କୋରାପୁଟ, ୧୮ା୬ (ଅନୁପମ ମିଡିଆ): ଅଟୋକୁ ଏକ ଯାତ୍ରୀବାହୀ ବସ୍ ଧMା ଦେବାରୁ ମଙ୍ଗଳବାର ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୩ ଜଣ ଅନ୍ୟ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କୋରପୁଟ ଜିଲ୍ଲାର ବୋରିଗୁମ୍ମା ନିକଟରେ ଏହି ମର୍ମ;ୁଦ ଦୁର୍ଘଟଣା ଘଟିଛିଛ ରିପୋର୍ଟ ଅନୁସାରେ ଯାତ୍ରୀବାହୀ ବସ୍ ୨୬ ନମ୍ବର ଜାତୀୟ ରାଜପଥରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ୍ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ମଝିଆ ଛକରେ ଅଟୋକୁ ଧMା ଦେଇଥିଲା । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର ଅଭିମୁଖେ ଯାଉଥିବା ବସ୍ (ଓଡି୩୨ ବି ୨୫୯୯)କୁ ଆଜି ସନ୍ଧ୍ର୍ୟା ପ୍ରାୟ ୫ଟାରେ ଅଟୋ (ଓଡ଼ି୨୪ଡି ୪୫୪୬) ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ବସ୍ର ଆଗ ଚକାରେ ଅଟୋଟି ଲାଗି ଯାଇଥିଲା, ଫଳରେ ଅଟୋ ଚାପି ହୋଇଯାଇଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ୪ ମୃତଦେହ ଜବତ କରିଥିବା ବେଳେ ୩ ଜଣ ଗୁରୁତରଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛି ।