ଧାନ ମୂଲ୍ୟର ଏମ୍‌ଏସ୍‌ପିରେ ୩.୭% ବୃଦ୍ଧି

July 03, 2019, ଦେଶ, , Anupambharat News Bureau


ଧାନ ମୂଲ୍ୟର ଏମ୍‌ଏସ୍‌ପିରେ ୩.୭% ବୃଦ୍ଧି
Anupambharat News Bureau
July 03, 2019

ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍‌ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପ୍ରମୁଖ ଖରିଫ ଫସଲ ଧାନ ସମେତ ଅନ୍ୟ କିଛି ଶସ୍ୟର ଏମ୍‌ଏସ୍ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍ପିରେ କ୍ୱିଣ୍ଟାଲ ପ୍ରତି ୩.୭% ବା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ ଟଙ୍କା କରାଯାଇଛି । ସେହିଭଳି ଗ୍ରେଡ୍‌ ଏ ଧାନର ଏମ୍‌ଏସ୍ପି କ୍ୱିଣ୍ଟାଲ ପ୍ରତି ୮୫ ଟଙ୍କା ବାଇ ୧୮୩୫ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ଦର ଲାଗୁ ହେବ ବୋଲି କୃଷି କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ଅନ୍ୟପକ୍ଷରେ ମାଣ୍ଡିଆର ଏମ୍‌ଏସ୍ପିରେ କ୍ୱିଣ୍ଟାଲ ପ୍ରତି ୨୫୩ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଜୋୱାର କ୍ଷେତ୍ରରେ କ୍ୱିଣ୍ଟାଲ ପ୍ରତି ୧୨୦ ଟଙ୍କା ବୃଦ୍ଧି କରାଯାଇଛି । ମନ୍ତ୍ରୀ ତୋମାର ଦେଇଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ସୋୟାବିନ୍‌ରେ ଏମ୍‌ଏସ୍ପି ୩୧୧ ଟଙ୍କା ବୃଦ୍ଧି କରି ୩୩୯୯ ଟଙ୍କା କରିଛନ୍ତି, ଯାହାକି ପୂର୍ବରୁ ୩୭୧୦ ଟଙ୍କା ଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଇର ଶେଯରୁ ଉଠିଲେ ଯୁବକ

ଜୁଇର ଶେଯରୁ ଉଠିଲେ ଯୁବକ

Read More...

 ଶ୍ରୀ ଦଧିବାମନଜୀଉଙ୍କ ନବଯୌବନ ଦର୍ଶନ, ଆଜି ରଥଯାତ୍ରା

ଶ୍ରୀ ଦଧିବାମନଜୀଉଙ୍କ ନବଯୌବନ ଦର୍ଶନ, ଆଜି ରଥଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page