ଶ୍ରୀ ଦଧିବାମନଜୀଉଙ୍କ ନବଯୌବନ ଦର୍ଶନ, ଆଜି ରଥଯାତ୍ରା

July 03, 2019, ଓଡ଼ିଶା, , Anupambharat News Bureau


 ଶ୍ରୀ ଦଧିବାମନଜୀଉଙ୍କ ନବଯୌବନ ଦର୍ଶନ, ଆଜି ରଥଯାତ୍ରା
Anupambharat News Bureau
July 03, 2019

ଆନନ୍ଦପୁର, ୩ା୭ (ଅନୁପମ ମିଡ଼ିଆ): ଆନନ୍ଦପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ନବଯୌବନ ଦର୍ଶନ ଗତ ୨ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଗୁରୁବାର ଦିନ ମହାଆଡ଼ମ୍ବରରେ ରଥଯାତ୍ରା ପାଳନ କରାଯିବ । ଦୀର୍ଘ ୧୬ଦିନ ଠାକୁର ଅଣସର ଘରେ ରହିବା ପରେ ୨ତାରିଖ ମଙ୍ଗଳବାର ଦିନ ନେତ୍ରଉସିବ ପୂଜା ଉପଲକ୍ଷେ ସକାଳ ୬ଘଟିକା କଳସ ସ୍ଥାପନ, ଦିବା ୧୧ଘଟିକାରେ ଘଟ ପୂଜା, ସନ୍ଧ୍ୟା ୬:୪୫ମିନିଟରେ ନବଯୌବନ ବେଶରେ ଶହଶହ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଏହି ଅବସରରେ ରାତ୍ର ୭:୧୦ମିନିଟରେ ନେତ୍ର ଉତ୍ତୋଳନ ଅନୁଷ୍ଠିତ ହୋଇଥିଲା । ରାତ୍ର ୭:୪୦ମିନିଟରେ ରଥ ପ୍ରତିଷ୍ଠା କରାଯାଇଥିଲା । ପୂଜା କାର୍ଯ୍ୟରେ ପୂଜକ ବଳଦେବ ରଥ, ଜଗବନ୍ଧୁ ଦାଶ, ସନ୍ତୋଷ ପାଢ଼ୀ, ଜଗତାନନ୍ଦ ମିଶ୍ର, ପୁରୋହିତ ଶରତ ମିଶ୍ର, ସୁଆର ପଦ୍ମନାଭ ପାଣିଗ୍ରାହୀ, ଶଙ୍କର୍ଷଣ ମିଶ୍ର, ଅଜୟ ପଣ୍ଡା, ଲକ୍ଷ୍ମଣ ପାଢ଼ୀ, ଦୁଆରୀ କୃଷ୍ଣଚନ୍ଦ୍ର ସାହୁ, ଶରତ ମହାରଣା ସହଯୋଗ କରିଥିବା ବେଳେ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ, ଦେବୋତ୍ତର ଇନcାର୍ଜ ଆସିଷ୍ଟାଣ୍ଡ କଲେକଫର କୀର୍ତ୍ତନ ବିହାରୀ ଓଝା, ମନ୍ଦିର କମିଟି ସଦସ୍ୟ ସୁଶିଲ କୁମାର ହୋତା, ଅଶିତ ନାୟକ, ବନବିହାରୀ ଧଳ, ଲଳିତ ପାତ୍ର, ସୁରେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ ।
ଆଜି ରଥଯାତ୍ରା ଅବସରରେ ସକାଳ ୬ଘଟିକାରେ କଳସ ସ୍ଥାପନ, ଦିବା ୧୦ଘଟିକାରେ ମଙ୍ଗଳାର୍ପଣ, ପହଣ୍ଡି ବିଜେ, ଦିବା ୧୧:୪୫ମିନିଟରେ ଛେରା ପହଁରା, ଅପରାହ୍ନ ୫:୪୫ମିନିଟରେ ରଥ ଚାଳନା ଓ ରାତ୍ର ୯ଘଟିକା ସମୟରେ ରାତି ପହଣ୍ଡି ହେବବୋଲି ରାଜଜ୍ୟୋତିଷ ସେବାୟତ ଶ୍ୟାମରଂଜନ ନାୟକ ସୂଚନା ଦେଇଛନ୍ତି ।
ରଥଯାତ୍ରା ଉପଲକ୍ଷେ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା, ପରିମଳ, ଜଳଯୋଗାଣ ସହ ସୂଚାରୁ ରୂପେ ତୁଲାଇବା ପାଇଁ ଦୃଷ୍ଟି ଦିଆଯାଇଥିବାର ଦେଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାନ ମୂଲ୍ୟର ଏମ୍‌ଏସ୍‌ପିରେ ୩.୭% ବୃଦ୍ଧି

ଧାନ ମୂଲ୍ୟର ଏମ୍‌ଏସ୍‌ପିରେ ୩.୭% ବୃଦ୍ଧି

Read More...

ଘର ଓ ସ୍କୁଲ ପାଚେରୀ ଭାଙ୍ଗିଲା ଦନ୍ତା

ଘର ଓ ସ୍କୁଲ ପାଚେରୀ ଭାଙ୍ଗିଲା ଦନ୍ତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page