ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

June 25, 2019, ଦେଶ, , Anupambharat News Bureau


ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ
Anupambharat News Bureau
June 25, 2019

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ । ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା । ତେବେ ସମୟ ବଦଳିବା ସହ ରାହୁଲଙ୍କ ମୁଡରେ ମଧ୍ୟ ପରିବର୍ତ୍ତନ ଆସିଥିବା ଜଣାପଡ଼ିଛି । ରାହୁଲ ଗାନ୍ଧି ନିଜର ଇସ୍ତଫା ଡ୍ରାମାକୁ ବନ୍ଦ କରି ଏବେ ଆକ୍ସନ ମୋଡକୁ ଆସିଛନ୍ତି । ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ନେତାମାନଙ୍କୁ ରାହୁଲ ଗାନ୍ଧି ଫୋନ୍‌ କରି ସାଂଗଠନିକ ସ୍ଥିତି ମଜଭୁତ କରିବାକୁ କହିଛନ୍ତି । ଏଥିସହ ରାହୁଲ ଆଗାମୀ ଦିନରେ ବିଭିନ୍ନ ରାଜ୍ୟର ନେତାମାନଙ୍କ ସହ ମଧ୍ୟ ବୈଠକ କରିବେ ବୋଲି ସଙ୍କେତ ଦେଇଛନ୍ତି । ଚଳିତ ସପ୍ତାହରେ ପୁଣିଥରେ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ । ଏଥିରେ ରାହୁଲ ଅଧ୍ୟକ୍ଷ ପଦରେ ରହିବେ କି ନାହିଁ, ସେସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସୂତ୍ର ଅନୁସାରେ, ରାହୁଲ ଗାନ୍ଧି ଜୁନ୍‌ ୨୭ରେ ମହାରାଷ୍ଟ୍ର କଂଗ୍ରେସର ନେତାଙ୍କ ସହ ଆଲୋଚନା କରିବେ । ଏହାପରେ ସେ, ପର୍ଯ୍ୟାୟକ୍ରମେ ହରିଆଣା ଓ ଦିଲ୍ଲୀର କଂଗ୍ରେସ ନେତାଙ୍କ ସହ ବୈଠକ କରିବେ । ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ନିର୍ବାଚନ ପ୍ରସ୍ତìତି ସମ୍ପର୍କରେ ରାହୁଲ ଦଳୀୟ ନେତାମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ଏଥିସହ ସେ ସବୁ ରାଜ୍ୟର ମହାସଚିବ(ଇନcାର୍ଜ)ମାନଙ୍କୁ ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟର କାରଣ ସମ୍ପର୍କରେ ରିପୋର୍ଟ କେ ଭେନୁଗୋପାଲଙ୍କୁ ଦେବା ପାଇଁ ମଧ୍ୟ କହିଛନ୍ତି । ଗତକାଲି କଂଗ୍ରେସ ପକ୍ଷରୁ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକାରେ ଲୋକସଭା ନିର୍ବାଚନ ପାଇଁ ଗଠନ କରାଯାଇଥିବା ସମସ୍ତ ଜିଲ୍ଲା ସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଥିଲା । ଏଥର ନୂଆ ନେତାମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

Read More...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page