ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

June 18, 2019, ଓଡ଼ିଶା, , Anupambharat News Bureau


ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ
Anupambharat News Bureau
June 18, 2019

ଭୁବନେଶ୍ୱର, ୧୮ା୬ (ଅନୁପମ ମିଡିଆ) : ଭୁବନେଶ୍ୱର ଏମ୍ସରେ ମିଳିବ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ । ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଫାଇଦା ପାଇପାରିବେ ସାଧାରଣ ଜନତା ।
ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଏମ୍ସ ନିର୍ଦ୍ଦେଶିକାଙ୍କ ଉପସ୍ଥିତିରେ ଏ ନେଇ ଏଓୟୁ ସ୍ୱାକ୍ଷରିତ ହୋଇଛି ।
ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ୨୦୮ଟି ହସ୍ପିଟାଲକୁ କରାଯାଇଥିଲା । ତେବେ ପରେ ଏହାର ପରଧିକୁ ବଢ଼ାଯାଇଥିଲା । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଏହି ଯୋଜନାକୁ ଲାଗୁ କରାଯାଇଥିଲା ।
କିନ୍ତୁ ସେତେବେଳେ ଭୁବନେଶ୍ୱର ଏମ୍ସରେ ଏହାକୁ ଲାଗୁ କରାଯାଇ ନଥିଲା । କିନ୍ତୁ ଏବେ ଏହି ଯୋଜନାର ଫାଇଦା ଭୁବନେଶ୍ୱର ଏମ୍ସରେ ମଧ୍ୟ ପାଇପାରିବେ ରୋଗୀ ।
ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିଥିଲେ ରାଜ୍ୟ ସରକାର । ଆଉ ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳୁଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ବିଭାଗର କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା, ଏଆଇଆଇଏମ୍‌ଏସ୍‌ ଭୁବନେଶ୍ୱର ନିର୍ଦ୍ଦେଶିକା ଡାଃ ଗୀତାଞ୍ଜଳୀ ବି ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମନ୍ତ୍ରୀ ଦାସ ଆଜି ବିଭିନ୍ନ ଘରୋଇ ଡାକ୍ତରଖାନା ଗୁଡିକର କର୍ମକର୍ତ୍ତାଙ୍କ ସହିତ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନାମୂଲ୍ୟରେ ଚିକିତ୍ସା ପ୍ରଦାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । କୌଣସି ପରିସ୍ଥିତିରେ ଗରିବଲେକମାନେ ଯେପରି ଘରୋଇ ଡାକ୍ତରଖାନାମାନଙ୍କରେ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ।
ଘରୋଇ ଡାକ୍ତରଖାନା ଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ଡାକ୍ତରଖାନାରେ ଯୋଗାଇ ଦେଉଥିବା ଚିକିତ୍ସା ସମ୍ପର୍କିତ ରିପୋର୍ଟ ୍‌ ପ୍ରଦାନ କରିବାକୁ ମନ୍ତ୍ରୀ ଦାସ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

Read More...

ବଢ଼ିଲା ଖରା ଛୁଟି  ୨୬ରେ ଖୋଲିବ ସ୍କୁଲ

ବଢ଼ିଲା ଖରା ଛୁଟି ୨୬ରେ ଖୋଲିବ ସ୍କୁଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page