ପାକିସ୍ତାନ ଇମ୍ରାନ ସରକାରର ହେବ ପତନ

October 05, 2019, ବିଦେଶ, , Anupambharat News Bureau


ପାକିସ୍ତାନ ଇମ୍ରାନ ସରକାରର ହେବ ପତନ
Anupambharat News Bureau
October 05, 2019

ଇସଲାମାବାଦ: କଶ୍ମୀର ପ୍ରସଙ୍ଗକୁ ଆଗକୁ ଆଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ଆର୍ଥିକ ସ୍ଥିତି ପ୍ରସଙ୍ଗକୁ କିଛି ଦିନ ଲୁଚାଇବାରେ ସକ୍ଷମ ହେଲେ । ଏବେ କି;ୁ ପାକିସ୍ତାନର ଲୋକ ଚେତିଗଲେ । ଦେଶରେ ଦେଖାଦେଇଥିବା ମହଙ୍ଗା ପରିସ୍ଥିତିରେ ଆଉଟ ପାଉଟ ହେଉଥିବା ପାକିସ୍ତାନ ବାସୀ ଶେଷରେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି ।
ଏମିତିକି ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେଇ କ୍ଷମତାରୁ ହଟାଇଥିଲେ ସେହି ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିଛନ୍ତି ପାକିସ୍ତାନବାସୀ । ପାକିସ୍ତାନବାସୀ ଅଭିଯୋଗ କରିଛନ୍ତି ଯେ ଇମ୍ରାନ୍‌ ସରକାରଙ୍କ ପାଇଁ ସେମାନେ ଏବେ ରାସ୍ତାକୁ ଚାଲି ଆସିଛନ୍ତି । ଦେଶ ବାବଦରେ ଇମ୍ରାନ୍‌ ଏଯାଏ କିଛି ଚିନ୍ତା କରିନଥିବା କହିଛନ୍ତି ।
କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ସ୍ଥିତି, ବେରୋଜଗାର ବଢ଼ିବାରେ ଲାଗିଛି । ଏବେ ବି ଇମ୍ରାନ୍‌ ଖାନ୍‌ ଚୌକା, ଛMା ମାରିବାରେ ବ୍ୟସ୍ତ ବୋଲି ସେ କହିଛନ୍ତି । ଅନ୍ୟଜଣେ ସାଧାରଣ ଲୋକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଦେଶରେ ବ୍ୟବସାୟ ଠପ୍‌ ହୋଇପଡ଼ିଛି । ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସରକାର ବିଭିନ୍ନ ଜିନିଷରେ ଟ୍ୟାକ୍ସ ଲାଗୁ କରିବାରେ ବ୍ୟସ୍ତ । ସେହିପରି ଅନ୍ୟଜଣେ ସାଧାରଣ ଲୋକ କହିଛନ୍ତି ପାକିସ୍ତାନ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତି ଘଣ୍ଟାରେ ୪ ଲକ୍ଷ ଟଙ୍କା କ୍ଷତି କରୁଛି । ଆମେ ସାଧାରଣ ଲୋକ କାହିଁକି ଟ୍ୟାକ୍ସ ଦେଇ କ୍ଷତିଭରଣ କରିବୁ? ଯେଉଁ ସରକାର (ନୱାଜ ସରିଫ୍‌)କୁ ଇମ୍ରାନଙ୍କ ଦଳ ଚୋର କହୁଥିଲା ତାଙ୍କୁ ହିଁ କ୍ଷମତାକୁ ଆଣିବା ଦରକାର । ସେ ହିଁ ଦେଶରେ କିଛି କରିପାରିବେ ।
ଇମ୍ରାନଙ୍କ ଅପେକ୍ଷା ସେ ହିଁ ଭଲ ଶାସନ ଦେଇପାରିବେ । ନୱାଜ ସରିଫ୍‌ ବ୍ୟବସାୟୀକ ଲୋକ ତେଣୁ ସେ ହିଁ ଦେଶକୁ ଏଭଳି ସ୍ଥିତିରୁ ମୁକୁଳାଇପାରେବି । ଇମ୍ରାନ୍‌ କେବଳ ଚୌକା, ଛMା କଥା କହୁଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ‘ଡନ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ବୁଧବାର ଦେଶର ଶିଳ୍ପପତି ଓ ବ୍ୟବସାୟୀଙ୍କ ସହ ବୈଠକ କରିଛନ୍ତି । ଯାହାକି ଦେଶର ରାଜନୀତିକ ପରିବର୍ତ୍ତନର ଆଭାସ ଦେଇଛି । ଏହି ବୈଠକରେ କି;ୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନୁପସ୍ଥିତ ଥିଲେ । ପାକିସ୍ତାନର ଆର୍ଥିକ ବ୍ୟବସ୍ଥା ବହୁି ଖରାପ ରହିଛି ।
ଏଥିରୁ ମୁକୁଳିବା ପାଇଁ ଇମ୍ରାନ୍‌ ସରକାର ନେଇଥିବା ପଦକ୍ଷେପ ବିଫଳ ହେବାରେ ଲାଗିଛି । ତେଣୁ ଇମ୍ରାନଙ୍କ ଉପରେ ଏବେ ସମସ୍ତେ ଖªା । ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିପାରିବେ ବୋଲି କାହାର ବିଶ୍ୱାସ ମଧ୍ୟ ଇମ୍ରାନଙ୍କ ଉପରେ ରହୁନାହିଁ । ପୂର୍ବରୁ ପାକିସ୍ତାନରେ ସେନା ମୁଖ୍ୟ ରାଜନୀତିରେ ମୁଣ୍ଡ ପୂରାଇବା ଦେଖିବାକୁ ମିଳିଥିଲା । ଏବେ କି;ୁ ଦେଶର ଅର୍ଥନୀତି ପ୍ରସଙ୍ଗରେ ସେନା ମୁଖ୍ୟ ବୈଠକ କରିବା ଇମ୍ରାନଙ୍କ ବିଫଳତାକୁ ଇଙ୍ଗିତ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୁଣି ଥରେ କଶ୍ମୀର ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ।
ଯେଉଁମାନେ ପାକିସ୍ତାନ ପଟୁ ସୀମାପାର ହୋଇ କଶ୍ମୀର ଯାଉଛନ୍ତି ସେମାନଙ୍କୁ ଭାରତ ଇସଲାମିକ ଆତଙ୍କବାଦୀ ବୋଲି କହୁଛି ବୋଲି ଇମ୍ରାନ୍‌ ଖାନ୍‌ ଟୁଇଟ୍‌ କରି କହିଛନ୍ତି । ଯାହାକୁ ନେଇ ସୋଶାଲ ମିଡିଆରେ ଭାରତୀୟମାନେ ଇମ୍ରାନଙ୍କୁ ସମାଲୋଚନା କରିବା ସହିତ ତାଙ୍କର ମଜା ଉଡ଼ାଇଛନ୍ତି । କାରଣ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଯାଏ ଅନୁପ୍ରବେଶକାରୀ ସୀମା ଭିତରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି । ଆଉ ଯେଉଁମାନେ ପ୍ରବେଶ କରିଛନ୍ତି ସେମାନେ ସେନା ଗୁଳିରେ ନିହତ ହୋଇଛନ୍ତି । ଏମିତିକି ଅନୁ ପ୍ରବେଶକାରୀ ନିହତ ହେବା ପରେ ପାକିସ୍ତାନ ତାଙ୍କର ମର ଶରୀର ବାବଦରେ ସ୍ପଷ୍ଟ ମତ ରଖିନାହିଁଛ ଆଉ ଏହି ଅନୁପ୍ରବେଶକାରୀଙ୍କ ପଛରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ସମର୍ଥନ ରହିଛି ।
ଏବେ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଅନୁପ୍ରବେଶକାରୀଙ୍କୁ ପରୋକ୍ଷରେ ବନ୍ଧୁ ବୋଲି କହି ଇମ୍ରାନ୍‌ ଟୁଇଟ୍‌ କରିଛନ୍ତି । ଆଗକୁ ନଯିବା ପାଇଁ ମଧ୍ୟ ଅନୁପ୍ରବେଶକାରୀଙ୍କୁ ପରୋକ୍ଷରେ ସତର୍କ କରାଇଦେଇଛନ୍ତି ଇମ୍ରାନ୍‌ । ନହେଲେ ଭାରତ ଯେଉଁ ଆଧାରରେ ପାକିସ୍ତାନକୁ ଟାର୍ଗେଟ କରୁଛି ସେଥିରେ ସେମାନେ ସଫଳ ହେବେ ବୋଲି ଇମ୍ରାନ୍‌ କହିଛନ୍ତି । ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଆଜିକୁ ଦୁଇ ମାସ ପୂରଣ ହୋଇଛି ଧାରା ୩୭୦ ହଟିବାର ।
ନ୍ୟାଶନାଲ କନଫରେନସର ନେତା ଉମର ଅବଦୁଲ୍ଲା, ଫାରୁକ୍‌ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଳି ଅଳ୍ପ କିଛି ନେତା ଏବେ ବି ଗୃହବନ୍ଦୀ ହୋଇ ରହିଥିବାବେଳେ ଆଉ ସମସ୍ତ ନେତାଙ୍କୁ ଜମ୍ମୁ କଶ୍ମୀର ପ୍ରଶାସନ ଛାଡ଼ିଦେଇଛି । ଏମିତିକି ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହୋଇଛି । ଯେଉଁ ସ୍ଥାନରେ ହିଂସା ଆଶଙ୍କା ରହିଛି ସେହି ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ପର୍କୀୟ ହୋଇନଥିଲେ ବି ହୋଟେଲ୍‌ରେ ଏକାଠି ରହିପାରିବେ ମହିଳା ଓ ପୁରୁଷ

ସମ୍ପର୍କୀୟ ହୋଇନଥିଲେ ବି ହୋଟେଲ୍‌ରେ ଏକାଠି ରହିପାରିବେ ମହିଳା ଓ ପୁରୁଷ

Read More...

ମୋଦି-ହସିନା ଭେଟ, ୩ଟି ପ୍ରକଳ୍ପର ହେଲା ଶୁଭାରମ୍ଭ

ମୋଦି-ହସିନା ଭେଟ, ୩ଟି ପ୍ରକଳ୍ପର ହେଲା ଶୁଭାରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page