ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ, ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

June 15, 2019, ଓଡ଼ିଶା, , Anupambharat News Bureau


ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ,  ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା
Anupambharat News Bureau
June 15, 2019

ଦିଗପହଣ୍ଡି/କୁକୁଡ଼ାଖଣ୍ଡି, ୧୫ା୬(ଅନୁପମ ମିଡ଼ିଆ): ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ଦାଦାବଟି ପାଇଁ ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ବୋମା ଫିଙ୍ଗି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ସରପଞ୍ଚ ଓ ତାଙ୍କ ସମର୍ଥକ ମାନେ ସଂଘବଦ୍ଧ ହୋଇ ଗୋଡ଼ାଇବାରୁ ଲାଠୀ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଚେରୁ ଓରଫ୍‌ ଶ୍ୟାମସୁନ୍ଦର ଗୌଡ଼ ହାତରେ ଧରିଥିବା ବୋମା ଫୁଟି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ହାତ ପାପୁଲିଟି ବୋମା ବିସ୍ପୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଶୁକ୍ରବାର ବିଳମ୍ବିତ ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ଘଟଣା ଘଟିଛି । ସରପଞ୍ଚ ସନ୍ଧ୍ୟା ପ୍ରାୟ ୭ଟାରେ ଗାଁକୁ ଫେରୁଥିବା ବେଳେ ଏକ କଲଭଟ୍‌ ନିକଟରେ ପେସାଦାର ଅପରାଧୀ ଚେରୁ ଓ ତାଙ୍କ ୪ଜଣ ସହଯୋଗୀ ତାଙ୍କୁ ଅଟକାଇ ବଟି ପାଇଁ ଠେଲାପେଲା କରିଥିଲେ । ଆଖପାଖରେ ଥିବା ଗ୍ରାମବାସୀ ମେଳିବାନ୍ଧି ଚେରୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଚୋରୁ ତାଙ୍କ ଅନ୍ୟ ସହଯୋଗୀଙ୍କ ସହ ବୋମା ଓ ବିଭିନ୍ନ ମାରଣାସ୍ତ୍ର ଧରି ଗାଁରେ ପଇଁତରା ମାରିଥିଲେ । ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ସେମାନଙ୍କୁ ଗୋଡ଼ାଇବାରୁ ଚେରୁ ଓ ତାଙ୍କ ସହଯୋଗୀମାନେ ଛତ୍ରଭଙ୍ଗ ଦେଇଥିଲେ । ଚେରୁ ବୋମା ଧରି ଦୌଡ଼ିବା ବେଳେ ଖାଲରେ ଗୋଡ଼ ଖସି ପଡିଯିବାରୁ ହାତରେ ଧରିଥିବା ବୋମାଟି ଫୁଟି ଯାଇଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି । ରାତି ପ୍ରାୟ ସାଢ଼େ ୧୦ଟାରେ ସରପଞ୍ଚ ଏତଲା ଦେଇଥିଲେ । ଆଇଆଇସି ଗୌରାଙ୍ଗ ଚରଣ ସାହୁ ଥାନା ମାମଲା ନଂ ୧୦୯/୧୯ ଦଫା ୩୦୭/୩୨୩/୨୯୪/୩୪୧/୫୦୬/୩୪ ଏବଂ ବିସ୍ପୋରକ ଆଇନର ଧାରା ୪ ଓ ୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଏହି ଘଟଣାରେ ୪ଜଣ ସନ୍ଦିU ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଛନ୍ତି । ଅଭିଯୁକ୍ତ ଚେରୁଙ୍କୁ ପୋଲିସ୍‌ କର୍ଡ଼ନରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ନାଁରେ ପୂର୍ବରୁ ଦିଗପହଣ୍ଡି ଓ ବ୍ରହ୍ମପୁର ସଦରଥାନାରେ ୧୦ରୁ ଅଧିକ ସଙ୍ଗୀନ ମାମଲା ଥିବା ଆଇଆଇସି କହିଛନ୍ତି । ହତ୍ୟା, ହତ୍ୟା ଉଦ୍ୟମ, ରାହାଜାନୀ, ଛିଳତାଇ, ଡ଼କାୟତି ମାମଲାରେ ସେ ପୂର୍ବରୁ ସମ୍ପୃକ୍ତ ଥିବା ରେକର୍ଡ଼ ରହିଛି । ଫେରାର୍‌ ଥିବା ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ଚେରୁଙ୍କୁ ଗତ ୨୦୧୬ ଡ଼ିସେମ୍ବର ୨୭ ତାରିଖରେ ଏନ୍‌କାଉଣ୍ଟର କରାଯାଇ ଗିରଫ କରାଯାଇଥିଲା । ଜେଲ୍‌ ଫେରନ୍ତା ଚେରୁ ତାଙ୍କ ଗ୍ୟାଙ୍ଗ୍‌ ଜରିଆରେ ଅପରାଧୀକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ-ପାକିସ୍ତାନ ଲଢ଼େଇ ଆଜି

ଭାରତ-ପାକିସ୍ତାନ ଲଢ଼େଇ ଆଜି

Read More...

ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page