କାହିଁକି ଅବିବାହିତ ରହିଲେ ରତନ ଟାଟା

July 22, 2019, ଦେଶ, , Anupambharat News Bureau


କାହିଁକି ଅବିବାହିତ ରହିଲେ ରତନ ଟାଟା
Anupambharat News Bureau
July 22, 2019

ନୂଆଦିଲ୍ଲୀ: ଦେଶ ବିଦେଶରେ ପ୍ରତିଷ୍ଠିତ କମ୍ପାନୀ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟା ଦେଶର ସବୁଠାରୁ ଜଣାଶୁଣା ତଥା ପ୍ରତିଷ୍ଠିତ ବ୍ୟବସାୟୀ । ୮୧ ବର୍ଷୀୟ ରତନ ଟାଟା ୧୯୬୨ ମସିହାରେ ଟାଟା କମ୍ପାନୀ ସହ ଯୋଡ଼ି ହୋଇଥିଲେ । ତେବେ ସେ କାହିଁକି ବିବାହ କରି ନାହାନ୍ତି, ସେ ନେଇ ଏକ ହିନ୍ଦୀ ସମ୍ବାଦପତ୍ରକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ନିଜ ବ୍ୟକ୍ତିଗତ ଜୀବନ ବାବଦରେ କହିବା ବେଳେ ସେ କହିଛନ୍ତି, କେତେଥର ତାଙ୍କର ବିବାହ ହେଉ ହେଉ ଅଟକି ଯାଇଛି । ଗୋଟିଏ ବିବାହ ପ୍ରସ୍ତାବ କଥା କହିବାକୁ ଯାଇ ରତନ ଟାଟା କହିଛନ୍ତି, ଥରେ ତାଙ୍କ ବିବାହ ହେଉ ହେଉ ରହିଯାଇଥିଲା । ସେତେବେଳେ ସେ ଆମେରିକାରେ ଥିଲେ । ତାଙ୍କ ବାହାଘର ହେବ ବୋଲି କହି ତାଙ୍କ ଜେଜେମା ଫୋନ୍‌ କରି ଡାକିଥିଲେ । ହେଲେ ସେହି ସମୟରେ ଭାରତ ଏବଂ ଚାଇନା ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ସେ ଆସି ପାରିନଥିଲେ । ପରେ ସେ ଝିଅ ଅନ୍ୟତ୍ର ବିବାହ କରିଥିଲେ ବୋଲି ସେ କହିଛନ୍ତି । କି;ୁ ଅଳ୍ପ ଦିନ ପରେ ସେଇ ଝିଅର ସ୍ୱାମୀଙ୍କ ଦେହାନ୍ତ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ ବୋଲି ସେ କହିଛନ୍ତି । ଏହାର କିଛି ବର୍ଷ ପରେ ସେ ତାଙ୍କ ବମ୍ବେ ହାଉସ ଅଫିସରେ ବସିଥିବା ବେଳେ ଜଣେ ବ୍ୟକ୍ତି ଆସି ତାଙ୍କୁ ଚିଠିଟିଏ ଦେଇଥିଲେ । ଚିଠିଟି ଲେଖିଥିଲେ ପ୍ୟାରିସର ଜଣେ ମହିଳା ଯିଏ ତାଙ୍କୁ ବାହା ହେବାକୁ ଚାହୁଁଥିଲେ । ସେ ପରେ ଜାଣିଲେ ସେ ମହିଳା ବିବାହିତ ଏବଂ ତାଙ୍କର ପିଲାଛୁଆ ବି ଅଛନ୍ତି । ରତନ ଏକଥା ମଧ୍ୟ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ସେ ଉକ୍ତ ମହିଳାଙ୍କୁ ଭେଟିଥିଲେ ଓ ଏବେ ସେ ତାଙ୍କର ଜଣେ ଭଲ ବନ୍ଧୁ ହୋଇ ରହିଛନ୍ତି । ଆଗାମୀ ଦିନରେ ଟାଟା କୁକୁରଙ୍କ ପାଇଁ ଗୋଟିଏ ହସ୍ପିଟାଲ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ନଭି ମୁମ୍ୱାଇରେ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଘରେ କୁକୁର ଥିଲେ ସେ ବହୁତ ଖୁସି ଅନୁଭବ କରନ୍ତି । ଏବେ ସେ ଦୁଇଟି ଜର୍ମାନ ଶେଫାର୍ଡ କୁକୁର ପାଳିଛନ୍ତି ବୋଲି କହିଛନ୍ତି । ଆମେରିକାର କୋଲାବ କ୍ଳବରେ ୨୦ରୁ ଅଧିକ କୁକୁରଙ୍କୁ ସେ ଖାଇବା ପାଇଁ ଦେଉଥିଲେ । କି;ୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ସେହି କୁକୁରଗୁଡ଼ିକୁ କେହି ବିଷ ଦେଇ ମାରି ଦେଇଛି । ତା ପରେ ସେ, ନିଜ ପାଖରେ କୁକୁର ରଖିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ୨୮ ଡିସେମ୍ୱର ୧୯୩୭ରେ ରତନ ଟାଟା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପାଖରେ ଅନେକ ଧନ ସମ୍ପତ୍ତି ରହିଥିଲେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ସେ ଆସନ୍ତି ନାହିଁ । କାରଣ ସେ ତାଙ୍କ ଉପାର୍ଜିତ ଧନରାଶିର ୬୫ ପ୍ରତିଶତ ଦାନ କରିଦିଅନ୍ତି । ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା କମ୍ପୀନୀର ଲାଭ ସେ ସମାଜ ସେବାରେ ବିନିଯୋଗ କରିଥାନ୍ତି । ରତନ ଟାଟା ନିଜ କ୍ୟାରିଅର ଏକ ବଡ଼ ପଦବୀରୁ ଆରମ୍ଭ କରିପାରିଥାନ୍ତେ । କି;ୁ ସେ ଏହି ଧାରାରେ ନ ଆସି ସେ ଫ୍ରାକ୍‌ଟ୍ରିର୍‌ରେ ସାଧାରଣ ମଜୁରିଆ ଭାବରେ କାମ ଆରମ୍ଭ କରିଥିଲେ । ସେ ଦିନ ମଜୁରିଆଙ୍କ ଅସୁବିଧା ଓ ସମସ୍ୟା କ’ଣ, ସେକଥା ସେ ଜାଣିବାକୁ ଚେଷcା କରୁଥିଲେ, ତେଣୁ ମଜୁରିଆ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ମାସ ହେଲା ଜଣେ ବି ଶିଶୁକନ୍ୟା ଜନ୍ମ ହୋଇ ନାହାଁନ୍ତି

ତିନି ମାସ ହେଲା ଜଣେ ବି ଶିଶୁକନ୍ୟା ଜନ୍ମ ହୋଇ ନାହାଁନ୍ତି

Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠଯନ୍ତ୍ରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠଯନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page