ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

June 25, 2019, ଓଡ଼ିଶା, , Anupambharat News Bureau


 ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ
Anupambharat News Bureau
June 25, 2019

ରାୟଗଡ଼ା,୨୫ା୬(ଅନୁପମମିଡ଼ିଆ): ରାୟଗଡ଼ା ନିକଟ କେଉଟଗୁଡ଼ା ଓ ସିଙ୍ଗାପୁର ରୋଡ ମଧ୍ୟରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ୧୮୦୦୫ ହାୱଡ଼ା - ଜଗଦଲପୁର ସମଲେଶ୍ୱରୀ ସହ ବିଦୁ୍ୟତ ମେଣ୍ଟନାନ୍ସ ଇଞ୍ଜିନ ଧMାରୁ ଏକ୍ସପ୍ରେସ୍‌ର ଇଞ୍ଜିନ ଏବଂ ଆଗରେ ଥିବା ଗାର୍ଡ଼ ବଗି ଲାଇନଚୁ୍ୟତ ଘଟିଥିଲା । ଏଥିସହିତ ଏକ¬ପ୍ରେସର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଏଥିରେ ଏକ୍ସପ୍ରେସ୍‌ ଏବଂ ଯାତ୍ରୀଙ୍କ କିଛି କ୍ଷତି ହୋଇନଥିଲେ ସୁଦ୍ଧା ମେଣ୍ଟନାନ୍ସ ଇଞ୍ଜିନରେ ଥିବା ତିନି ରେଳବାଇ କର୍ମଚାରୀଙ୍କ ମୃତୁ୍ୟ ଘଟିଛି । ଏହି ଘଟଣା ପରେ ସମ୍ପୃକ୍ତ ରୁଟ୍‌ ଦେଇ ବହୁ ସମୟ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କାର୍ଯ୍ୟରେ ଅବହେଳା ଦର୍ଶାଇ କେଉଟଗୁଡ଼ା ଷ୍ଟେସନ ମାଷ୍ଟର ଏସ୍‌ ଟପୋ, ସିଙ୍ଗାପୁର ରୋଡ-ଏ କ୍ୟାବିନ୍‌ ଷ୍ଟେସନ ମାଷ୍ଟର ଜୟ ପ୍ରସାଦ ଓ ସିଙ୍ଗାପୁର ରୋଡ ଷ୍ଟେସନ୍‌ ମାଷ୍ଟର ବି ପ୍ରଧାନ ନିଲମ୍ବିତ କରାଯାଇଛି । ନିଆଁ ଲାଗିବାରୁ ମେଣ୍ଟନାନ୍ସ ଇଞ୍ଜିନର ଟେକ୍ନିସିଆନ୍‌ ସୁରେଶ, ସିନିୟର ସେକ୍ସନ୍‌ ଇଞ୍ଜିିନିୟର (ଇଲେକଫି୍ରକାଲ, ରାୟଗଡ଼ା) ସାଗର ଓ ଟେକନିସିଆନ୍‌ (ଇଲେକଫି୍ରକାଲ ରାୟଗଡ଼ା) ଗୌରୀ ନାଇଡୁଙ୍କ ମୃତୁ୍ୟ ହୋଇଛି । ଘଟଣା ସମୟରେ ଟ୍ରେନ୍‌ରେ ୧୪୮ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କର ମଧ୍ୟରୁ କିଛି ଯାତ୍ରୀ ଆହତର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ପରେ ଅନ୍ୟ ଏକ ଇଞ୍ଜିିନ ସାହାଯ୍ୟରେ ଟ୍ରେନ ବଗି ଗୁଡ଼ିକୁ ରାୟଗଡ଼ା ନିଆଯାଇଛି । ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡିବାକୁ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି । ଏହି ୨ଟି ବସ୍‌ କୋରାପୁଟ ଓ ଜଗଦଲପୁରରେ ଯାତ୍ରୀମାନଙ୍କୁ ଛାଡ଼ିବ । ଜିଲ୍ଲାପାଳ, ଏସ୍‌ପି ସମେତ ରେଳବାଇର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ରେଳବାଇ
ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ପରେ ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି । ଏଥିସହିତ ତିନୋଟି ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି । ତେବେ ସୁରକ୍ଷାକୁ ରେଳବାଇ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଗୋଟିଏ ଟ୍ରାକରେ କିଭଳି ଏକ୍ସପ୍ରେସ୍‌ ଏବଂ ମେଣ୍ଟନାନ୍ସ ଇଞ୍ଜିନ ଆସିଲା ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

Read More...

ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର,  * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି  *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର, * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page