ଇଂଲଣ୍ଡ ନୂଆ ବିଶ୍ୱ ବିଜେତା

July 15, 2019, କ୍ରୀଡ଼ା, , Anupambharat News Bureau


ଇଂଲଣ୍ଡ ନୂଆ  ବିଶ୍ୱ ବିଜେତା
Anupambharat News Bureau
July 15, 2019

ଲଡ୍ସ,୧୪ା୭: ସୁପର ଓଭର ଟାଇ ସତ୍ତେ୍ୱ ଇଂଲଣ୍ଡ ଚଳିତ ବିଶ୍ୱକପ୍‌ କ୍ରିକେଟର ନୂଆ ବିଶ୍ୱ ବିଜେତା ହୋଇଛି । ସୁପର ଓଭରରେ ଉଭୟ ଦଳ ୧୫ ରନ୍‌ ସଂଗ୍ରହ କରିଥିଲେ ।
ତେବେ ଇଂଲଣ୍ଡ ସୁପର ଓଭରରେ ଅଧିକ ବାଉଣ୍ଡିରୁ ମାରିଥିବାରୁ ତ ଦଳକୁ ବିଜେତା ଘୋଷଣା କରାଯାଇଥିଲା । ଆଜି ଅନୁଷ୍ଠିତ ନୁ୍ୟଜିଲାଣ୍ଡ ଓ ଇଂଲଣ୍ଡ ଟାଇଟଲ ଲଢ଼େଇ ମ୍ୟାଚ ଟାଇରେ ଶେଷ ହୋଇଥିଲା । ଫଳରେ ମ୍ୟାଚରେ ସୁପର ଓଭରର ଆବଶ୍ୟକ ପଡ଼ିଥିଲା । ପ୍ରଥମେ ବ୍ୟାଟିଂ କରି ନୁ୍ୟଜିଲାଣ୍ଡ ନିର୍ଦ୍ଦାରିତ ଓରରେ ୫୦ ଓଭର ଖେଳି ୮ ୱିକେଟ ହରାଇ ୨୪୧ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିକୋଲ୍ସ ସର୍ବାଧିକ ୫୫ ରନ୍‌ କରିଥିବା ବେଳେ ଲାଥମ ୪୭ ଏବଂ ଅଧିନାୟକ ୱିଲିୟମସ ୩୦ ରନ୍‌ କରିଥିଲେ ।
ଅନ୍ୟ ବ୍ୟାଟସମ୍ୟାନ ସେଭଳି ସ୍କୋର କରି ପାରିନଥିଲେ । ୨୪୨ ରନ୍‌ର ପିଛା କରିଥିବା ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ୮୬ ରନ୍‌ରେ ଦଳ ଚାରି ୱିକେଟ ହରାଇ ମ୍ୟାଚରେ ପରାଜୟ ଆଡକୁ ଅଗ୍ରସର ହେବାରେ ଲାଗିଥିଲା । ତେବେ ବେନ୍‌ ଷ୍ଟ୍ରୋକ୍‌ ଏବଂ ଜେସ ବଟଲର ଆଉ ୱିକେଟ ପତନ ହେବାକୁ ନଦେଇ ସ୍କୋରର ବୃଦ୍ଧି ଘଟାଇବା ସହ ଦଳକୁ ବିଜୟ ମୁହାଁ କରିଥିଲେ । ତେବେ ବଟଲର ୫୯ ରନ୍‌ କରି ଆଉଟ ହେବା ପରେ ନୁ୍ୟଜିଲାଣ୍ଡ ପୁଣି ଥରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ସହ ଆଉ ତିନୋଟି ୱିକେଟ ହାସଲ କରିନେଇଥିଲା । ଗୋଟିଏ ପଟେ ୱିକେଟ ପତନ ଲାଗି ରହିଥିଲେ ସୁଦ୍ଧା ଷ୍ଟ୍ରୋକ ଦଳକୁ ଏକାକୀ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଶେଷ ଓରରେ ଦଳକୁ ୧୫ ରନ୍‌ ଆବଶ୍ୟକ କରୁଥିବା ବେଳେ ଷ୍ଟ୍ରୋକ ପ୍ରଥମ ବଲ୍‌ରୁ ଛକା ମାରିଥିଲେ । ଏହା ପରେ ଦ୍ୱତୀୟ ବଲ୍‌ରେ ଦୁଇ ରନ୍‌ ସହ ଓଭର ଥ୍ରୋ ୪ ରନ୍‌ ମିଳିଥିଲା । ଶେଷ ବଲ୍‌ରେ ଦୁଇ ରନ୍‌ ଆବଶ୍ୟକ କରୁଥିବା ବେଳେ ଦଳ ଗୋଟିଏ ରନ୍‌ ସଂଗ୍ରହ କରିଥିଲା । ଫଳରେ ମ୍ୟାଚ ଟାଇରେ ଶେଷ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଷା ଅଭାବରୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଖସୁଛି

ବର୍ଷା ଅଭାବରୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଖସୁଛି

Read More...

ଅଧରପଣା ନୀତି ସମ୍ପନ୍ନ

ଅଧରପଣା ନୀତି ସମ୍ପନ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page