ବିହାରରେ ଥମୁନି ଶିଶୁ ମୃତ୍ୟୁ

June 19, 2019, ଦେଶ, , Anupambharat News Bureau


ବିହାରରେ ଥମୁନି ଶିଶୁ ମୃତ୍ୟୁ
Anupambharat News Bureau
June 19, 2019

ପାଟନା : ବିହାରର ମୁଜାଫରପୁର ଏବଂ ପାଖାପାଖି ଅଂଚଳରେ ଆକ୍ୟୁଟ ଇନସେଫଲାଇଟିସ୍‌ ସିଣ୍ଡ୍ରମ୍‌ ରେ ପୀଡିତ ହୋଇ ଏପର୍ଯ୍ୟନ୍ତ ପାଖାପାଖି ୧୧୨ଜଣଙ୍କର ମୃତ୍ୟୁ ଘଟିଛି । ଏହି ମଧ୍ୟରେ ରାଜ୍ୟରେ ଥିବା ଶାସକ ଏବଂ ବିପକ୍ଷ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହି ସମୟରେ ଲୋକମାନଙ୍କ ମଧ୍ୟରୁ ରାଷ୍ଟ୍ରୀୟ ଜନତା ଦଳ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସାଧାରଣ ଲୋକଙ୍କ ମଧ୍ୟରୁ ଗାୟବ ଅଛନ୍ତି । ବିହାରରେ ଏଭଳି ସଙ୍କଟାପନ୍ନ ପରିସ୍ଥିତିରେ ତେଜସ୍ୱୀ ଗାୟବ ରହିବା ଏକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସମୟରେ ଆରଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ କହିଛନ୍ତି କି, ତେଜସ୍ୱୀ ବୋଧହୁଏ ବିଶ୍ୱକପ୍‌ ଦେଖିବାକୁ ଯାଉଛନ୍ତି । ରଘୁବଂଶ କହିଛନ୍ତି କି, ତେଜସ୍ୱୀ କେଉଁଠାରେ ଅଛି ମୋତେ ସ୍ପଷ୍ଟ ଭାବରେ ଜଣା ନାହିଁ । ସେ ବିଶ୍ୱକପ୍‌ ଦେଖିବାକୁ ଯାଇଥାଇ ପାରନ୍ତି । କି;ୁ ମୁଁ ସ୍ପଷ୍ଟ ଭାବରେ ଜାଣି ନାହିଁ । ସୂଚନାଯୋଗ୍ୟ, ଜେଲରେ ଥିବା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିବା ପରେ ଏବେ ଗାୟବ ହୋଇଯାଇଛନ୍ତି । ତାଙ୍କୁ ଶେଷ ଥର ପାଇଁ ମଇ ୨୮ରେ ପରାଜୟର କାରଣ ସମୀକ୍ଷା ବୈଠକରେ ଦେଖା ଯାଇଥିଲା । କେବଳ ସେତିକି ନୁହେଁ ତାଙ୍କୁ ଜୁନ ୧୧ରେ ଲାଲୁ ପ୍ରସାଦ ଯାଦବଙ୍କ ଜନ୍ମଦିନ ପାର୍ଟିରେ ଦେଖାଯାଇଥିଲା । ପାର୍ଟିର ନେତାମାନେ ମଧ୍ୟ ତେଜସ୍‌ୱୀଙ୍କ ଗାୟବ ହେବା ନେଇ ଆଶ୍ଚର୍ଯ୍ୟରେ ଅଛନ୍ତି । ଉଲ୍ଲେଖଇାଉକି ବିହାର ମୁଜାଫରପୁରରେ ଏକୁ୍ୟଟ୍‌ ଏନ୍ସେଫାଲାଇଟିସ୍‌ ସିଣ୍ଡ୍ରୋମ ଏବେ ଉତ୍କଟ ରୂପ ନେଇଛି । ଜଣକ ପରେ ଜଣେ ଶିଶୁ ଏହାର ଶୀକାର ହୋଇ ୧୮ ଦିନରେ ୧୦୮ଜଣ ପ୍ରାଣ ହରାଇଥିବା ବେଳେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଦ ଭାଙ୍ଗିଛି । ସେ ଶ୍ରୀକୃଷ୍ଣ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ପରିବାର ସହ ସାକ୍ଷାତ କରୁଛନ୍ତି । ହସ୍ପିଟାଲ ବାହାରେ ନୀତିଶ ଓ ପ୍ରଶାସନକୁ ବିରୋଧ କରାଯାଉଛି । ମୁଜାଫରପୁରରେ ଏକୁ୍ୟଟ୍‌ ଏନ୍ସେଫାଲାଇଟିସ୍‌ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇ ଏହି ୧୭ ଦିନ ହେଲାଣି ମୃତୁ୍ୟ ସଂଖ୍ୟା ୧୦୮ରେ ପହଞ୍ଚିିଲାଣି । ଏତେ ଦିନ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ଏଥିରେ ଦୃଷ୍ଟି ଦେଇ ନଥିବାରୁ ଏହାକୁ ନିନ୍ଦା କରି ଜନତା ବିରୋଧ କରିଛନ୍ତି । ଦୀର୍ଘ ୧୮ଦିନରେ ଆଜି ଆସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ବିହାର ମୁଖ୍ୟମନ୍ତ୍ରୀ ମେଡ଼ିକାଲକୁ ଯ›ବକ୍ତନ୍ତି । ବାହାରେ ଜନତା ହାୟ ହାୟ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

Read More...

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page