ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠଯନ୍ତ୍ରୀ

July 22, 2019, ଓଡ଼ିଶା, , Anupambharat News Bureau


ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠଯନ୍ତ୍ରୀ
Anupambharat News Bureau
July 22, 2019

କେନ୍ଦୁଝର, ୨୨ା୭ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ଜଣେ କନିଷ୍ଠଯନ୍ତ୍ରୀ ଫାଇନାଲ ବିଲ୍‌ ପାଇଁ ଜଣେ ଠିକାଦାରଙ୍କ ନିକଟରୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଛନ୍ତି ।
ଏହି ମାମଲାରେ ଭିଜିଲାନ୍ସ କନିଷ୍ଠଯନ୍ତ୍ରୀଙ୍କ ସରକାରୀ ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ ଜାରୀ ରଖିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସାହାରପଡା ବ୍ଲକର ମହ୍ଲାରପଦା ଗ୍ରାମ ପଞ୍ଚାୟତର ହେମନ୍ତ କୁମାର ମହାନ୍ତ ନାମକ ଜଣେ ଠିକାଦାର ଏକ କମୁ୍ୟନିଟି ସେଣ୍ଟର କାମ କରୁଥିଲେ । କାମର ପ୍ରଥମଦଫାରେ ଠିକାଦାର ଜଣକ ୫୭ହଜାର ଟଙ୍କା ବିଲ୍‌ ପାଇ ସାରିଛନ୍ତି । ପରବର୍ତ୍ତୀ ୮୪ହଜାର ଟଙ୍କା ଫାଇନାଲ ବିଲ କରିବା ପାଇଁ କନିଷ୍ଠଯନ୍ତ୍ରୀ ବିଭୁତି ଭୂଷଣ ପ୍ରଧାନ ଠିକାଦାରଙ୍କୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଓ ପରେ ୭୫୦୦ ଟଙ୍କାରେ କଥା ଛିଡିଥିଲା ।
ଗତ ଶନିବାର ଦିନ ଠିକାଦାର ଜଣକ ବ୍ଲକକୁ ଯାଇଥିବାବେଳେ କନିଷ୍ଠଯନ୍ତ୍ରୀ ତୁରନ୍ତ ଉକ୍ତ ଲାଞ୍ଚ ଟଙ୍କା ଦେବାକୁ ଦାବି କରିଥିଲେ । ଏସଂପର୍କରେ ଠିକାଦାର ଜଣକ କେନ୍ଦୁଝର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କଥାବାର୍ତ୍ତା ମୁତାବକ ସୋମବାର ସକାଳ ୯ଟା ୧୫ମିନିଟ୍‌ ସମୟରେ କନିଷ୍ଠଯନ୍ତ୍ରୀଙ୍କ ସରକାରୀ ବାସଭବନରେ ୭୫୦୦ ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଥିଲେ ।
ଏଥିସହ ଲାଞ୍ଚୁଆ କନିଷ୍ଠଯନ୍ତ୍ରୀଙ୍କ ସାହାରପଡା ସରକାରୀ କାର୍ଯ୍ୟାଳୟ,ସରକାରୀ ବାସଭବନ ବିଭାଗ ଚଢାଉ କରିଥିବା ଜଣାପଡିଛି । ଏହି ଚଢାଉରେ କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ଦେବଦତ୍ତ ସେଠ୍‌,ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସ ମହାପାତ୍ର,ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକଫର ପ୍ରଦୀପ କୁମାର ସାମନ୍ତ,କେନ୍ଦୁଝର ଭିଜିଲାନ୍ସ ଇନ୍ସପେକଫର ହେମାମାଳିନୀ ନାୟକ,ଭିଜିଲାନ୍ସ ବିଭାଗର ସର୍ବେଶ୍ୱର ସାହୁ,ଧୃବେନ୍ଦ୍ର ପାତ୍ର,ରାଜଶ୍ରୀ ଷଢଙ୍ଗୀ,ମନ୍ମଥ ସିଂ,ମନୋରଞ୍ଜନ ବେହେରା ପ୍ରମୁଖ ସାମିଲ ଥିଲେ । ଗିରଫ ହୋଇଥିବା ଜେଇଙ୍କ ଘର ଗଞ୍ଜାମ ଜିଲ୍ଲାର ତାରାସିଙ୍ଗି ଥାନା ଲେମଭାଇ ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାହିଁକି ଅବିବାହିତ ରହିଲେ ରତନ ଟାଟା

କାହିଁକି ଅବିବାହିତ ରହିଲେ ରତନ ଟାଟା

Read More...

ବର୍ଷା ଅଭାବରୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଖସୁଛି

ବର୍ଷା ଅଭାବରୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ଖସୁଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page