ଜଳେଶ୍ୱର,୧୮ା୬ (ଅନୁପମ ମିଡିଆ): ଜଳେଶ୍ୱର ରେଳ ଷ୍ଟେସନ ପ୍ରତୀକ୍ଷାଳୟରେ ଦୀର୍ଘ ଦିନ ଧରି ଭିକ୍ଷାବୃତି କରି ଚଳି ଆସୁଥିବା ଜନୈକା ଅସହାୟା ଅପରିଚିତା ବୃଦ୍ଧା ମହିଳାକୁ ମଙ୍ଗଳବାର ଦିନ ଗୁରୁତର ଅବସ୍ଥାରେ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ଚିକିସିା ନିମନ୍ତେ ଜଳେଶ୍ୱର ଭଟ୍ଟର ହସପିଟାଲରେ ଭର୍ତି କରାଇଥିଲେ । ରେଳ କର୍ମଚାରୀ ପ୍ରଶାନ୍ତ ଦାସ, ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ନାଥ ସେନାପତି, ସତ୍ୟବ୍ରତ ସୋମଙ୍କ ସହାୟତାରେ ଷ୍ଟେସନ ମ୍ୟାନେଜର ୧୦୮ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ହସପିଟାଲକୁ ନେଇଯାଇଥିଲେ । ବଜରଙ୍ଗ ଦଳର ପବନ ସାହୁ, ଅଂଜନ ଦାସ, ପ୍ରଦୀପ ବାରିକ ପ୍ରମୁଖ ଉକ୍ତ ମହିଳାଙ୍କ ଚିକିସିାରେ ସହାୟତା କରିଥିଲେ । ଷ୍ଟେସନ ମ୍ୟାନେଜରଙ୍କ ଏହି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।