‘ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇନଥିଲେ’

July 12, 2019, ଓଡ଼ିଶା, , Anupambharat News Bureau


‘ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇନଥିଲେ’
Anupambharat News Bureau
July 12, 2019

ଭୁବନେଶ୍ୱର, ୧୨ ।୭ (ଅନୁପମ ମିଡିଆ): ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କର ଶିକ୍ଷାର ବିକାଶ ସହ ସୁରକ୍ଷା , ନିରାପତ୍ତା ଓ ସ୍ୱାସ୍ଥ୍ୟ ନିମନ୍ତେ ସରକାର ସର୍ବଦା ସଚେତନ ଅଛନ୍ତି ଏବଂ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ପ୍ରକାଶ କରିଛନ୍ତି ।
ଏସମ୍ପର୍କରେ ବିବୃତି ରଖି ସେ କହିଛନ୍ତି ଯେ ତାଙ୍କ ବିଭାଗ ଅଧୀନରେ ୧,୬୭୦ଟି ବିଦ୍ୟାଳୟ , ୬୫୦୦ ହଷ୍ଟେଲ ସ୍ଥାପନ କରାଯାଇଛି । ୫ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି । ଏଥିନିମନ୍ତେ ପ୍ରତ୍ୟେକ ଜିଲ୍ଲାର ପ୍ରଧାନ ଶିକ୍ଷକ , ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସଂପ୍ରସାରଣ ଅଧିକାରୀମାନେ ସ୍ୱାସ୍ଥ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରୁଛନ୍ତି । ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ଛୁଟି ପରେ ସମସ୍ତ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷାରୁ ୪ ଜଣ ଛାତ୍ରୀଙ୍କ ଗର୍ଭ ପରୀକ୍ଷା ପଜିଟିଭ୍‌ ଥିବା ସନ୍ଦେହ କରାଯାଇଥିଲା । ପରେ ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା । ସେଥିମଧ୍ୟରୁ କେବଳ ଜଣଙ୍କର ପଜିଟିଭ୍‌ ବାହାରିଥିଲା । ଉକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଯାଇ ଘଟଣା ସମ୍ପର୍କରେ ଅବଗତ କରାଯିବା ସହ ପୋଲିସ୍‌ କୁ ଜଣାଯାଇଥିଲା । ଗ୍ରୀଷ୍ମ ଛୁଟିରେ ଛାତ୍ରୀ ନିଜ ଘରକୁ ଯାଇଥିଲେ ।
ସେତେବେଳେ ପଡୋଶୀ ବ୍ୟକ୍ତି ତାଙ୍କ ଘରକୁ ବାରମ୍ବାର ଯିବା ଆସିବା କରୁଥିଲା । ଏକଦା ସେ ନିଜ ଘରକୁ ନେଇ ଛାତ୍ରୀଙ୍କ ସହ ସମ୍ପର୍କ ରଖିଥିଲା । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ସେହିପରି ଜାନୁଆରୀ ଓ ଫେବୃଆରୀ ଢେଙ୍କାନାଳ ଓ ମୟୁରଭଞ୍ଜର ୨ ଛାତ୍ରୀ ଅସଦାଚରଣର ଶୀକାର ହୋଇଥିଲେ । ଘରକୁ ଛୁଟିରେ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ସମସ୍ତ ଦୋଷୀଙ୍କୁ ଦଣ୍ଡ ବିଧାନ ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି । ଶେଷରେ ମନ୍ତ୍ରୀ କହିଥିଲେ ଯେ ଜନଜାତି ଛାତ୍ରୀ ନିବାସ ଗୁଡିକରେ ସେମାନଙ୍କ ନିରାପତ୍ତା ପାଇଁ ୩ହଜାର ମାଟ୍ରନ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୩୩୬ ଏଏନଏମ୍‌ ପଦବୀ ସୃଷ୍ଟି କରାଯାଇଛି । ବିଦ୍ୟାଳୟ ପରିସରକୁ ତଦାରଖ କରିବାପାଇଁ ୧୧୨୦ଟି ସିସିଟିଭି ବ୍ୟବସ୍ଥା କରାଯାଇଛି । ୧୦୦୦ ହଟ୍‌ ଲାଇନ୍‌ ଟେଲିଫୋନ୍‌ ସଂଯୋଗ କରାଯାଇଛି । ଏହାଦ୍ୱାରା ସେମାନେ କଂଟ୍ରୋଲ ରୁମ୍‌ ସହିତ ସିଧା ସଳଖ ଯୋଗାଯୋଗ କରି ପାରୁଛନ୍ତି । ଛାତ୍ରୀମାନଙ୍କ ଅଭିଯୋଗ ଶୁଣିବା ପାଇଁ ବିଭାଗ ତରଫରୁ ରାଜ୍ୟସ୍ତରରେ ସ୍ୱତନ୍ତ୍ର ସ୍କୁଲ ହଷ୍ଟେଲ ମନିଟରିଂ ୟୁନିଟ୍‌ ଓ କଂଟ୍ରୋଲ ରୁମ୍‌ ଗଠନ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାହୁଡ଼ିଲେ ମହାପ୍ରଭୁ

ବାହୁଡ଼ିଲେ ମହାପ୍ରଭୁ

Read More...

ଟଙ୍କା ମୂଲ୍ୟରେ ହ୍ରାସ

ଟଙ୍କା ମୂଲ୍ୟରେ ହ୍ରାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page