ସମ୍ପର୍କୀୟ ହୋଇନଥିଲେ ବି ହୋଟେଲ୍‌ରେ ଏକାଠି ରହିପାରିବେ ମହିଳା ଓ ପୁରୁଷ

October 05, 2019, ବିଦେଶ, , Anupambharat News Bureau


ସମ୍ପର୍କୀୟ ହୋଇନଥିଲେ ବି ହୋଟେଲ୍‌ରେ ଏକାଠି ରହିପାରିବେ ମହିଳା ଓ ପୁରୁଷ
Anupambharat News Bureau
October 05, 2019

ରିୟାଦ୍‌: ହୋଟେଲରେ ମହିଳା ଏବଂ ପୁରୁଷ ପର୍ଯ୍ୟଟକଙ୍କୁ ଏକାଠି ରହିବା ପାଇଁ ଆଉ ପରିଚୟପତ୍ର ଦେଖାଇବାକୁ ପଡ଼ିବନି । ସାଉଦି ଆରବ ସରକାର ଏବେ ପର୍ଯ୍ୟଟନ ବାଇବା ପାଇଁ ଏଭଳି ଘୋଷଣା କରିଛନ୍ତି । ଏହାର କିଛି ଦିନ ପୂର୍ବରୁ ହିଁ ଭିସା ବାବଦରେ ବଡ଼ ଘୋଷଣା କରିଥିଲା ଏହି ଦେଶ । ଅନ୍ୟପକ୍ଷରେ ପୂର୍ବ ନିୟମ ବଦଳାଇ ସାଉଦି ମହିଳାଙ୍କ ସମେତ ସମସ୍ତ ମହିଳା ନିଜେ ରୁମ୍‌ ବୁକ୍‌ କରିପାରିବେ । ଏହା ଫଳରେ ବିନା କାହାର ସହାୟତାରେ ମହିଳାମାନେ ସାଉଦିରେ ବୁଲିପାରିବେ । ତେବେ ବିବାହ ବିନା ଯୌନସମ୍ପର୍କକୁ ଏଠାରେ ନିଷିଦ୍ଧ ଘୋଷଣା କରାଯାଇଥିଲେ ମଧ୍ୟ ଅବିବାହିତ ବିଦେଶୀ ପର୍ଯ୍ୟଟକମାନେ ଏକାଠି ରହିବାର ସୁଯୋଗ ପାଇପାରିବେ । କି;ୁ ସାଉଦି ପ୍ରଶସନ ପକ୍ଷରୁ କୁହାଯାଇଛି, ସାଉଦି ନାଗରିକମାନଙ୍କୁ ଫ୍ୟାମିଲି ଆଇଡି ବା ସେଭଳି କିଛି ପ୍ରମାଣପତ୍ର ଦେଖାଇଲେ ଯାଇ ହୋଟେଲରେ ରହିପାରିବେ । ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏସବୁ ଲଗା ହେବନି । ସାଉଦି ସରକାର ଆଉ କେବଳ ତୈଳ ରପ୍ତାନୀ ଉପରେ ନିର୍ଭର ନକରି ବର୍ତ୍ତମାନ ପର୍ଯ୍ୟଟନ ଆଡ଼କୁ ମୁହାଁଇଛନ୍ତି । ତେଣୁ ଗତ କିଛି ଦିନ ତଳେ ୪୯ଟି ରାଷ୍ଟ୍ରର ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସାଉଦି ସରକାର ନିମନ୍ତ୍ରଣ କରିସାରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲୁଟେରାଙ୍କ ଆତଙ୍କରାଜ  ଶିଶୁ ଓ ବ୍ୟାଗ୍‌ ଲୁଟ୍‌ ବେଳେ ଧରାପଡ଼ିଲେ

ଦୀଘା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲୁଟେରାଙ୍କ ଆତଙ୍କରାଜ ଶିଶୁ ଓ ବ୍ୟାଗ୍‌ ଲୁଟ୍‌ ବେଳେ ଧରାପଡ଼ିଲେ

Read More...

ପାକିସ୍ତାନ ଇମ୍ରାନ ସରକାରର ହେବ ପତନ

ପାକିସ୍ତାନ ଇମ୍ରାନ ସରକାରର ହେବ ପତନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page