ବଢ଼ିଲା ଖରା ଛୁଟି ୨୬ରେ ଖୋଲିବ ସ୍କୁଲ

June 18, 2019, ଓଡ଼ିଶା, , Anupambharat News Bureau


ବଢ଼ିଲା ଖରା ଛୁଟି  ୨୬ରେ ଖୋଲିବ ସ୍କୁଲ
Anupambharat News Bureau
June 18, 2019

ଭୁବନେଶ୍ୱର, ୧୮ ।୬ । (ଅନୁପମ ମିଡିଆ) : ବୁଧବାରଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା । ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ମଙ୍ଗଳବାର ଖରା ଛୁଟି ସମୟ ବଢ଼ାଇଛନ୍ତି । ଖରାଛୁଟି ଜୁନ୍‌ ୨୫ ଯାଏଁ ବଢ଼ିଛି । ୨୬ ତାରିଖରେ ସ୍କୁଲ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲୋକେ ଘରୁ ବାହାରି ପାରୁ ନାହାନ୍ତି । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ପାଗ କାଉଁଳିଆ ଥିଲେ ମଧ୍ୟ ପ୍ରବଳ ଗୁଳିଗୁଳି ହେଉଛି । ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏପରିସ୍ଥିତିରେ ଛୋଟପିଲାମାନେ ସ୍କୁଲ ଯିବା ନିରାପଦ ନୁହେଁ । ସେଥିପାଇଁ ରାଜ୍ୟ ସରକାର ଖରା ଛୁଟି ବଢ଼ାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବାତ୍ୟା ଫୋନି ଯୋଗୁ ଅନେକ ସ୍କୁଲର ଛାତ ଉଡ଼ି ଯାଇଛି । କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଗୁଡ଼ିକ ମରାମତି ହୋଇପାରି ନାହିଁ । ଯେଉଁଥିପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ବଢ଼ାଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍‌ ୧୯ ତାରିଖରେ ସ୍କୁଲ ଖୋଲିବ ବୋଲି ସୂଚନା ଦିଆଯାଇଥିଲା । କିଛି ଦିନ ପୂର୍ବେ ଛୁଟି ବଢିବ ବୋଲି ଆଲୋଚନା ହେଉଥିବା ବେଳେ ସଚିବ ଏହାକୁ ଗୁଜବ ବୋଲି କହିଥିଲେ । ତେବେ ମଙ୍ଗଳବାର ଠାରୁ କେତେକ ବେସରକାରୀ ସ୍କୁଲ ଖୋଲିଥିଲା । ଅପରପକ୍ଷରେ ମଙ୍ଗଳବାର ଠାରୁ ରାଜ୍ୟର ସମସ୍ତ ଜୁନିୟର ଓ ଡିଗ୍ରୀ କଲେଜ ଖୋଲିଛି । ପ୍ରକାଶ ଥାଉକି ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ମଇ ଛ’ ବଦଳରେ ଏପ୍ରିଲ ଶେଷ ସପ୍ତାହରେ ସ୍କୁଲ ଛୁଟି ଘୋଷଣା କରିଥିଲେ । ତେବେ ଏଯାବତ୍‌ ଗ୍ରୀଷ୍କ ପ୍ରଭାବ ଜାରି ରହିଥିବାରୁ ସରକାର ପୁଣି ସ୍କୁଲ ଛୁଟିକୁ ବଢ଼ାଇ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

Read More...

ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page