ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ): ଖଣ୍ଡଗିରି ଓ ରସୁଲଗଡ଼ ମଧ୍ୟରେ ଥିବା ଫ୍ଲାଏ ଓଭରରେ କ୍ରମାଗତଭାବେ ବାଇକ୍ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।ମଙ୍ଗଳବାର ଦିନ ଠାରୁ ବିନା ହେଲମେଟ୍ ରେ ବାଇକ୍ ଚାଳକଙ୍କୁ ଖଣ୍ଡଗିରିରୁ ରସୁଲଗଡ ଫ୍ଲ୍ାଏ ଓଭର ଉପରେ ଯାତାୟତକୁ ବାରଣ କରାଯିବ ।
ଏହାକୁ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବି.ଏସ. ପୁନିଆ ସୋମବାର ଦିନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି କଟକଣା ଏକମାସ ପାଇଁ ବଳବତର ରହିବ ।