ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

October 01, 2019, ଓଡ଼ିଶା, , Anupambharat News Bureau


ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ
Anupambharat News Bureau
October 01, 2019

ଭୁବନେଶ୍ୱର,୧ ।୧୦(ଅନୁପମ ମିଡିଆ): ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହୀଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରେ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ନିଜେ ସିଧାସଳଖ ଅଭିଯୋଗକରୀଙ୍କ ସହ ଫୋନରେ କଥା ହେବେ । ‘ମୋ ସରକାର’ ଥାନା ଓ ଡାକ୍ତରଖାନାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ବୁଧବାର ନବୀନ ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରରୁ ହିଁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହେବେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଥାନା ଓ ଡାକ୍ତରଖାନା ବାବଦରେ ମତାମତ ନେବେ । ପୂର୍ବରୁ ଏନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହାକୁ ଭିତ୍ତି କରି ଆସନ୍ତାକାଲିଠାରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗକାରୀ ଏବଂ ରୋଗୀଙ୍କ ସହ କଥା ହେବ । ସେମାନଙ୍କଠାରୁ ସମସ୍ୟା ଏବଂ ସୁବିଧା ବାବଦରେ ମତାମତ ସଂଗ୍ରହ କରିବେ । କିଭଳି ଥାନା ଏବଂ ଡାକ୍ତରଖାନାକୁ ଅଧିକ ଲୋକାଭିମୁଖୀ କରାଯାଇପାରିବ ସେ ନେଇ ପ୍ରାଥମିକତା ଦେଇଛନ୍ତି ସରକାର । ତେବେ ଲୋକଙ୍କଠାରୁ ମତାମତ ନେବା ପରେ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ରହୁଛି ତାହା ଦେଖିବାକୁ ରହିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩ରୁ ଚାରି ଜିଲ୍ଲାରେ ବର୍ଷା ସମ୍ଭାବନା

୩ରୁ ଚାରି ଜିଲ୍ଲାରେ ବର୍ଷା ସମ୍ଭାବନା

Read More...

ଗୋଷ୍ଠୀ ସଂଘର୍ଷ, ୧୧ ଆହତ

ଗୋଷ୍ଠୀ ସଂଘର୍ଷ, ୧୧ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page