ ଶେଷ ନିଷ୍ପତ୍ତି ଅନୁଯାୟୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଇନ୍ସପେକଫର ରଶ୍ମିରନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସଆଇ ସୂର୍ଯ୍ୟସ୍ମିତା ସୁଚରିତା ସାହୁ ଏବେ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

Read More...

ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର,   ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର, ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page