ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

June 26, 2019, ଓଡ଼ିଶା, , Anupambharat News Bureau


ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା
Anupambharat News Bureau
June 26, 2019

ଆନନ୍ଦପୁର,୨୬ା୬ (ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ବାରିଗାଁର ଏକ ପାରିବାରିକ କଳହରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟି ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେୂ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ଖବରନେବାରୁ ଜଣାଯାଏ ବାରିଗାଁ ଗ୍ରାମର ନବଘନ ସାହୁ ୨୬ତାରିଖ ବୁଧବାର ସକାଳୁ ଘରର ପାରିବାରିକ ଗଣ୍ଡଗୋଳରେ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ କଟୁରୀରେ ନିଜର ସ୍ତ୍ରୀ ମଞ୍ଜୁଲତାକୁ ହାଣିଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକ ମଞ୍ଜୁଲତାକୁ ଆନନ୍ଦପୁର ମେଡ଼ିକାଲକୁ ଚିକିସିା ନିମନ୍ତେ ନେଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ ନବଘନ ସାହୁ ଫେରାର ହୋଇଯାଇଥିବା ବେଳେ ପରିବାର ଲୋକ ଖୋଜାଖୋଜି କରି ସ୍ଥାନୀୟ ଏକ ଜଙ୍ଗଲରେ ନବଘନକୁ ପାଇଥିଲେ । ସେଠାରେ ନବଘନ ବିଷ ପିଇ ବେହୋସ ହୋଇ ପଡ଼ିଥିବା ବେଳେ ଆନନ୍ଦପୁର ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହି ଘଟଣା ନେଇ ବାରିଗାଁରେ ଶୋକର ଛାୟା ଖେଳିଯାଇଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

Read More...

 ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page