ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

June 19, 2019, ଓଡ଼ିଶା, , Anupambharat News Bureau


ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା
Anupambharat News Bureau
June 19, 2019

ଭଦ୍ରକ,୧୯ା୬ (ଅନୁପମ ମିଡିଆ): ଭଦ୍ରକ ଜିଲା ମୁଖ୍ୟ ଚିକିସିାଳୟ ଏବେ କେତେକ ସ୍ୱାସ୍ଥ୍ୟକର୍ମୀ (ନର୍ସ) ଓ ଅସାଧୁ ଡାକ୍ତରଙ୍କ ଚରାଭୂଇଁ ପାଲଟିଛି । ଯାହାଫଳରେ ଅର୍ଥ ନଦେଲେ ଗ୍ରାମାଞ୍ଚଳ ଓ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ସଠିକ୍‌ ଚିକିସିା ଯୋଗାଇ ନଦିଆଯାଇ ମରଣମୁଖକୁ ଠେଲି ଦିଆଯାଉଛି । ଏହି କାରଣରୁ ବିଗ୍‌ତ ଦିନରେ ଏହି ଚିକିସିାଳୟର ବହୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଉତ୍ତ୍ୟକ୍ତ ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ମାଡ ଖାଇବା ସହ ଆସବାବ ପତ୍ର ନଷ୍ଟ ହୋଇଛି । ଯାହାର ନଜିର ଆଜି ପୁଣି ଥରେ ଦେଖିବାକୁ ମିଳିଛି ଏହି ଚିକିସିାଳୟର ମହିଳା ଭେଷଜ ଅର୍ନ୍ତବିଭାଗରେ । ଭଦ୍ରକ ସହରର ନୂଆବଜାରରେ ରହୁଥିବା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ˜ାରଙ୍କ ପତ୍ନୀ ପୁଷ୍ପିତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ଜିଲା ମୁଖ୍ୟ ଚିକିସିାଳୟକୁ ରାତି ୨ଟାରେ ଆଣି ପହଞ୍ଚାଇଥିଲେ । ବର୍ହି ବିଭାଗରେ ଆଡମିଶନ କରାଇବା ପରେ ତାଙ୍କୁ ମହିଳା ଭେଷଜ ଅନ୍ତବିର୍ଭାଗକୁ ଚିକିସିା ପାଇଁ ପଠାଯାଇଥିଲା । ମାତ୍ର ଭୋର ପ୍ରାୟ ୪ଟାରେ ରୋଗୀର ଅବସ୍ଥା ଉଦ୍‌ବେଗ ଜନକ ହେବାରୁ ତାଙ୍କ ପାଖରେ ଥିବା ତାଙ୍କ ପୁତ୍ର ଶୈବାଲ ସିକ˜ାର ଓ ଝିଅ ନମ୍ରତା ରାୟ ସେହି ୱାର୍ଡ ଡୁ୍ୟଟିରେ ଥିବା ଦୁଇଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଷ୍ଟାଫନର୍ସ କଳ୍ପନା ମହାଭୋଇ ଓ ଆଟେଣ୍ଡାଣ୍ଟ ସୌଦାମିନୀ ମିଶ୍ରଙ୍କ ନିକଟକୁ ଯାଇ ସେ ଡୁ୍ୟଟି ରୁମ୍‌ରେ ଲାଇଟ୍‌ ଲିଭାଇ ଶୋଇଥିବାର ଦେଖିଥିଲେ । ସେମାନେ ବାରମ୍ବାର ଡାକିବା ସତେ୍ୱ କେହି ନଉଠିବାରୁ ଲାଇଟ୍‌ଟିକୁ ଜାଳିବା ପରେ ଜଣେ ଦିଦି ତାଙ୍କୁ ବିରକ୍ତି ହୋଇ ଗାଳିଗୁଲଜ କରିଥିଲେ । ସେମାନେ ଏଥିପାଇଁ କ୍ଷମାମାଗି ନିଜ ମା’ ଙ୍କ କଥା ଜଣାଇବାରୁ ସୌଦାମିନୀ କଳ୍ପନାଙ୍କୁ ଡାକିଥିଲେ ମଧ୍ୟ ସେ ଉଠିନଥିଲେ । ଫଳରେ ଏମାନେ ବିକଳ ହୋଇ ସୌଦାମିନୀଙ୍କୁ ଡୁ୍ୟଟିରେ ଥିବା ଡାକ୍ତରଙ୍କୁ ଖବର ଦେବାକୁ ଅନୁରୋଧ କରିବା ସତେ୍ୱ ସେମାନେ ପ୍ରାୟ ଘଣ୍ଟେ ପର୍ଯ୍ୟନ୍ତ କାହାକୁ ଡାକିନଥିଲେ । ଏହି ଘଟଣାରେ ଅନ୍ୟ ରୋଗୀଙ୍କ ନିକଟରେ ଥିବା ସଂପର୍କୀୟମାନେ ଉତ୍‌କ୍ଷିପ୍ତ ହୋଇ ପାଟିଗୋଳ କରିବାରୁ ସୌଦାମିନୀ ବାଧ୍ୟହୋଇ ଡାକ୍ତରଙ୍କୁ ଡକାଇଥିଲେ ବି ସେତେବେଳକୁ ଚିକିସିା ଅବହେଳାରୁ ରୋଗିଣୀଙ୍କର ମୃତୁ୍ୟ ଘଟିସାରିଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଜଣାପଡିବା ପରେ ବହୁ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ପରିସ୍ଥିତି ସଂପର୍କରେ ଜାଣିବାକୁ ପାଇ ଜିଲା ମୁଖ୍ୟ ଚିକିସିାଧିକାରୀଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଚିକିସିାଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆଙ୍କୁ ଏ ସଂପର୍କରେ ମୋବାଇଲ୍‌ ଯୋଗେ ଜଣାଇଥିଲେ । ଫଳରେ ଡାକ୍ତର ଖୁଣ୍ଟିଆ ସଂଗେ ସଂଗେ ସେଠାରେ ପହଞ୍ଚି ଏହି ଘଟଣାରେ ଡୁ୍ୟଟିରେ ଥିବା ଦୁଇଜଣ ନର୍ସଙ୍କ ଦାୟିତ୍ୱହୀନତାକୁ ହୃଦୟଙ୍ଗମ କରିଥିଲେ । ଏବଂ ମୃତକାଙ୍କ ପୁତ୍ର ଶୈବାଲଙ୍କ ଅଭିଯୋଗ ପତ୍ର ଗ୍ରହଣ ପୂର୍ବକ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେମାନଙ୍କ ସଂପର୍କୀୟ ଓ ସାଧାରଣ ଲୋକଙ୍କ ଦାବି ମୂଳେ ତୁରନ୍ତ ଦୁଇ ନର୍ସଙ୍କୁ ତାଙ୍କ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ବହିଷ୍କାର ଦାବି କରିଥିଲେ ।
ମାତ୍ର ଜିଲା ମୁଖ୍ୟ ଚିକିସିାଧିକାରୀଙ୍କ ଅନୁପସ୍ଥିତିରେ ଉକ୍ତ କାର୍ଯ୍ୟ କରିବା ଦିଗରେ ତାଙ୍କର କୌଣସି କ୍ଷମତା ନଥିବାର ଦର୍ଶାଇ ଉକ୍ତ ୱାର୍ଡରୁ ସେମାନଙ୍କୁ ସ୍ଥାନାନ୍ତର କରି ଆସନ୍ତା ୭ ଦିନ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଜିଲା ମୁଖ୍ୟ ଚିକିସିାଧିକାରୀଙ୍କ ଦାୟିତ୍ୱରେ ଥିବା ଡାକ୍ତର ଖୁଣ୍ଟିଆ କଲ୍‌ ରେକର୍ଡ ଦେଖି ସେଥିରେ କୌଣସି ସମୟ (ଟାଇମ୍‌) ଉଲ୍ଲେଖ ନଥିବାରୁ ଦୁଇ ନର୍ସଙ୍କର ଦୋଷକୁ ସ୍ୱୀକାର ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଥିଲେ ବି ସେଠାରେ ଉପସ୍ଥିତ ଥିବା ଡାକ୍ତର ବେଣୁଧର ନାୟକ ଡୁ୍ୟଟିରେ ଥିବା ଦୁଇ ନର୍ସଙ୍କ ଦୋଷକୁ ଘୋଡାଇବାକୁ ଯାଇ ବିଭିନ୍ନ ନକରାତ୍ମକ ଟିªଣୀ ଦେବାରୁ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏପରିକି ଡାକ୍ତର ନାୟକ ଅଳ୍ପକେ ଲୋକଙ୍କ ଆକ୍ରମଣରୁ ବର୍ତ୍ତିଯାଇଥିଲେ । ମୃତକଙ୍କ ପରିବାର ଲୋକେ ସେମାନଙ୍କୁ ତୁରନ୍ତ ନିଲମ୍ବନ କରାନଗଲେ ମୃତଦେହ ଉଠାଇବେ ନାହିଁ ବୋଲି ଜିଦ୍‌ ଧରିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ହସ୍ତକ୍ଷେପରେ ପରିସ୍ଥିତିକୁ ଆୟତ୍ତ କରାଯିବା ପରେ ମୃତଦେହକୁ ତାଙ୍କ ସଂପର୍କୀୟମାନେ ସ୍ୱର୍ଗଦ୍ୱାର ନେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

Read More...

ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page