ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ

June 19, 2019, ଓଡ଼ିଶା, , Anupambharat News Bureau


ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ
Anupambharat News Bureau
June 19, 2019

ମାଲକାନଗିରି , ୧୯ା୬ (ଅନୁପମ ମିଡିଆ): ନକ୍ସଲମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଆଦେ ନୂଆ କଥା ନୁହେଁ । କି;ୁ ଏହିସବୁ ହତିଆର ମଧ୍ୟରେ ପାକିସ୍ତାନରେ ର୍ନିମିତ ବନ୍ଧୁକ ମିଳିବା ଛତିଶଗଡ଼ ପୁଲିସର ଚିନ୍ତା ବାଇ ଦେଇଛି । କେମିତି ଏହି ବନ୍ଧୁକ ସୀମା ଡେଇଁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳକୁ ଆସିଲା ତାହାର ଯାଞ୍ଚ ଚାଲିଛି । ଅନ୍ୟପଟେ ଆତଙ୍କବାଦୀଙ୍କ ସହ ମାଓବାଦୀକୁ ବି ପାକିସ୍ତାନ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।ସୂଚନା ଅନୁଯାୟୀ, ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଲିସ ପକ୍ଷରୁ ନକ୍ସଲଙ୍କ ସହ ଏକ ବଡ଼ଧରଣର ଏନକାଉଣ୍ଟର ହୋଇଥିଲା । ଏଥିରେ ଦୁଇ ନକ୍ସଲ ଘଟଣାସ୍ଥଳରେ ନିହତ ହୋଇଥିଲେ । ମାଓ କ୍ୟାମ୍ପକୁ ଧ୍ୱସଂ କରାଯାଇଥିବା ବେଳେ ବିପୁଳ ପରିମାଣରେ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ତେବେ ଏହି ଜବତ ସାମଗ୍ରୀ ମଧ୍ୟରେ ୪ଟି ବନ୍ଧୁକ ରହିଥିବା ବେଳେ ସେଥିରୁ ଗୋଟିଏ ପାକିସ୍ତାନରେ ର୍ନିମିତ ଜି-୩ ବନ୍ଧୁକ ରହିଛି । ଯାହାକି ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଗତ ଦିନରେ ସୁକମା ଏନକାଉଣ୍ଟରରେ ମାଓବାଦୀଙ୍କ ନିକଟରୁ ଅନୁରୂପ ଜି-୩ବନ୍ଧୁକ ଜବତ ହୋଇଥିଲା । ଏହାବ୍ୟତୀତ ଅନେକ ସମୟରେ ଚୀେ[୍ର ର୍ନିମିତ ମାଉଜର, ଗ୍ରେନେଡ ଆଦି ଛତିଶଗଡ଼ରେ ହୋଇଥିବା ମାଓ ଅପରେସନ ପରେ ମିଳିଥିଲା । ବର୍ତମାନ ଏହି ବନ୍ଧୁକ କେଉଁ ସୂତ୍ରରୁ ମାଓବାଦୀଙ୍କ ପାଖକୁ ଆସିଲା ତାହାକୁ ନେଇ ଖୋଳତାଡ଼ ଚାଲିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

Read More...

ପାଣି ପାଇଁ ଚେନ୍ନାଇରେ ହାହାକାର

ପାଣି ପାଇଁ ଚେନ୍ନାଇରେ ହାହାକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page