ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

June 14, 2019, ଓଡ଼ିଶା, , Anupambharat News Bureau


ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ
Anupambharat News Bureau
June 14, 2019

କେନ୍ଦୁଝର, ୧୪ା୬ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡ ଭୂୟାଁଜୁଆଙ୍ଗ ପୀଢ ବନାଞ୍ଚଳର ବିଭିନ୍ନ ସ୍ଥାନରେ ୪୫ଟି ବଣୁଆ ହାତୀ ଥିବାବେଳେ ନିକଟସ୍ଥ ଖରାଦିନିଆ ଧାନ ଚାଷ ଜମି ଏବଂ ଗାଁଗୁଡିକରେ ବ୍ୟାପକ ଉପିାତ ମଚାଇଥିବା ଖବର ମିଳିଛି । ହାତୀପଲ ଏକର ଏକର ଧାନ ଫସଲ ଖାଇଯିବା ସହ ପାଚିବା ଅବସ୍ଥାରେ ଥିବା ଧାନକିଆରିକୁ ମାଡିମକଚି ନଷ୍ଟ କରିଥିବା ଜଣାପଡିଛି । ବିଶେଷ କରି ଖଣ୍ଡାଧାର,ଶଙ୍ଖାଳୀ,ସାରକୁଦର,ସାହାରପୁର ଏବଂ ଦଅଁଳା ଆଦି ଅଞ୍ଚଳର ଲୋକେ ହାତୀପଲଙ୍କୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ରାତି ହେଲେ ହାତୀପଲ ଗାଁ ମୁହାଁ ହେବା ସମ୍ଭାବନା ଥିବାରୁ ଲୋକେ ଚିନ୍ତାରେ ଅଛନ୍ତି । ଏହି ହାତୀପଲରେ ୫ଟି ଦଳରେ ମୋଟ ୪୫ଟି ହାତୀ ଥିବା ସୂଚନା ମିଳିଛି । ଖଣ୍ଡାଧାର ଅଞ୍ଚଳରେ ଖରାଦିନିଆ ଧାନ ଚାଷ ଖାଇବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଖଣ୍ଡାଧାର ଅଞ୍ଚଳରେ ଗୋଟିଏ ଦଳରେ ୧୮ଟି ହାତୀ,ଶଙ୍ଖାରୀରେ ୯ଟି,ସାରକୁଦରରେ ୪ଟି,ସାହାରପୁୁରରେ ୭ଟି ଏବଂ ଦଅଁଳାରେ ୬ଟି ହାତୀ ଅଛନ୍ତି । ଗୋଟିଏ ଦନ୍ତାହାତୀ ଏହି ରେଞ୍ଜର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁୁଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବିଜେପି ରେଞ୍ଜର ଶଂଖାରୀ ସାହିର ଭାଗିରଥି ଘଣାଙ୍କର ଘର ଭାଙ୍ଗି ଧାନ,ଚାଉଳ ଓ ମMା ଏହା ସହ ଧାନ ଭିତରେ ରଖିଥିବା କିଛି ଟଙ୍କାକୁ ମଧ୍ୟ ଖାଇଯାଇଛି ଦନ୍ତା । କିଛି ଦିନ ଧରି ଗୋଠଛଡା ହୋଇ ବୁଲୁଥିବା ଏକ ବିରାଟକାୟ ଦନ୍ତା ହଠାତ୍‌ ଗତକାଲି ରାତିରେ ଆସି ଶଂଖାରୀ ସାହୀର ଭାଗିରଥୀ ଘଣା ଙ୍କର ଘର ଦୁଆର ମୁହଁରେ ପହଁଚି ଥିଲା । ଦନ୍ତା ହାତୀଟି ଭାଗିରଥି ଘଣାଙ୍କ ଘରର କାନ୍ଥ ଭାଙ୍ଗି ଘର ଭିତରେ ଥିବା ଧାନ,ଚାଉଳ,ମMା ଆଦି ଖାଇଯିବା ସହ ଧାନ ଭିତରେ ଲୁଚାଇ ରଖିଥିବା କିଛି ଟଙ୍କା ମଧ୍ୟ ଖାଇଯାଇଛି । ହାତୀ ଆସିବା ଜାଣିପାରି ଭାଗିରଥି ତାର ସ୍ତ୍ରୀ,ପିଲା ଛୁଆଙ୍କୁ ଭାଡି ତଳେ ପୁରାଇ ଦେଇ କୌଶଳ କ୍ରମେ ବାହାରକୁ ବାହାରି ଯାଇ ଲୋକଙ୍କୁ ଡାକିଥିଲା । ହେଲେ ବର୍ଷା ହେଉଥିବାର ମାତ୍ର ୪ଜଣ ଲୋକ ହାତୀ ତଡିବାକୁ ବାହାରକୁ ବାହାରିଥିଲେ । ସେମାନେ ଏକ ସ୍କୁଲ ଘର ଉପରେ ଚଢି ହାତୀକୁ ଟେକା ପଥର ଫିଙ୍ଗିଥିଲେ ହେଁ ହାତୀ ତାକୁ ବି ନମାନି ପେଟ ପୁରା ଖାଇ ପ୍ରାୟ ଦେଢ ଘଣ୍ଟା ପରେ ସେ ସ୍ଥାନ ଛାଡି ଯାଇଥିଲା । ଏବେ ପାଖ ଜଙ୍ଗଲରେ ଦନ୍ତାଟି ଥିବାରୁ ଆଖପାଖ ଗାଁ ଲୋକେ ଭୟଭିତ ହୋଇ ପଡିଛନ୍ତି । ହାତୀପଲ ଦିନରେ ଜଙ୍ଗଲରେ ରହି ରାତିରେ ଗ୍ରାମରେ ପଶି ଉପଦ୍ରବ କରୁଥିବାରୁ ଲୋକମାନେ ଭୟରେ ଶୋଇ ପାରୁନାହାଁନ୍ତି । ଖରାଦିନିଆ ଧାନ ଚାଷ କରିଥିବା ଚାଷୀମାନେ ଚାଷ ହରାଇବା ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବନବିଭାଗ ହାତୀପଲଙ୍କୁ ଅନ୍ୟତ୍ର ଘଉଡାଇବାକୁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

Read More...

ମହିଳାଙ୍କୁ ଦୁର୍ବ୍ୟବହାର,  ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

ମହିଳାଙ୍କୁ ଦୁର୍ବ୍ୟବହାର, ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page