ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା

June 18, 2019, ଓଡ଼ିଶା, , Anupambharat News Bureau


ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା
Anupambharat News Bureau
June 18, 2019

ରାୟଗଡା, ୧୮ା୬ (ଅନୁପମ ମିଡିଆ): ରାୟଗଡା ସହରରେ ଗତକାଲି ବିଳମ୍ବିତ ରାତିରେ ଜଣେ କଲେଜ ଛାତ୍ରଙ୍କୁ ର୍ନିମମ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଛାତ୍ରଙ୍କ ନାମ ଏମ୍‌. ସୁରେଶ କୁମାର । ସୁରେଶ ରାୟଗଡା ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ସିସିଟିଭି ଫୁଟେଜ୍‌ ସମେତ, ମୋବାଇଲ୍‌ କଲ୍‌ ରେକର୍ଡକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ଏସପି ଶର୍ବଣା ବିବେକ ଏମଙ୍କ ନେତୃିବରେ ଏକ ଟିମ୍‌ ଗଠନ ହୋଇଛି ।ରାୟଗଡା କସ୍ତୁରୀ ନଗର ଷଷ୍ଠ ଲାଇନରେ ରୁହନ୍ତି ଏମ୍‌. ସୁରେଶ କୁମାର । ଗତକାଲି ରାତ୍ରି ଭୋଜନ ସାରିବା ପରେ ସାହି ନିକଟକୁ ମା’ ମଝିଘରିଆଣୀଙ୍କ ଘଣ୍ଟଯାତ୍ରା ଦେଖିବାକୁ ଯିବା କହି ସୁରେଶ ଘରୁ ବାହାରି ଆସିଥିଲେ । କି;ୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ । ସକାଳୁ ସୁରେଶଙ୍କ ମୃତଦେହ କସ୍ତୁରୀ ନଗର ପ୍ରଥମ ଲାଇନରେ ଥିବା ଏକ ମାକେର୍ଟ୍‌ କଂପ୍ଲେକ୍ସ ସମ୍ମୁଖରେ ପଡିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଟାଉନ୍‌ ଥାନା ପୁଲିସକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ । ଏସପି ଡା. ଶର୍ବଣା ବିବେକ ଏମ୍‌, ଏସଡିପିଓ ତପନ ନାରାୟଣ ରଥ, ଟାଉନ୍‌ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ସୁରେଶଙ୍କ ମୁଣ୍ଡ, କାନ ଓ ଗୋଡରେ ଗଭୀର ଆଘାତ ଲାଗିଛି । ଦୁର୍ବୃତ୍ତମାନେ ଲୁହାରଡରେ ସୁରେଶଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ମୃତଦେହକୁ ଫୋପାଡି ଚାଲି ଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ପୁଲିସ୍‌ ଅନୁମାନ କରିଛି । ଡଗ୍‌ ସ୍କ୍ୱାଡ୍‌, ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ୍‌ ତଦନ୍ତ କରିବା ପରେ ମୃତଦେହକୁ ଜବତ କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିଛି । ଘଟଣା ପଛରେ ପୂର୍ବ ଶତ୍ରୁତା ହିଁ ମୁଖ୍ୟ କାରଣ ବୋଲି ପୁଲିସ୍‌ ଜାଣିବାକୁ ପାଇଛି । ଘରୁ ଆସିବା ପୂର୍ବରୁ ଏବଂ ପରେ ସୁରେଶ କାହା ସହିତ କଥାବାର୍ତା କରିଛି ତାର ଡିଟେଲ୍‌ କଲ୍‌ ରେଡର୍କ ସହ ପୁଲିସ୍‌ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡକୁ ନେଇ ସକାଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡ ପଛରେ ଥିବା କାରଣର ପର୍ଦାଫାସ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ । ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ଥମିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

Read More...

ବସ୍‌-ଅଟୋ ଧMା, ୪ ମୃତ, ୩ ଗୁରୁତର

ବସ୍‌-ଅଟୋ ଧMା, ୪ ମୃତ, ୩ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page