ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

June 25, 2019, ଦେଶ, , Anupambharat News Bureau


ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’
Anupambharat News Bureau
June 25, 2019

କୋଲକାତା : ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହାୱଡା ଜିଲ୍ଲାର ସାଲିକାରେ ଜଣେ ଶାଶୁ ବୋହୂକୁ ବଞ୍ଚାଇବାକୁ ଯାଇ ନିଜ ପୁଅକୁ ଗୁଳି ମାରିଛନ୍ତି । ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ରେଣୁ ଶର୍ମା (୬୦), ପୁଅ ମନୋଜ(୩୧) ଓ ବୋହୂ ଦେବୀ ରୁହନ୍ତି । ମନୋଜ ଉଭୟ ଟ୍ରକ୍‌ ଓ ଟ୍ୟାକ୍ସି ଚଲାନ୍ତି । ରାତିରେ ଟ୍ରକ୍‌ ଚଲାଉଥିବାରୁ ସେ ନିଜ ସୁରକ୍ଷା ପାଇଁ ପାଖରେ ୨ଟି ବନ୍ଧୁକ ରଖିଥାନ୍ତି । ପ୍ରତିଦିନ ମନୋଜ ନିଶା ଅବସ୍ଥାରେ ଘରକୁ ଫେରି ମା’ ଓ ପତ୍ନୀଙ୍କୁ ଗାଳିଗୁଳଜ କରିବା ସହ ମାଡ଼ ମାରିଥାନ୍ତି । ତେବେ ସୋମବାର ମଧ୍ୟ ମନୋଜ ନିଶା ଅବସ୍ଥାରେ ଘରକୁ ଆସି ୨ହାତରେ ୨ଟି ବନ୍ଧୁକ ଧରି ଦେବୀଙ୍କ ସହ ମାଡ଼ପିଟ୍‌ କରିଥିଲେ । ସେହି ସମୟରେ ରେଣୁ ପହଞ୍ଚି ଦେବୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ମନୋଜ ୨ଜଣଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେଛ ଏହାପରେ ରେଣୁ ପୁଅ ମନୋଜଠାରୁ ଏକ ବନ୍ଧୁକ ଛଡ଼ାଇ ତାଙ୍କୁ ଗୁଳି ମାରିଥିଲେ ବୋଲି ଦେବୀ କହିଛନ୍ତି । ତେବେ ମନୋଜଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହାୱଡା ଓ ପରେ କୋଲକାତାର ଏସ୍‌ଏସକେଏମ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ରେଣୁ ଗିରଫ କରିଛି । ଏଥିସହ ମନୋଜଙ୍କ ୨ଟି ବନ୍ଧୁକକୁ ଜବତ କରିଛି ପୋଲିସ୍‌ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

Read More...

ଯୁବତୀକୁ ପ୍ରତାରଣା ଅଭିଯୋଗ :  ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

ଯୁବତୀକୁ ପ୍ରତାରଣା ଅଭିଯୋଗ : ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page