ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ):ରାଜ୍ୟର ବିଭିନ୍ନ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସ୍ନାତକୋତର ବିଷୟରେ ନାମଲେଖା ପାଇଁ ଏକାସଙ୍ଗେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଚିନ୍ତା ବ୍ୟକ୍ତ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ।
ଏନେଇ ଏବିଭିପିର ଏକ ପ୍ରତିନିଧି ମଣ୍ଡଳୀ ସୋମବାର ଦିନ ଉକିଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଭେଟିବା ସହ ପ୍ରବେଶିକା ପରୀକ୍ଷାର ତାରିଖ ପରିବର୍ତନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛି । ଯେଉଁ ତାରିଖର ପ୍ରବେଶିକା ପରୀକ୍ଷା ଅନ୍ୟ ବିଶ୍ୱଦ୍ୟାଳୟର ପ୍ରବେଶିକା ପରୀକ୍ଷା ତାରିଖ ସହ ସମାନ ରହୁଛି ତାକୁ ପରିବର୍ତନ କରିବାକୁ ଚେଷ୍ଟାକରିବୁ ବୋଲି ବିଶ୍ୱ ବିଦ୍ୟାଳୟ କୁଳପତି ଡ.ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରତିନିଧି ମଣ୍ଡଳକୁ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ସଂଜୟ ମଲ୍ଲିକ , ସୌଭାଗ୍ୟ ରାଉତ , ମାନସ ସାହୁ, ଅମ୍ବାରିଶ ମଙ୍ଗରାଜ , ରାକେଶ ବାରିକ, ରଶ୍ମିରnନ ବେହେରା, ସତ୍ୟ ଦେ, ରnିତ ବେହେରା ଆଦି ଉପସ୍ଥିତ ଥିଲେ ।