ପାଣି ପାଇଁ ଚେନ୍ନାଇରେ ହାହାକାର

June 19, 2019, ଦେଶ, , Anupambharat News Bureau


ପାଣି ପାଇଁ ଚେନ୍ନାଇରେ ହାହାକାର
Anupambharat News Bureau
June 19, 2019

ଚେନ୍ନାଇ: ଦେଶର ଅଳ୍ପ ସ୍ଥାନରେ ମୌସୁମୀ ଛୁଇଁଥିୁବା ବେଳେ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିବାକୁ ବାକି ରହିଛିଛ ଇତିମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପାଣି ପାଇଁ ଘୋର ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଖରା ଯୋଗୁ ଭୂତଳ ଜଳ ଶୁଖି ଯାଇଛି । ଫୋନ କଲେ ଯେଉଁଠି ପାଞ୍ଚ ମିନିଟରେ ଘର ଆଗରେ ପିଇବା ପାଣି ଟ୍ୟାଙ୍କର ପହଞ୍ଚୁଥିଲା ସେଇଠି ଏବେ ପାଞ୍ଚ ଦିନ ଲାଗୁଛି । କାରଣ ସମଗ୍ର ଚେନ୍ନାଇରେ ପାଣି ସଙ୍କଟ ଦେଖାଦେଇଛି । ମଙ୍ଗଳବାର ତାମିଲନାଡୁର ହାଇକୋର୍ଟ ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ମୌସୁମୀ ତାମିଲନାଡୁ ଛୁଇଁନାହିଁ ହେଲେ ଏହାପୂର୍ବରୁ ସରକାର ଜଳ ସଙ୍କଟର ମୁକାବିଲା ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଜବାବ ରଖିବାକୁ କହିଛନ୍ତି ମାଡ୍ରାସ ହାଇକୋର୍ଟ । ସେହିପରି ମୁଖ୍ୟମନ୍ତ୍ରୀ ଇ ପଲ୍ଲାନିସ୍ୱାମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଚେନ୍ନାଇରେ ଦେଖାଦେଇଥିବା ପାଣି ସମସ୍ୟା ବାବଦରେ ତାଙ୍କ ସରକାର ଅବଗତ ଅଛନ୍ତି । କିଭଳି ଲୋକଙ୍କ ପାଖରେ ପାଣି ପହଞ୍ଚିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି । ଚେନ୍ନାଇରେ ପ୍ରତିଦିନ ୮୦୦ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛିଛ ଏବେ ପାଣିର ସମସ୍ୟା ଥିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ତରଫରୁ ଯେଉଁ ପରିମାଣର ପାଣି ଲୋକଙ୍କୁ ଯୋଗାଇ ଦିଆଯାଏ, ଏବେ ତାହାର ୪୦ ପ୍ରତିଶତ କମ୍‌ ପାଣି ମିଳୁଛି । ପ୍ରତି କଲୋନୀକୁ ଯେତିକି ସରକାରୀ ପାଣି ଟ୍ୟାଙ୍କର ଆସୁଛି, ତାହା ପରିବାର ପିଛା ଦରକାର ପଡ଼ୁଥିବା ପାଣିର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ । ପାଣି ଅଭାବ ଥିବାରୁ ଲୁଗା ସଫା କରିବା , ବାସନ ମଜା ସାଙ୍ଗକୁ ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ପାଣି ମିଳିପାରୁ ନାହିଁ । ଏଥିପାଇଁ ଅନେକ ଏବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି । ପାଣିର ଅଭାବକୁ ଦେଖି ଅନେକ ଘରୋଇ ଆଇଟି କମ୍ପାନୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଡ଼ ବଡ଼ ହୋଟେଲ୍‌, ରେଷ୍ଟୁରାଣ୍ଟ ଆଦି ବନ୍ଦ ହୋଇଯାଇଛି । ପାଣି ନଥିବାରୁ ଅନେକ ସ୍କୁଲ ଓ କଲେଜ ଯିବା ବନ୍ଦ ରଖିଛନ୍ତି । ରାଷ୍ଟ୍ରୀୟ ଜଳ ଏକାଡେମୀର ପୂର୍ବତନ ନିର୍ଦ୍ଦେଶକ ମନୋହର ଖୁଶାଲାନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘୨୦୧୫ରେ ଚେନ୍ନାଇରେ ବନ୍ୟା ହୋଇଥିଲା । ଏବେ କି;ୁ ଚାରିଆଡ଼େ ଶୁଖିଲା ହୋଇଯାଇଛି । ଏଥିପାଇଁ ଆଗାମୀ ଦିନରେ ପ୍ରାକୃତିକ ବର୍ଷାର ସଂରକ୍ଷଣ କରିବାର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ

ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ

Read More...

୪୯ ବର୍ଷରେ ରାହୁଲ ଗାନ୍ଧି

୪୯ ବର୍ଷରେ ରାହୁଲ ଗାନ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page